ମୁମ୍ବାଇ,୧୧।୧୦: ସରକାର ବର୍ତ୍ତମାନ ପେଟ୍ରୋଲ, ଡିଜେଲ ବ୍ୟବହାରକୁ କମ୍ କରାଇବା ଦିଗରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏଥିଲାଗି ପେଟ୍ରୋଲ ପମ୍ପ ଲାଇସେନ୍ସ କ୍ଷେତ୍ରରେ ରହିଥିବା ନିୟମକୁ କୋହଳ କରାଯାଇଛି। ପେଟ୍ରୋଲ ପମ୍ପରେ ପେଟ୍ରୋଲ ବିକ୍ରି ହେବା ଆଗରୁ ମଧ୍ୟ ଇଲେକ୍ଟ୍ରିକ ଭେଇକିଲ(ଇଭି) ଚାର୍ଜିଂ ଏବଂ ସିଏନ୍ଜି ଷ୍ଟେଶନ ସ୍ଥାପନ କରିହେବ ବୋଲି ସରକାର ସ୍ପଷ୍ଟ କରିଛନ୍ତି।
ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ପକ୍ଷରୁ ୨୦୧୯ ନଭେମ୍ବରରେ ଜାରି କରାଯାଇଥିବା ଏକ ବିଜ୍ଞପ୍ତିର ମନ୍ତ୍ରଣାଳୟ ବର୍ତ୍ତମାନ ସ୍ପଷ୍ଟୀକରଣ ପ୍ରଦାନ କରିଛି। ପେଟ୍ରୋଲ ଏବଂ ଡିଜେଲ ରିଟେଲିଂ ସହ ସଂସ୍ଥାଗୁଡିକ ସିଏନ୍ଜି, ଏଲ୍ଏନ୍ଜି ଏବଂ ଇ-ଯାନ ଚାର୍ଜିଂ ପଏଣ୍ଟ ଭଳି ଗୋଟିଏ ନୂତନ ପିଢୀର ବିକଳ୍ପ ଇନ୍ଧନ ସୁବିଧା ପ୍ରଦାନ କରିବାକୁ ପୂର୍ବରୁ କୁହାଯାଇଥିଲା। ମାତ୍ର ଚାର୍ଜିଂ ପଏଣ୍ଟ ସ୍ଥାପନର କୌଣସି ନିର୍ଦ୍ଦେଶ ରହି ନ ଥିଲା।
ମନ୍ତ୍ରଣାଳୟ କହିଛି ଯେ, ପେଟ୍ରୋଲ ଏବଂ ଡିଜେଲ ଆଉଟଲେଟଗୁଡ଼ିକ ସିଏନ୍ଜି, ବାୟୋ ଫୁଏଲ, ଏଲ୍ଏନଜି ଭଳି ନୂଆ ବିକଳ୍ପ ଇନ୍ଧନ ବିକ୍ରି ସହ ଇ-ଯାନ ଚାର୍ଜିଂ ସୁବିଧା ଲାଗି ବ୍ୟବସ୍ଥା କରିବାକୁ ହେବ। ପେଟ୍ରୋଲ ଏବଂ ଡିଜେଲ ବିକ୍ରି କରିବା ଆଗରୁ ସଂସ୍ଥାଗୁଡିକ ବିକଳ୍ପ ଇନ୍ଧନ ଯୋଗାଣ ନେଇ ବ୍ୟବସ୍ଥା କରିବାରେ ଏଣିକି କୌଣସି ପ୍ରତିବନ୍ଧକ ରହିବନି।
ନିୟମ ମୁତାବକ ସଂସ୍ଥାଗୁଡିକର ନେଟ୍ ସମ୍ପତ୍ତି ୨୫୦ କୋଟି ଟଙ୍କା ହୋଇଥିଲେ ପେଟ୍ରୋଲ ଏବଂ ଡିଜେଲ ରିଟେଲିଂ କରିପାରିବେ। ୨୦୧୯ ନୀତି ଅନୁସାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ,ଆଇଏମ୍ସି ଲିମିଟେଡ, ଅନସାଇଟ ଏନର୍ଜି ପ୍ରାଇଭେଟ ଲିମିଟେଡ, ଆସାମ ଗ୍ୟାସ କମ୍ପାନୀ, ଏମ୍.କେ. ଆଗ୍ରୋଟେକ, ଆର୍ବିଏମ୍ଏଲ୍ ସଲ୍ୟୁଶନ୍ସ ଏବଂ ମାନସ ଆଗ୍ରୋ ଇଣ୍ଡଷ୍ଟ୍ରିଜ ଭଳି କମ୍ପାନୀଗୁଡିକୁ ପେଟ୍ରୋଲ ଡିଜେଲ ରିଟେଲିଂ ଲାଗି ଅନୁମତି ପ୍ରଦାନ କରାଯାଇଛି।