ଟିକା ନେବା ପରେ ବି ୧୪ ଡାକ୍ତର କରୋନା ପଜିଟିଭ୍‌

ରୋହତକ,୧।୪: କରୋନାର ଦୋହରା ମାଡ଼ରେ ଦେଶରେ କୋକୁଆ ଭୟ ସୃଷ୍ଟି ହୋଇଛି। ଏପରିସ୍ଥଳେ ହରିୟାଣାରେ ଲୋକେ ଅଧିକ ଆତଙ୍କିତ ହୋଇପଡ଼ିଛନ୍ତି। ରୋହତକ ପିଜିଆଇଏମ୍‌ଏସ୍‌ ହସ୍ପିଟାଲରେ ୨୨ ଜଣ ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସ୍ତ୍ରୀରୋଗ ବିଭାଗର ଡାକ୍ତରମାନଙ୍କ ନୁମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ସେମାନଙ୍କ ମଧ୍ୟରୁ ୧୪ ଜଣ ଡାକ୍ତର କରୋନା ଟିକା ନେଇସାରିଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। କଡ଼ାକଡ଼ି ଯାଞ୍ଚ୍‌ କରା ନ ଯିବା ଏବଂ ଟିକାକରଣ କମିବା ଯୋଗୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ସ୍ଥାନୀୟ ପ୍ରଶାସନ କହିଛି।

Share