୮ ମାସ ପରେ ବି ମିଳୁନି ରାଜ୍ୟ ସ୍ବତନ୍ତ୍ର କାର୍ଯ୍ୟ ଖସଡ଼ା, ସମନ୍ୱୟ କିଏ ରକ୍ଷା କରୁଛି: ଅନୁ

ଭୁବନେଶ୍ୱର,୧୫।୪ (ରବିନାରାୟଣ ଜେନା): ସମନ୍ବୟ ରକ୍ଷା କରୁଛି କିଏ? ବିଭାଗୀୟ ଅଧିକାରୀଙ୍କ ଅବହେଳାକୁ ନେଇ ଏହିଭଳି ମନ୍ତବ୍ୟ ଦେଇଛନ୍ତି ଜଳସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ତଥା ଉନ୍ନୟନ ଆୟୁକ୍ତ ଅନୁ ଗର୍ଗ। ୮ ମାସ ପରେ ବି ଜଳସମ୍ପଦ ବିଭାଗ ପକ୍ଷରୁ ରାଜ୍ୟ ସ୍ବତନ୍ତ୍ର କାର୍ଯ୍ୟ ଖସଡ଼ା(ଏସ୍‌ଏସ୍‌ଏପି) ସମ୍ପର୍କିତ କୌଣସି ପ୍ରସ୍ତାବ ନ ମିଳିବାରୁ ଚଳିତମାସ ୩ରେ ଉତ୍ତର-ପୂର୍ବାଞ୍ଚଳ ଆଞ୍ଚଳିକ ଜଳ ଓ ଭୂପରିଚାଳନା ଅନୁଷ୍ଠାନ (ଏନ୍‌ଇଆର୍‌ଆଇଡବ୍ଲ୍ୟୁଏଲ୍‌ଏମ୍‌)ଙ୍କ ପତ୍ର ପାଇବା ପରେ ଉନ୍ନୟନ ଆୟୁକ୍ତ ଅସନ୍ତୋଷ ବ୍ୟକ୍ତ କରିବା ସହିତ ଏଭଳି ଟିପ୍ପଣୀ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଏନ୍‌ଇଆର୍‌ଆଇଡବ୍ଲ୍ୟୁଏଲ୍‌ଏମ୍‌ ପକ୍ଷରୁ ଜୁଲାଇ ୨୪ରେ ସବୁ ରାଜ୍ୟର ଜଳସମ୍ପଦ ବିଭାଗ ସହିତ ଏକ ସମୀକ୍ଷା ବୈଠକ କରାଯାଇଥିଲା। ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜଳ ପରିଚାଳନା ନେଇ ସ୍ବତନ୍ତ୍ର କାର୍ଯ୍ୟ ଖସଡ଼ା ନିର୍ଦ୍ଧାରିତ ସମୟ ଭିତରେ ଦେବାକୁ କୁହାଯାଇଥିଲା। ହେଲେ ଇତିମଧ୍ୟରେ ସାଢ଼େ ୮ମାସ ବିତି ଯାଇଥିଲେ ହେଁ ଜଳସମ୍ପଦ ବିଭାଗ ପକ୍ଷରୁ କୌଣସି ଉତ୍ତର ଏପର୍ଯ୍ୟନ୍ତ ଏନ୍‌ଇଆର୍‌ଆଇଡବ୍ଲ୍ୟୁଏଲ୍‌ଏମ୍‌କୁ ପ୍ରଦାନ କରାଯାଇନାହିଁ। ଏହାକୁ ନେଇ ଏନ୍‌ଇଆର୍‌ଆଇଡବ୍ଲ୍ୟୁଏଲ୍‌ଏମ୍‌ର ନିର୍ଦ୍ଦେଶକ ପ୍ରଦୀପ କୁମାର ବୋରା ଚଳିତମାସ ୩ରେ ଜଳସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବଙ୍କୁ ପତ୍ର ଲେଖି ଏଭଳି ଅବହେଳା କ’ଣ ପାଇଁ ବିଭାଗ ପକ୍ଷରୁ କରାଯାଇଛି ବୋଲି ପ୍ରଶ୍ନ କରିଛନ୍ତି। ଏହି ପତ୍ରର ଅବିକଳ ନକଲ ଏଠାରେ ଛପାଯାଇଛି।

ବୋରା ଦର୍ଶାଇଛନ୍ତି, ଜାତୀୟ ଜଳ ଆୟୋଗଙ୍କ ପକ୍ଷରୁ ଜୁଲାଇ ୨୪ରେ ହୋଇଥିବା ସମୀକ୍ଷା ବେଳେ ରାଜ୍ୟ ସରକାର ଏସଂକ୍ରାନ୍ତରେ ସ୍ବତନ୍ତ୍ର ପ୍ରସ୍ତାବ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶ୍ରୁତି ଅନୁଯାୟୀ, ୨୦୨୪ ନଭେମ୍ବର ୧୦ ସୁଦ୍ଧା ଓଡ଼ିଶା ପକ୍ଷରୁ ଡିଏସ୍‌ଆର୍‌ ପ୍ରସ୍ତାବ ମିଳିବା କଥା। ସେହିପରି ମାର୍ଚ୍ଚ ସୁଦ୍ଧା ମଧ୍ୟବର୍ତ୍ତୀ ରିପୋର୍ଟ ପ୍ରଦାନ କରାଯିବା କଥା। ସେହିପରି ଜୁଲାଇ ୨୦୨୫ ସୁଦ୍ଧା ଏସ୍‌ଏସ୍‌ଏପି ପୂର୍ଣ୍ଣାଙ୍ଗ ତଥ୍ୟ ପ୍ରଦାନ କରାଯିବା କଥା। ହେଲେ ଏପର୍ଯ୍ୟନ୍ତ କୌଣସି ପ୍ରସ୍ତାବ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିନାହିଁ। ଜଳସମ୍ପଦ ବିଭାଗ ପକ୍ଷରୁ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ତାହା ନିରର୍ଥକ ହୋଇଛି। ତେଣୁ ତୁରନ୍ତ ଏସ୍‌ଏସ୍‌ଏପି ପଠାଇବାକୁ ବୋରା ପତ୍ରରେ ଉଲ୍ଲେଖ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୨୪ ଜୁଲାଇ ୨୭ରେ ଏନ୍‌ଇଆର୍‌ଆଇଡବ୍ଲ୍ୟୁଏଲ୍‌ଏମ୍‌ ଅତିରିକ୍ତ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ୧୩ଟି ରାଜ୍ୟ ଓ ୬ଟି କେନ୍ଦ୍ରଶାସିତ ଅଞ୍ଚଳକୁ ନେଇ ଜଳ ପରିଚାଳନା ସଂକ୍ରାନ୍ତରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ରାଜ୍ୟ ପକ୍ଷରୁ କେବେସୁଦ୍ଧା ଡିଏସ୍‌ଆର୍‌ ରିପୋର୍ଟ ଓ ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରଦାନ କରାଯିବ ସେ ନେଇ ନିଷ୍ପତ୍ତି ହୋଇଥିଲା। ହେଲେ ୮ମାସ ପରେ ବି ଏନ୍‌ଇଆର୍‌ଆଇଡବ୍ଲ୍ୟୁଏଲ୍‌ଏମ୍‌ ନିକଟରେ ରାଜ୍ୟର ଏସ୍‌ଏସ୍‌ଏପି ରିପୋର୍ଟ ପହଞ୍ଚି ପାରି ନାହିଁ। ଏହାକୁ ନେଇ ଏନ୍‌ଇଆର୍‌ଆଇଡବ୍ଲ୍ୟୁଏଲ୍‌ଏମ୍‌ ରାଜ୍ୟ ଜଳସମ୍ପଦ ବିଭାଗକୁ ପତ୍ର ଲେଖି ତାଗିଦ କରିଥିବା ବେଳେ ବିଭାଗୀୟ ଅତିରିକ୍ତ ସଚିବ ଅନୁ ଗର୍ଗ ଏଭଳି ଅସନ୍ତୋଷ ବ୍ୟକ୍ତ କରିବା ସହିତ ସେଚସଦନସ୍ଥିତ ସର୍ବୋଚ୍ଚ ଯନ୍ତ୍ରୀଙ୍କଠାରୁ ରିପୋର୍ଟ ଲୋଡ଼ିଛନ୍ତି। ରୁର୍‌କୀ ଆଇଆଇଟି ସହିତ ପରାମର୍ଶ କରି ଯଥାଶୀଘ୍ର ରିପୋର୍ଟ ଦେବାକୁ ପତ୍ରରେ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟକ୍ତିଙ୍କୁ ଏମିତି ଆକ୍ରମଣ କଲା ବିଶାଳକାୟ ଅଜଗର, ଭିଡିଓ ଦେଖିଲେ…

ସାପକୁ ସାମ୍ନା କରିବା କିମ୍ବା ବୀରତ୍ୱପୂର୍ଣ୍ଣ ସାହସ ପ୍ରଦର୍ଶନ କରିବା ପ୍ରାୟତଃ ଘାତକ ସାବ୍ୟସ୍ତ ହୋଇଥାଏ। ତେଣୁ ଅଧିକାଂଶ ଲୋକ ସାପଠାରୁ ଦୂରେଇ ରହିବାକୁ ପସନ୍ଦ...

