ୟୁରୋପ ଉପରେ ଆକ୍ରମଣ କରିବ ହମାସ!

ତେଲ ଅଭିଭ,୭।୧୧: ହମାସ-ମଧ୍ୟପ୍ରାଚ୍ୟ ସଂଘର୍ଷ ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ପଶ୍ଚିମ ଦେଶଗୁଡିକୁ ସତର୍କ କରାଇଛନ୍ତି। ସେ କହିଛନ୍ତି, ଆଗକୁ ୟୁରୋପ ଉପରେ ହମାସ ଆକ୍ରମଣ କରିପାରେ। ହମାସ ବିରୋଧରେ ଆମେ ଲଢୁଥିବା ଲଢେଇ ସଭ୍ୟତା ଓ ବର୍ବରତା ଭିତରେ ବଡ ଯୁଦ୍ଧ ଅଟେ। ଯଦି ଏହି ଯୁଦ୍ଧରେ ମିଡିଲ ଇଷ୍ଟ ଆତଙ୍କବାଦୀଙ୍କ ଶିକାର ହୋଇଯାଉଛି ତେବେ ପରବର୍ତ୍ତୀ ଶିକାର ୟୁରୋପ ହୋଇପାରେ।
ତେଲ ଅଭିଭରେ ନେତାନ୍ୟାହୁ ୮୦ଦେଶର ରାଷ୍ଟ୍ରଦୂତଙ୍କୁ ସମ୍ବୋଧିତ କରି କହିଛନ୍ତି, ଇସ୍ରାଏଲ କେବଳ ନିଜ ଦେଶ ପାଇଁ ନୁହେଁ ସାରା ବିଶ୍ୱ ପାଇଁ ଏହି ଯୁଦ୍ଧ ଲଢୁଛି। ଆମେ ହମାସକୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରିଦେବୁ। ଏହି 3H ଆତଙ୍କବାଦୀଙ୍କୁ ନଷ୍ଟ କରିବାକୁ ହେଲେ ସାରା ବିଶ୍ୱ ଆମକୁ ସମର୍ଥନ କରିବା ଆବଶ୍ୟକ।

ସୂଚନାଯୋଗ୍ୟ, ନେତାନ୍ୟାହୁ ଇରାନ ନେତୃତ୍ୱ ନେଇଥିବା 3H ବିଷୟରେ ଉଲ୍ଲେଖ କରିଛନ୍ତି। ଏହି 3Hରେ ଇରାନ ସମର୍ଥିତ ହମାସ, ହିଜବୁଲ୍ଲାହ ଓ ହୁତେ ବିଦ୍ରୋହୀ ସାମିଲ ଅଛନ୍ତି। ଏହି ୩ଗୋଷ୍ଠୀ ଏବେ ଇସ୍ରାଏଲ ଉପରେ ଆକ୍ରମଣ ଜାରି ରଖିଛନ୍ତି।

Share