ଦ୍ୱିତୀୟଥର ମା’ ହେବାକୁ ଯାଉଛନ୍ତି ଏହି ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ ଏଭଲିନ ଶର୍ମା ଦ୍ୱିତୀୟଥର ମା’ ହେବାକୁ ଯାଉଛନ୍ତି। ବିବାହ ପରେ ଇଣ୍ଡଷ୍ଟ୍ରିକୁ ବିଦାୟ ଦେଇଥିଲେ। ସୋସିଆଲ ମିଡିଆ ମାଧ୍ୟମରେ ସେ ପ୍ରଶଂସକଙ୍କ ସହ ଏହି ଖୁସି ଖବର ଶେୟାର କରିଛନ୍ତି। ତାଙ୍କୁ ଶେଷ ଥର ପାଇଁ ‘ସାହୋ’ ଏବଂ ‘ଏକ୍ସ-ରେ’ ଫିଲ୍ମରେ ଦେଖିବାକୁ ମିଳିଥିଲା। ପ୍ରଥମେ କନ୍ୟା ସନ୍ତାନ ଜନ୍ମ ଦେବା ପରେ ସେ ଇଣ୍ଡଷ୍ଟ୍ରୀରୁ ଦୂରେଇ ଯାଇଥିଲେ। ଏବେ ଦ୍ୱିତୀୟ ସନ୍ତାନ ଜନ୍ମ ଦେବାକୁ ମଧ୍ୟ ପ୍ରସ୍ତୁତ ହେଉଛନ୍ତି। ଏଭଲିନ ତାଙ୍କ ଇନଷ୍ଟାଗ୍ରାମରେ ବେବି ବମ୍ପ ସହ ଫଟୋ ଶେୟାର କରି କହିଛନ୍ତି, ତୁମକୁ କୋଳରେ ଧରିବାକୁ ଆଉ ଅପେକ୍ଷା କରି ପାରିବି ନାହିଁ।
ଏଭଲିନ ଇଣ୍ଡୋ-ଅଷ୍ଟ୍ରେଲିୟା ଡେଣ୍ଟାଲ ସର୍ଜନ ତଥା ବ୍ୟବସାୟୀ ତୁଷାନ ଭିଣ୍ଡିଙ୍କୁ ମେ ୨୦୨୧ରେ ବିବାହ କରିଥିଲେ। ଅଭିନେତ୍ରୀ ବିବାହ ପରେ ହିଁ ଏକ ଝିଇର ମା’ ହୋଇଥିଲେ। ଏଭଲିନ ହଲିଉଡ ଫିଲ୍ମ ‘ଟର୍ନ ଲେଫ୍ଟ’୍‌ରୁ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ। ସେ ୨୦୧୨ରେ ‘ସିଡନୀ ଓ୍ବିଥ୍‌ ଲଭ’ ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ଏହା ବ୍ୟତୀତ ସେ ‘ୟାରିୟାଁ’, ‘ମେନ ତେରା ହିରୋ’, ‘ହିନ୍ଦୀ ମିଡିୟମ୍‌’ ଭଳି ଅନେକ ଫିଲ୍ମରେ ଅଭିନୟ କରିଛନ୍ତି।

Share