‘୮୩’ ଫ୍ଲପ ହେବା ପରେ ବି ରଣବୀରଙ୍କ ହାତରେ ୫ ବାୟୋପିକ ଅଫର୍‌

ମୁମ୍ବାଇ: ବଲିଉଡ୍ ନାୟକ ରଣବୀର ସିଂ ଏବେ ଖୁବ୍ ଚର୍ଚ୍ଚାରେ । ତାଙ୍କ ଅଭିନୀତ ଫିଲ୍ମ ‘୮୩’ ୨୪ ଡିସେମ୍ବରରେ ରିଲିଜ୍ ହୋଇଛି । ଯାହା ଆଶା କରାଯାଉଥିଲା ସେହି ଅନୁଯାୟୀ ଦର୍ଶକଙ୍କ ମନ ଜିତି ପାରିଲା ନାହିଁ ଫିଲ୍ମ । ୧୯୮୩ରେ ଭାରତ ପ୍ରଥମଥର ଲାଗି କ୍ରିକେଟ ୱାର୍ଲଡ କପ୍ ବିଜୟୀ ହୋଇଥିବା ବେଳେ ଏହାର ନେତୃତ୍ୱ ନେଇଥିଲେ କପିଲ ଦେବ । ଫିଲ୍ମ ‘୮୩’ ସେହି କାହାଣୀ ଉପରେ ପର୍ଯ୍ୟବେଶିତ ହୋଇଥିବା ବେଳେ ରଣବୀରଙ୍କ ଚରିତ୍ର ଦର୍ଶକଙ୍କ ଉପରେ ଏତେଟା ପ୍ରଭାବ ପକାଇ ପାରି ନ ଥିଲା । ଏକ ପ୍ରକାର ଫିଲ୍ମଟି ଫ୍ଲପ ହୋଇଛି । ଏହାପରେ ବି ରଣବୀରଙ୍କ ହାତରେ ଆଗକୁ ୫ଟି ବାୟୋପିକ୍ ଅଫର ରହିଛି । ଏକଥା ନିଜେ ରଣବୀର କହିଛନ୍ତି । ନିକଟରେ ଏକ ସାକ୍ଷାତ୍‌କାରରେ ରଣବୀର ଏହା କହିଥିଲେ । ଏହି ବାୟୋପିକ୍ ମଧ୍ୟରୁ ୩ଟି ଖେଳାଳିଙ୍କର ହୋଇଥିବା ସେ କହିଛନ୍ତି । ତେବେ କେଉଁ ଖେଳାଳିଙ୍କ ଉପରେ ବାୟୋପିକ ହେଉଛି ସେ ସମ୍ପର୍କରେ ଖୁବଶୀଘ୍ର ଜଣାପଡିବ ବୋଲି ରଣବୀର କହିଛନ୍ତି । କିଛିଟା ଷ୍ଟୋରୀ ଏବେ ଡେଭଲପ କରାଯାଉଥିବା ସେ ସୂଚନା ଦେଇଛନ୍ତି ।

Share