ଅଷ୍ଟ୍ରେଲିଆରେ ଇଚ୍ଛାମୃତ୍ୟୁର ବୟସ ୧୮ରୁ ୧୪କୁ ହ୍ରାସ!

କାନବେରା,୩୦।୬:୧୪ବର୍ଷିୟ ନାବାଳିକ ମଧ୍ୟ ଇଚ୍ଛାମୃତ୍ୟୁ କରିପାରିବେ। ଏପରି ଏକ ଆଇନ୍‌ ଆଣିବାକୁ ଯାଉଛନ୍ତି ଅଷ୍ଟ୍ରେଲିଆ ସରକାର। ଅଷ୍ଟ୍ରେଲିଆର ରାଜଧାନୀ କେନବରାରେ ମସ୍କିଷ୍କ ବିକୃତ ବ୍ୟକ୍ତିଙ୍କ ଇଚ୍ଛାମୃତ୍ୟୁ କରିବାର ବୟସ ୧୮ରୁ ୧୪ବର୍ଷକୁ ହ୍ରାସ କରିଛନ୍ତି। ଯଦି ଏହି ଆଇନ ପାରିତ ହୁଏ, ତେବେ ଏହା ସବୁଠାରୁ ଉଦାରବାଦୀ ଆଇନ ଭାବେ ପରିଗଣିତ ହେବ ବୋଲି ଆଲୋଚନା କରାଯାଉଛି। ଯାହାଦ୍ୱାରା ଛୋଟ ପିଲାମାନେ ମଧ୍ୟ ଇଚ୍ଛାମୃତ୍ୟୁ କରିପାରିବେ।

ଅନ୍ୟପକ୍ଷରେ ସରକାରଙ୍କ ଏହି ଆଇନ୍‌କୁ ନେଇ ବିବାଦ ତେଜିବାରେ ଲାଗିଛି। ଏନେଇ ଛାୟା ମନ୍ତ୍ରୀ ଜେମ୍ସ ପାଟରସନ ଏହାକୁ ଭୟଙ୍କର ବୋଲି କହିଛନ୍ତି। ସେ କହିଛନ୍ତି, ୧୪ବର୍ଷିୟ ଟିନ୍‌ ଏଜର୍‌ ଯେଉଁମାନେ କୌଣସି ନିଷ୍ପତ୍ତି ନେବାକୁ ସକ୍ଷମ ହୋଇ ନାହାନ୍ତି ସେମାନଙ୍କ ଇଚ୍ଛାମୃତ୍ୟୁ ବାଛିବାର ଅଧିକାର ଦେବା କେତେ ଦୂର ଠିକ ହେବ।
ଏଠାରେ କହି ରଖୁଛୁ କି, ନେଦରଲ୍ୟାଣ୍ଡରେ ଇଚ୍ଛାମୃତ୍ୟୁର ଅବଧି ୧୨ବର୍ଷ ରଖିବାକୁ ସଂସଦରେ ଅନୁମୋଦନ ହେବାକୁ ଯାଉଛି।

Share