Posted inଖେଳ

ୟୁରୋକପ୍‌ ଫୁଟ୍‌ବଲ ଉଦ୍‌ଘାଟିତ

ରୋମ୍‌,୧୩।୬(ଏପି): କୋଭିଡ୍‌-୧୯ ସାରା ବିଶ୍ୱକୁ ପ୍ରଭାବିତ କରିବା ପରେ ପ୍ରଥମଥର ପାଇଁ କୌଣସି ବୃହତ୍‌ ସ୍ପୋଟର୍‌ସ ଇଭେଣ୍ଟ ଆରମ୍ଭ ହୋଇଛି। ୟୁରୋପ ମହାଦେଶର ସର୍ବବୃହତ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟର ମାନ୍ୟତା ପାଇଥିବା ୟୁରୋକପ୍‌ ଶନିବାରଠାରୁ ଆରମ୍ଭ ହୋଇଛି। କରୋନା ସଂକ୍ରମଣ କାରଣରୁ ଗୋଟିଏ ବର୍ଷ ଘୁଞ୍ଚାଯିବା ପରେ ରୋମ୍‌ର ଷ୍ଟାଡିଓ ଅଲିମ୍ପିକୋରେ ଉଦ୍‌ଘାଟିତ ହୋଇଛି।
ଉଦ୍‌ଘାଟନୀ ମ୍ୟାଚ୍‌ରେ ଘରୋଇ ପରିବେଶରୁ ଫାଇଦା ଉଠାଇ ଇଟାଲୀ ୩-୦ ଗୋଲରେ ତୁର୍କୀକୁ ପରାସ୍ତ କରିଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ୟୁରୋପ କୋଭିଡ୍‌-୧୯ ଦ୍ୱାରା ସବୁଠାରୁ ବେଶି କ୍ଷତିଗ୍ରସ୍ତ ହୋଇଛି। ୧୦ ଲକ୍ଷରୁ ଊର୍ଦ୍ଧ୍ୱ ୟୁରୋପୀୟ ଏହି ମହାମାରୀ ଦ୍ୱାରା ମୃତ୍ୟୁବରଣ କରିଛନ୍ତି। କେବଳ ୧ ଲକ୍ଷ ୨୭ ହଜାର ଇଟାଲୀ ନାଗରିକ ଏଥିରେ ପ୍ରାଣ ହରାଇଛନ୍ତି। ତେବେ ବର୍ତ୍ତମାନ ପରିସ୍ଥିତିରେ ସୁଧାର ହୋଇଛି ଓ ୟୁରୋକପ୍‌ ଭଳି ମେଗା ଇଭେଣ୍ଟ ଆରମ୍ଭ ହୋଇଛି। ଷ୍ଟାଡିୟମକୁ କେତୋଟି ସର୍ତ୍ତରେ ଇଟାଲୀ ନାଗରିକଙ୍କୁ ପ୍ରବେଶ କରିବାର ସୁଯୋଗ ଦିଆଯାଇଥିଲା। ଦର୍ଶକମାନେ ଟିକାକରଣର ପ୍ରମାଣପତ୍ର ଓ ୪୮ ଘଣ୍ଟା ପୂର୍ବରୁ କରୋନା ଟେଷ୍ଟରେ ନେଗେଟିଭ ହୋଇଥିବା ରିପୋର୍ଟ ଦେଖାଇବା ପରେ ଷ୍ଟାଡିୟମ ଭିତରକୁ ପ୍ରବେଶ କରିଥିଲେ। ଏବେ ସାରା ବିଶ୍ୱ ଏହି ମେଗା ଇଭେଣ୍ଟକୁ ଘରେ ବସି ଟିଭିରେ ଦେଖିବେ। ଯଦି ୟୁରୋକପ୍‌ ସଫଳତାର ସହ ଆୟୋଜନ ହୁଏ, ତେବେ ଏହା ଅନ୍ୟ କ୍ରୀଡ଼ା ଇଭେଣ୍ଟ ଆୟୋଜନ ପାଇଁ ଆତ୍ମବିଶ୍ୱାସ ଯୋଗାଇବ ଓ ରାସ୍ତା ଦେଖାଇବ। ଜୁଲାଇ ୨୩ରୁ ଟୋକିଓ ଅଲିମ୍ପିକ୍ସ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ତେଣୁ ଅଲିମ୍ପିକ୍ସ ଆୟୋଜକମାନେ ମଧ୍ୟ ଏଥିରୁ ପ୍ରେରଣା ପାଇବେ। ଟୁର୍ନାମେଣ୍ଟ ଆରମ୍ଭ ହୋଇଥିଲେ ମଧ୍ୟ ବିଭିନ୍ନ ଦେଶର କେତେଜଣ ଫୁଟ୍‌ବଲର କୋଭିଡ୍‌-୧୯ ଟେଷ୍ଟରେ ପଜିଟିଭ ବୋଲି ଜଣାପଡିଛି। ବିଭିନ୍ନ ଦଳର ଟିକାକରଣ ହୋଇଛି।
ଉଦ୍‌ଘାଟନୀ ମ୍ୟାଚ୍‌ରେ ବହୁ ସଂଖ୍ୟାରେ ଦର୍ଶକ ଉପସ୍ଥିତ ଥିଲେ। ଷ୍ଟାଡିୟମ କ୍ଷମତାର ୨୫ ପ୍ରତିଶତ ଦର୍ଶକଙ୍କୁ ମ୍ୟାଚ୍‌ ଦେଖିବାକୁ ଅନୁମତି ପ୍ରଦାନ କରାଯାଇଥିଲା। ସହରର ବିଭିନ୍ନ ଅଞ୍ଚଳରେ ବଡ଼ ବଡ଼ ସ୍କ୍ରିନ୍‌ରେ ଇଟାଲୀର ଦର୍ଶକମାନେ ମ୍ୟାଚ୍‌ ଦେଖିବାର ସୁଯୋଗ ପାଇଥିଲେ। ମ୍ୟାଚ୍‌ର ଦୃଶ୍ୟ ବେଶ୍‌ ଭାବପ୍ରବଣ ଥିଲା। ପ୍ରଥମ ମ୍ୟାଚ୍‌ରେ ବଡ଼ ବିଜୟ ହାସଲ କରିଥିବାରୁ ଇଟାଲୀବାସୀ ବେଶ୍‌ ଆନନ୍ଦ ଅନୁଭବ କରିଥିଲେ।
ଜୁନ୍‌ ୧୧ ତାରିଖରୁ ଆରମ୍ଭ ହୋଇଥିବା ୟୁରୋକପ ମାସେବ୍ୟାପୀ ଚାଲିବ ଓ ଏହା ଜୁଲାଇ ୧୧ ତାରିଖରେ ଶେଷ ହେବ। ୟୁରୋପର ଆଗଧାଡିର ୨୪ଟି ଦଳ ଏଥିରେ ଅଂଶଗ୍ରହଣ କରିବେ। ଟୁର୍ନାମେଣ୍ଟର ମ୍ୟାଚ୍‌ଗୁଡିକ ୧୧ଟି ଦେଶର ଭିନ୍ନ ଭିନ୍ନ ୧୧ଟି ଭେନ୍ୟୁରେ ଆୟୋଜନ ହେବ। ଗୋଟିଏ ବର୍ଷ ଘୁଞ୍ଚାଇ ଦିଆଯାଇଥିବାରୁ ଏହି ଟୁର୍ନାମେଣ୍ଟ ପୂର୍ବପରି ‘ୟୁଇଏଫ୍‌ଏ ୟୁରୋ ୨୦୨୦’ ନାମରେ ପରିଚିତ ହେବ। ଫାଇନାଲ ମ୍ୟାଚ ଜୁଲାଇ ୧୧ ତାରିଖରେ ଲଣ୍ଡନର ଓ୍ବିମ୍ବେଲି ଷ୍ଟାଡିୟମରେ ଆୟୋଜନ ହେବ। ୨୪ଟି ଦଳକୁ ଏ, ବି, ସି, ଡି, ଇ, ଏଫ୍‌ ପ୍ରଭୃତି ଗ୍ରୁପ୍‌ରେ ବିଭକ୍ତ କରାଯାଇଛି। ରବିବାର ମଧ୍ୟ ୩ଟି ମ୍ୟାଚ୍‌ ଖେଳାଯିବ। ପ୍ରଥମ ମ୍ୟାଚ୍‌ରେ ବେଲଜିୟମ ଓ ରୁଷିଆ ସେଣ୍ଟ ପିଟର୍ସବର୍ଗରେ, ଦ୍ୱିତୀୟ ମ୍ୟାଚ୍‌ରେ ଇଂଲଣ୍ଡ ଓ କ୍ରୋଏସିଆ ଲଣ୍ଡନର ଓ୍ବିମ୍ବେଲିରେ ଓ ତୃତୀୟ ମୁକାବିଲାରେ ଅଷ୍ଟ୍ରିଆ ଓ ମାସିଡୋନିଆ ବୁକାରେଷ୍ଟରେ ପରସ୍କରକୁ ଭେଟିବେ। ବି,ଡି ଓ ସି ଗ୍ରୁପ୍‌ର ମୁକାବିଲାରେ ଏହି ଦଳଗୁଡିକ ପରସ୍ପରକୁ ଭେଟିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହାତକୁ ଦି’ ହାତ ହେଲେ ପିଭି ସିନ୍ଧୁ

ଭାରତର ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ରାଜସ୍ଥାନର ଉଦୟପୁରରେ ଧୂମଧାମରେ ସେ ବ୍ୟବସାୟୀ ଭେଙ୍କଟ ଦତ୍ତା ସାଇଙ୍କ ହାତ ଧରିଛନ୍ତି।...

ବଡ଼ ରେକର୍ଡ କଲେ ପାଣ୍ଡ୍ୟା: ବିସ୍ଫୋରକ ଇନିଂସ ଖେଳି…

ନୂଆଦିଲ୍ଲୀ,୨୩।୧୨: ବିଜୟ ହଜାରେ ଟ୍ରଫି ୨୦୨୪ରେ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ପ୍ରଥମେ ବ୍ୟାଟିଂ କରି ବରୋଦା ୪୦୦ ରନ ମାର୍କ ଅତିକ୍ରମ କରିଛନ୍ତି। ଏହି ସମୟରେ...

ଭାରତକୁ ମିଳିଗଲା ଲେଡି ଜାହିର ଖାନ୍‌! କୁନି ଝିଅଙ୍କ ଦିଓ୍ବାନା ହେଲେ ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ,୨୩।୧୨: ମହାନ କ୍ରିକେଟର ସଚିନ ତେନ୍ଦୁଲକର ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ଏକ ଛୋଟ ଝିଅ ବୋଲିଂ କରୁଥିବା ଦେଖାଯାଉଛି,...

ମ୍ୟାଚ୍‌ ଚାଲିଥିବାବେଳେ ପଡିଆରେ ମହିଳା ଜନ୍ମଦେଲେ ପୁଅ….ସ୍ମୃତିରେ ରହିଗଲା ପାକିସ୍ତାନ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌

ଜୋହାନ୍ସବର୍ଗ,୨୩।୧୨: ଜୋହାନ୍ସବର୍ଗର ୱାଣ୍ଡର୍ସ ଷ୍ଟାଡିୟମରେ ପାକିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚ କ୍ରିକେଟ ବାହାରେ ଏକ ନିଆରା ଅନୁଭୂତି ଥିଲା।...

କୋହଲିଙ୍କ ନିକଟରେ ସୁବର୍ଣ୍ଣ ସୁଯୋଗ: ମାତ୍ର ୧୩୪ ରନ୍‌ କଲେ ଭାଙ୍ଗିବେ ମହାରେକର୍ଡ

ନୂଆଦିଲ୍ଲୀ,୨୩।୧୨: ବିରାଟ କୋହଲି ବର୍ତ୍ତମାନର ଅଷ୍ଟ୍ରେଲିଆ ଗସ୍ତ ଏକ ଶତକରୁ ଆରମ୍ଭ କରିଥିଲେ। କିନ୍ତୁ ପରବର୍ତ୍ତୀ ଦୁଇଟି ଟେଷ୍ଟ ମ୍ୟାଚରେ ତାଙ୍କ ବ୍ୟାଟ ଚୁପ ରହିଥିଲା।...

ଇତିହାସ ରଚିଲା ପାକିସ୍ତାନ: ପ୍ରଥମ ଦଳ ଭାବେ…

ନୂଆଦିଲ୍ଲୀ,୨୩।୧୨:ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ପାକିସ୍ତାନ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ସିରିଜର ତୃତୀୟ ତଥା ଶେଷ ମ୍ୟାଚରେ ଡକ୍‌ୱର୍ଥ-ଲୁଇସ୍‌ ନିୟମ ଅଧୀନରେ ପାକିସ୍ତାନ...

ଭାରତ ଗସ୍ତ ପାଇଁ ଇଂଲଣ୍ଡ ଦଳ ଘୋଷଣା

ଲଣ୍ଡନ,୨୨।୧୨: ଜାନୁଆରୀ ୨୨ରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟି-୨୦ ଏବଂ ଦିନିକିଆ ସିରିଜ ଖେଳାଯିବ। ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ ଏଥିପାଇଁ ଦଳ...

ବକ୍ସିଂ ଡେ ଟେଷ୍ଟ ପୂର୍ବରୁ ଭାରତକୁ ବଡ଼ ଝଟ୍‌କା

ସିଡନୀ,୨୨।୧୨: ଅଷ୍ଟ୍ରେଲିଆ ବିପକ୍ଷ ବକ୍ସିଂ ଡେ ଟେଷ୍ଟ ପୂର୍ବରୁ ଭାରତୀୟ ଅଧିନାୟକ ରୋହିତ ଶର୍ମା ଆହତ ହୋଇଛନ୍ତି। ରବିବାର ଅଭ୍ୟାସ ସମୟରେ ରୋହିତଙ୍କ ଆଣ୍ଠୁରେ ଆଘାତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri