ଦ୍ୱିତୀୟ ଥର ପାଇଁ ମା’ ହେବେ ଏଭଲିନ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଏଭଲିନ ଶର୍ମା ଦ୍ୱିତୀୟ ଥର ପାଇଁ ମା’ ହେବାକୁ ଯାଉଛନ୍ତି। ଏନେଇ ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ବେବି ବମ୍ପର ଫଟୋ ଶେୟାର କରି ଏହି ଖୁସି ଖବର ଜଣାଇଛନ୍ତି। ଲେଖିଛନ୍ତି, ‘ତୁମକୁ କୋଳରେ ଧରିବାକୁ ଆଉ ଅପେକ୍ଷା କରିପାରିବିନି।’ ତେବେ ଏଭଲିନ ୨୦୨୧ ମେ’ରେ ଇଣ୍ଡୋ-ଅଷ୍ଟ୍ରେଲିଆ ବ୍ୟବସାୟୀ ତୁଶାନ୍‌ ଭିଣ୍ଡିଙ୍କୁ ବିବାହ କରିଥିଲେ। ତା’ ପରେ ସେ ବଲିଉଡ୍‌ ଇଣ୍ଡଷ୍ଟ୍ରିରୁ ବିଦାୟ ନେଇଥିଲେ। ସେହି ବର୍ଷ ନଭେମ୍ବରରେ ଏକ ଶିଶୁକନ୍ୟାଙ୍କୁ ଜନ୍ମ ଦେଇଥିଲେ। ଏବେ ସେ ତାଙ୍କ ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି। ତେବେ ସେ ୨୦୦୬ରେ ହଲିଉଡ ଫିଲ୍ମ ‘ଟର୍ଣ୍ଣ ଲେଫ୍ଟ’ରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ। ୨୦୧୨ରେ ବଲିଉଡ୍‌ରେ ‘ଫର୍ମ ସିଡ୍‌ନୀ ଉଇଥ୍‌ ଲଭ୍‌’ ଜରିଆରେ ଡେବ୍ୟୁ କରିଥିଲେ। ପରେ ପରେ ସେ ଅନେକ ହିନ୍ଦୀ ଫିଲ୍ମରେ କାମ କରିଛନ୍ତି। ତାଙ୍କୁ ଶେଷ ଥର ପାଇଁ ଏକ୍ସରେ: ଦି ଇନର୍‌ ଇମେଜ୍‌ରେ ଦେଖିବାକୁ ମିଳିଥିଲା।

Share