ପ୍ରସିଦ୍ଧ ଲେଖକ ତଥା ପଦ୍ମଶ୍ରୀ ରସ୍କିନ ବଣ୍ଡ ଗୁରୁତର ଅସୁସ୍ଥ

ନୂଆଦିଲ୍ଲୀ,୧୪।୧୨: ପ୍ରସିଦ୍ଧ ଲେଖକ ଏବଂ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ୯୧ ବର୍ଷିୟ ରସ୍କିନ ବଣ୍ଡଙ୍କୁ ଡେରାଡୁନର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ଗତ ଚାରି...

ମେସିଙ୍କ ସହ ସେଲ୍‌ଫି ନେବାକୁ ଚାହୁଁଥିଲେ ବିକ୍ରି କରିବାକୁ ପଡ଼ିପାରେ ଆପଣଙ୍କ ଘର! ଟିକେଟର ଦାମ ଶୁଣିଲେ…

ନୂଆଦିଲ୍ଲୀ,୧୪।୧୨: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ ମେସି ବର୍ତ୍ତମାନ ତିନି ଦିନିଆ ଭାରତ ଗସ୍ତରେ ଅଛନ୍ତି। ସେ ପ୍ରଥମେ କୋଲକାତାରେ ପହଞ୍ଚିଥିଲେ, ତା’ପରେ ହାଇଦ୍ରାବାଦରେ ପହଞ୍ଚିଥିଲେ...

ଆଭ୍ୟନ୍ତରୀଣ ଓଡ଼ିଶାରେ ହାଡ଼ଭଙ୍ଗା ଶୀତ, ଜାଣନ୍ତୁ କେଉଁଠି ରହିଛି କେତେ ତାପମାତ୍ରା…

ଭୁବନେଶ୍ୱର,୧୪ା୧୨: ଆଭ୍ୟନ୍ତରୀଣ ଓଡ଼ିଶାରେ ଜାରି ରହିଛି ହାଡ଼ଭଙ୍ଗା ଶୀତ। ରାଉରକେଲା ସହରରେ ସର୍ବନିମ୍ନ ତାପମାତ୍ରା ୮.୨ ଡିଗ୍ରୀ ଥିବାବେଳେ ଝାରସୁଗୁଡ଼ାରେ ୮.୯, କେନ୍ଦୁଝରରେ ୧୦.୬ ଡିଗ୍ରୀ...

‘ଗିରଫ ହୁଅନ୍ତୁ ମମତା,’ କାହିଁକି ଏମିତି କହିଲେ ଆସାମ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ ଏହା ପଛର ବଡ଼ କାରଣ

ଗୁଆହାଟି,୧୪।୧୨: ଶନିବାର କୋଲକାତାରେ ଆର୍ଜେଣ୍ଟିନା ଫୁଟବଲ ତାରକା ଲିଓନେଲ ମେସିଙ୍କ ଏକ କାର୍ଯ୍ୟକ୍ରମରେ ଘଟିଥିବା ବିଶୃଙ୍ଖଳା ପରେ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିରୋଧୀଙ୍କ ସମାଲୋଚନାର ଶିକାର...

‘ଜଞ୍ଜିରରେ ହୋଇଛି ବନ୍ଧା…ମାଡ଼ରେ ଶରୀର ରୁଟି ଭଳି ଫୁଲିଯାଇଛି…’, ମାସୁଦ ଆଝାରଙ୍କ ଭାଇରାଲ ଅଡିଓ କ୍ଲିପକୁ ନେଇ ବଢୁଛି ଚର୍ଚ୍ଚା

ଇସଲାମାବାଦ,୧୪।୧୨: ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ନେତା ମାସୁଦ ଆଝାରଙ୍କ ଏକ ଚାଞ୍ଚଲ୍ୟକର ଅଡିଓ କ୍ଲିପ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି। ଏହି...

ଦାରିଙ୍ଗବାଡିରେ ଅସହ୍ୟ ଶୀତ: ଚତୁର୍ଥ ଦିନରେ ତୁଷାରପାତ 

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଗତ କିଛିଦିନ ହେଲା କାଶ୍ମୀର ଭଳି ପରିସ୍ଥିତି ଦେଖାଯାଇଛି। ରବିବାରକୁ ମିଶାଇ ଗତ ଚାରିଦିନ ଧରି...

ଜଙ୍ଗଲରେ ହଜିବାରେ ଲାଗିଛି  ଉଇ ହୁଙ୍କା ସଂଖ୍ୟା : ଭୂତଳ ଜଳର ଉତ୍ସ ଚିହ୍ନଟ କରିବାରେ …

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ସୃଷ୍ଟି ଓ ପ୍ରକୃତି ସହ ଜଡିତ ଉଇ ହୁଙ୍କାର ସମ୍ପର୍କ। ହେଲେ ମାତ୍ର ଧୀରେଧୀରେ ଜଙ୍ଗଲରେ ଉଇ ହୁଙ୍କାର ସଂଖ୍ୟା କମିବାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri