Categories: ବାଣିଜ୍ୟ

ହ୍ରାସ ହୋଇପାରେ ଇଯାନ ଦର

ନୂଆଦିଲ୍ଲୀ,୭ା୨: ଆସନ୍ତା କିଛି ମାସ ମଧ୍ୟରେ ବୈଦ୍ୟୁତିକ ଯାନଗୁଡ଼ିକର ମୂଲ୍ୟ ୩୦% ହ୍ରାସ ହୋଇପାରେ ବୋଲି ସୂଚନା ମିଳିଛି। ଫଳରେ ବଜାର ଚାହିଦା ବୃଦ୍ଧି ସାଙ୍ଗକୁ ପରିବେଶ ସୁରକ୍ଷା ପ୍ରତି ସରକାର ଗୁରୁତ୍ୱ ଦେଉଥିବା ଜଣାପଡ଼ିଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଇ-ଯାନର ବିକ୍ରିକୁ ବଢ଼ାଇବା ପାଇଁ ବ୍ୟାଟେରି ମୂଲ୍ୟ କମାଇବାକୁ ମଧ୍ୟ ସରକାର ବିଚାର କରୁଛନ୍ତି। ଏଭଳି ପରିସ୍ଥିତିରେ ଯଦି ବ୍ୟାଟେରି ମୂଲ୍ୟ ହ୍ରାସ ପାଏ ତା’ ହେଲେ ଇ-ଯାନର ମୂଲ୍ୟ ମଧ୍ୟ ୩୦%ରୁ ଅଧିକ କମିପାରେ ବୋଲି ଆକଳନ କରାଯାଉଛି। ବର୍ତ୍ତମାନ ବ୍ୟାଟେରି ସ୍ବାପିଂ ସିଷ୍ଟମ୍‌ ଲାଗୁ ହେଲେ ଗାଡ଼ିରୁ ବ୍ୟାଟେରିର ମୂଲ୍ୟ ବାଦ୍‌ ପଡ଼ିବ। ଅର୍ଥାତ୍‌ ବିକ୍ରି ସମୟରେ କେବଳ ଗାଡ଼ିର ମୂଲ୍ୟ ହିଁ ଗ୍ରାହକଙ୍କୁ ଦେବାକୁ ପଡ଼ିବ।

Share