ସମ୍ପର୍କୀୟଙ୍କ ମୃତଦେହକୁ ଖାଦ୍ୟ ଭାବରେ ଖାଇବାର ରହିଛି ପରମ୍ପରା

ବ୍ରସେଲ୍ସ,୭।୧୦: ଇଉରୋପୀୟମାନେ ଇତିହାସରେ କିପରି ଜୀବନ ବିତାଉଥିଲେ ଏନେଇ ଏକ ନୂଆ ତଥ୍ୟ ଉନ୍ମୋଚନ ହୋଇଛି। ଅଧ୍ୟୟନରେ ଏକ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଦାବି କରାଯାଇଛି। ବୈଜ୍ଞାନିକମାନେ କହିଛନ୍ତି, ପ୍ରାୟ ୧୫ହଜାର ବର୍ଷ ପୂର୍ବେ ୟୁରୋପୀୟମାନେ ସେମାନଙ୍କର ସମ୍ପର୍କୀୟଙ୍କୁ ଅନ୍ତିମ ସଂସ୍କାରରେ କବର ଦେବା ପରିବର୍ତ୍ତେ ମୃତଦେହକୁ ଖାଦ୍ୟ ଭାବରେ ଗ୍ରହଣ କରୁଥିଲେ।

ପୁରାପାଷାଣ ଯୁଗର ମାଗଦାଲେନିଆନ ଜନଜାତିଙ୍କ ପ୍ରସଙ୍ଗରେ ଏହି ଅଧ୍ୟୟନ କରାଯାଇଥିଲା। ମାଗଦାଲେନିଆନମାନେ ପ୍ରାୟ ୧୧ହଜାରରୁ ୧୭ହଜାର ବର୍ଷ ପୂର୍ବେ ବଞ୍ଚିଥିଲେ। ଲଣ୍ଡନର ଜାତୀୟ ଇତିହାସ ସଂଗ୍ରହାଳୟର ବିଶେଷଜ୍ଞମାନେ ୫୯ଟି ମାଗଦାଲେନିଆନଙ୍କ ସ୍ଥାନ ଚିହ୍ନଟ କରିଛନ୍ତି ଯେଉଁଥିରେ ମଣିଷଙ୍କ ମୃତଦେହ ମିଳିଛି। ଜର୍ମାନୀ, ସ୍ପେନ, ଋଷିଆ, ବ୍ରିଟେନ, ବେଲଜିୟମ, ପୋଲାଣ୍ଡ, ଚେକ ରିପବ୍ଲିକ, ପର୍ତ୍ତୁଗାଲରେ ଓ ଫ୍ରାନ୍ସରେ ସେମାନଙ୍କ ଅବଶେଷ ମିଳିଛି।
ବୈଜ୍ଞାନିମମାନେ ୧୫ଟି ସ୍ଥାନ ଚିହ୍ନଟ କରିଛନ୍ତି ଯେଉଁଠି ମଣିଷଙ୍କର କଙ୍କାଳ ଓ ଖପୁରୀ ମିଳିଛି। ସେହି ଖପୁରୀ ଓ କଙ୍କାଳରେ ମଣିଷଙ୍କର ଦାନ୍ତରେ ଚୋବାଇବାର ଚିହ୍ନ ରହିଛି। ଏହି ଅବଶେଷ ଉତ୍ତର ଓ ପଶ୍ଚିମ ୟୁରୋପରେ ମିଳିଛି।

ଲଣ୍ଡନର ଜାତୀୟ ଇତିହାସ ସଂଗ୍ରହାଳୟର ଅନୁସନ୍ଧାନକାରୀ ସିଲଭିଆ ବେଲୋ କହିଛନ୍ତ, ମାଗଦାଲେନିଆନମାନେ ମୃତ ଲୋକଙ୍କୁ ମବର ଦିଅନ୍ତି ନାହିଁ ତାଙ୍କୁ ଖାଦ୍ୟ ରୂପେ ଗ୍ରହଣ କରନ୍ତି। ସବୁଠାରୁ କୌତୁହଳ ବିଷୟ ଏହା କି, ଏଠାରେ ଅନ୍ତିମ ସଂସ୍କାର ଭାବରେ ଲୋକଙ୍କୁ ଖାଇବାର ପରମ୍ପରା ରହିଛି। ଏହି ପରମ୍ପରା ଏମାନଙ୍କର ବହୁତ ପୁରୁଣା।
ଏହି ଅଞ୍ଚଳରେ ଦୁଇଟି ଭିନ୍ନ ସଂସ୍କୃତିର ଲୋକ ରହୁଥିଲେ। ଗୋଟିଏ ମାଗଦାଲେନିଆନ ସଂସ୍କୃତି ଏବଂ ଅନ୍ୟଟି ଏପିଗ୍ରାଭେଟିଆନ। ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି ଯେ, ଉତ୍ତର-ପଶ୍ଚିମ ୟୁରୋପରେ ମାଗଦାଲେନିଆନ ସଂସ୍କୃତିର ଲୋକମାନେ
ସମ୍ପର୍କୀୟଙ୍କ ମୃତଦେହକୁ ଖାଦ୍ୟ ଭାବେ ଖାଇବାକୁ ପସନ୍ଦ କରୁଥିବାବେଳେ ଏପିଗ୍ରାଭେଟିଆନ ସଂସ୍କୃତିର ମଣିଷମାନେ ମୃତଦେହକୁ କବର ଦେବାକୁ ପସନ୍ଦ କରିଥିଲେ।

Share