Posted inଫୁରସତ

୯.୨ କୋଟି ଦରମା ପରେ ବି ଅଫିସ କ୍ୟାଣ୍ଟିନରୁ ସାଣ୍ଡୱିଚ୍‌ ଚୋରି କରିବା ପଡିଲା ମହଙ୍ଗା

ଲଣ୍ଡନ,୬।୨: ଅଫିସ କ୍ୟାଣ୍ଟିନରୁ ସାଣ୍ଡୱିଚ୍‌ ଚୋରି କରିବା ପଡ଼ିଲା ମହଙ୍ଗା। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା କେନରି ୱାର୍ଫରେ ଥିବା ସିଟିବ୍ୟାଙ୍କ ୟୁରୋପୀୟ ମୁଖ୍ୟାଳୟରୁ ଆସିଛି। ମିଳିଥିବା ସୂଚନାନୁଯାୟୀ, ଲଣ୍ଡନରେ ଥିବା ଏକ ଅଫିସ କ୍ୟାଣ୍ଟିନରୁ ସାଣ୍ଡୱିଚ୍‌ ଚୋରି କରିଥିବାରୁ ହାଇ ପ୍ରୋଫାଇଲ ଭାରତୀୟ ବ୍ୟାଙ୍କର ପାରସ ଶାହାଙ୍କୁ ଚାକିରିରୁ ବରଖାସ୍ତ କରିଦିଆଯାଇଛି। ପାରସ ଶାହାଙ୍କ ବାର୍ଷିକ ଦରମା ପ୍ରାୟ ୯.୨ କୋଟି ଟଙ୍କା ଥିଲା। ବ୍ୟାଙ୍କର ଏଭଳି କାର୍ଯ୍ୟାନୁଷ୍ଠାନ ପରେ ଏହା ଶାହାଙ୍କ ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଉଥିବା କିଛି ଲୋକେ କହୁଥିବା ବେଳେ ଆଉ କେତେକ ବ୍ୟାଙ୍କ ପରିଚାଳନାର କଠୋର ମନୋଭାବକୁ ପ୍ରଶଂସା କରୁଛନ୍ତି।

ଶାହା ୨୦୧୦ରେ ବାଥ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ଡିଗ୍ରୀ ହାସଲ କରିଥିଲେ। ଏହା ପରେ ସେ ଏଚ୍‌ଏସ୍‌ବିସିର ଫିକ୍ସଡ ଇନକମ ଟ୍ରେଡିଂ ବିଭାଗରେ ଥିଲେ।  ପରେ ୨୦୧୭ରେ ସିଟିବ୍ୟାଙ୍କ ଗ୍ରୁପରେ ସେ ଯୋଗ ଦେଇଥିଲେ। ସୂଚନା ଅନୁଯାୟୀ, ପାରସ ଶାହାଙ୍କ ବିରୋଧରେ ଏହା ପ୍ରଥମ ମାମଲା ନୁହେଁ। ଏହାପୂର୍ବରୁ ମଧ୍ୟ ତାଙ୍କ ନାଁରେ ଚୋରି ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଆନ୍‌ ରକ୍‌ ବ୍ୟାଣ୍ଡ ‘ଅଗ୍ନି’

ଜଳବାୟୁ ପରିବର୍ତ୍ତନ ଏବେ ସାରା ବିଶ୍ୱ ପାଇଁ ଆହ୍ବାନ ସୃଷ୍ଟି କରିଛି। ଏହାର ମୁକାବିଲା କ୍ଷେତ୍ରରେ ଯୁବପିଢ଼ିଙ୍କ ବଡ଼ ଭୂମିକା ରହୁଛି। ସେମାନେ କିପରି ସଚେତନ...

୫୦୬ ବର୍ଷ ପୁରୁଣା ମାରାତ୍ମକ ମହାମାରୀ, ରାସ୍ତା ଉପରେ ନାଚି ନାଚି ୪୦୦ ଲୋକଙ୍କର ହୋଇଥିଲା ମୃତ୍ୟୁ

ଷ୍ଟାର୍ସବର୍ଗ: ଇତିହାସରେ ଏପରି ଅନେକ ଘଟଣା ଘଟିଛି ଯାହା ଆଜି ବି ଲୋକମାନେ ମନେ ପକାଇ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଆଜି ଆମେ ଏପରି ଏକ...

ଲଣ୍ଡନରେ ଲୋକଙ୍କ ପାଟିରୁ ଲାଳ ଗଡାଉଛି କୋଲକାତାର ‘ଝାଲମୁଢି’, ଇଂରାଜୀ ବାବୁଙ୍କ ଠେଲାକୁ ନେଇ ହେଉଛି ଚର୍ଚ୍ଚା

ଲଣ୍ଡନ,୨୧।୧୧: ଆମେ ଖାଦ୍ୟ ବିଷୟରେ ଆଲୋଚନା କରିବା ବେଳେ କେହି କେବେ କୋଲକାତାକୁ ଭୁଲି ପାରନ୍ତି ନାହିଁ ବୋଲି କହାଯାଏ। ପଶ୍ଚିମବଙ୍ଗରେ ବିଭିନ୍ନ ପ୍ରକାରର ଖାଦ୍ୟ...

ଭିଣୋଇଙ୍କ ସହ ଥିଲା ଅନୈତିକ ସମ୍ପର୍କ, ବିବାହ ମଣ୍ଡପରେ କନ୍ୟାଙ୍କ ଭିଡିଓ ଚଲାଇଦେଲେ ବର, ତା’ପରେ…

ବିବାହ ମଣ୍ଡପରେ କନ୍ୟାର କାରନାମା ଭିଡିଓ ମାଧ୍ୟମରେ ଦେଖାଯାଏ, ତେବେ କ’ଣ ହେବ? ଚାଇନାର ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ବର...

ଶିଶୁ ହସିଲେ ଦୁନିଆ ହସିବ

ଆଜିର ଶିଶୁ ଭବିଷ୍ୟତର ନାଗରିକ ଓ ସେହି କ୍ରମରେ ଆଜିର ଶିଶୁଟିଏ ହସିଲେ ନିଶ୍ଚୟ ଆସନ୍ତାକାଲି ଦେଶ ହସିବ। ତେଣୁ ଦେଶରେ ଶିଶୁଟିଏ ସୁରକ୍ଷିତ ଭାବରେ...

‘ଶୌଚାଳୟ: ଶାନ୍ତି ପାଇଁ ଏକ ସ୍ଥାନ’

ପ୍ରତିବର୍ଷ ନଭେମ୍ବର ୧୯ ରେ ବିଶ୍ୱସ୍ତରରେ ଶୌଚାଳୟ ଦିବସ ପାଳନ କରାଯାଏ। ଏହା ହେଉଛି ମିଳିତ ଜାତିସଂଘର ଏକ ବୈଶ୍ୱିକ ପଦକ୍ଷେପ, ଯାହା ଜରୁରୀ ପରିମଳ...

Gmail ରେ ଷ୍ଟୋରେଜ ଫୁଲ୍‌ ହୋଇଯାଇଛି କି? ଜାଣି ନିଅନ୍ତୁ ଉପାୟ

ନୂଆଦିଲ୍ଲୀ,୧୯।୧୧: Gmail ଷ୍ଟୋରେଜ ଫୁଲ ହେବା ଏକ ସାଧାରଣ ସମସ୍ୟା । ଆପଣଙ୍କୁ ଜଣାଇଦେଉଛୁ ଯେ, ଗୁଗୁଲ ଦ୍ୱାରା ପ୍ରତ୍ୟେକ ଉପଭୋକ୍ତାଙ୍କୁ କେବଳ ୧୫ GB...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri