ଲଣ୍ଡନ,୨୩।୧୧: ୟୁରୋପୀୟ ସଂସଦ ରୁଷିଆକୁ ‘ଆତଙ୍କବାଦ ପ୍ରାୟୋଜକ ଦେଶ’ ଘୋଷଣା କରିଛି। ୟୁରୋପୀୟ ସଂସଦ ଯୁକ୍ତି କରିଛି, ୟୁକ୍ରେନ ଉପରେ ରୁଷିଆର ସାମରିକ ଆକ୍ରମଣ ସାଧାରଣ ନାଗରିକ, ଡାକ୍ତରଖାନା, ବିଦ୍ୟାଳୟ ଏବଂ ଆଶ୍ରୟସ୍ଥଳୀକୁ ଲକ୍ଷ୍ୟ କରି କରାଯାଉଛି। ଏହା ଅନ୍ତର୍ଜାତୀୟ ନିୟମକୁ ଉଲ୍ଲଂଘନ କରିଛି। ଏପରି ଆକ୍ରମଣ ଏକ ନିଷ୍ଠୁର ତଥା ଅମାନୁଷିକ କାର୍ଯ୍ୟ ବୋଲି ୟୁରୋପୀୟ ସଂସଦ କହିଛି।