ୟୁରୋପୀୟ ସଂଘର ଅଭିଯୋଗ, ଚାରି ଗୁଣା ମହଙ୍ଗା ଗ୍ୟାସ ବିକ୍ରି କରୁଛି ଆମେରିକା, ଶକ୍ତି ସଙ୍କଟରେ ୟୁରୋପ

ବ୍ରସେଲ୍ସ,୨୮ ।୧୧: ୟୁରୋପୀୟ ସଂଘ(ଇୟୁ) ଆମେରିକା ଉପରେ ଅଭିଯୋଗ ଆଣିଛି କି ଆମେରିକା ସହଯୋଗୀ ହେବା ପରେ ବି ଏହାର ମଜବୁରିର ଫାଇଦା ଉଠାଉଛି । ଇୟୁର ଜଣେ ଅଧିକାରୀ କହିଛନ୍ତି, ଏହି କଥାକୁ ଗୁରୁତର ସହ ଚିନ୍ତା କରିବାକୁ ପଡିବ ଯେ ସତରେ କ’ଣ ଆମେରିକା ୟୁରୋପୀୟ ସଂଘର ସହଯୋଗୀ । କାରଣ ଗତ ୯ ମାସରେ ଇୟୁରୁ ୟୁକ୍ରେନ ପାଇଁ ଅସ୍ତ୍ରଶସ୍ତ୍ର ଓ ଅର୍ଥ ମାଗିବା ବ୍ୟତୀତ ଆମେରିକା ଅନ୍ୟ କୌଣସି କଥା ଉପରେ ଆଲୋଚନା କରି ନାହିଁ । ଏପଟେ କିନ୍ତୁ ୟୁରୋପ ଗମ୍ଭିର ଶକ୍ତି ସଙ୍ଗଟ ଦେଇ ଗତି କରୁଛି । ଏହାର ବିପରିତ ଆମେରିକା ଅସ୍ତ୍ରଶସ୍ତ୍ର ଓ ଗ୍ୟାସ ବିକ୍ରିକରି ଲାଭାନ୍ୱିତ ହେଉଛି ।
ଜଣେ ବରିଷ୍ଟ ଇୟୁ ଅଧିକାରୀ କହିଛନ୍ତି ସାରା ବିଶ୍ୱ ରୁଷିଆ-ୟୁକ୍ରେନ ଯୁଦ୍ଧକୁ ନେଇ ଚିନ୍ତିତ, ହେଲେ ଆମେରିକା ଏକମାତ୍ର ଦେଶ ଯାହାକୁ ଯୁଦ୍ଧରୁ ସବୁଠାରୁ ଅଧିକ ଲାଭ ହେଉଛି । ଆମେରିକା ୟୁରୋପକୁ ଉଚ୍ଚ ଦାମରେ ଗ୍ୟାସ ବିକ୍ରି କରୁଛି । ଏହାସହ ତା’ର ଅସ୍ତ୍ରଶସ୍ତ୍ର କ୍ରୟ କରିବାକୁ ବାଧ୍ୟ କରୁଛି । ଅଧିକାରୀ ଜଣଙ୍କ କହିଛନ୍ତି ଆମେରିକା ଲୋକଙ୍କ ତୁଳନାରେ ଇୟୁର ଲୋକଙ୍କୁ ଗ୍ୟାସର ୪ ଗୁଣା ଦାମ ଦେବାକୁ ପଡୁଛି । ଅସ୍ତ୍ରଶସ୍ତ୍ର, ଇନ୍ଧନ ଓ ସବସିଡିର ଲାଳସାରେ ୟୁରୋପର ସମସ୍ତ କମ୍ପାନୀ ନିଜ ବ୍ୟବସାୟକୁ ଆମେରିକା ସ୍ଥାନାନ୍ତର କରୁଛନ୍ତି । ଏହି ମାମଲାକୁ ନେଇ ଫ୍ରାନ୍ସ ରାଷ୍ଟ୍ରପତି ଇମୈନୁଏଲ ମୈକ୍ରୋ ଖୋଲାଖୋଲି ଭାବେ କହି ସାରିଛନ୍ତି ଯେ ଆମେରିକା ନିଜ ସହଯୋଗୀଙ୍କ ସହ ଉଚିତ ବ୍ୟବହାର କରୁ ନାହିଁ ।

Share