ଦାରିଙ୍ଗବାଡ଼ି,୧୪।୯(ଡି.ଏନ.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁର ୫୯ନଂ ଜାତୀୟ ରାଜପଥର ସୁଲୁମାହା ନିକଟରେ ଏକ ଅସ୍ଥାୟୀ ପୋଲ ଧୋଇଯାଇଛି। ୨୪ଘଣ୍ଟା ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଯାତାୟାତ ସ୍ବାଭାବିକ ହୋଇପାରିନାହିଁି ା ପୋଲଟି ନିମ୍ନମାନର ହୋଇଥିବାରୁ ଲଗାଣ ବର୍ଷାରେ ଏପରି ହୋଇଥିବା କୁହାଯାଇଛି। ପୋଲ ଧୋଇଯିବା ଫଳରେ ବାଲିଗୁଡ଼ା ଠାରୁ ଦାରିଙ୍ଗବାଡ଼ି ଦେଇ ବ୍ରହ୍ମପୁର, ଭଞ୍ଜନଗର, ସୋରଡ଼ା ଆଦି ଅଞ୍ଚଳକୁ ଯାତାୟତ ବନ୍ଦ ରହିଛି ା ତେବେ କିଛି ବସ୍ ଅଲଗା ରାସ୍ତା ଦେଇ ଚଳାଚଳ କରୁଥିଲେ ସୁଦ୍ଧା ଦାରିଙ୍ଗବାଡ଼ି ଠାରୁ ସିମନବାଡ଼ିକୁ ସମସ୍ତ ବସ୍ ଚଳାଚଳ ଠପ ହୋଇଯାଇଛି ା ଠିକାସଂସ୍ଥା ପକ୍ଷରୁ ଉକ୍ତ ଅସ୍ଥାୟୀ ପୋଲକୁ ମରାମତି କରାଯାଇଥିଲେ ମଧ୍ୟ ତାହା ବାରମ୍ବାର ଧୋଇଯିବାରୁ ଏବେ ଚିନ୍ତା ବଢୁଛି।