୫-ଟି ସଚିବଙ୍କୁ ଅଭିଯୋଗ ପରେ ବି ଇକୋ ପାର୍କ ରାସ୍ତା ହେଲାନି

ମାଲକାନଗିରି,୧୭ା୭(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସଦର ମହକୁମାଠାରୁ ୫ କି.ମି.ଦୂର ସତୀଗୁଡା ଜଳଭଣ୍ଡାରକୁ ଲାଗି ପ୍ରାକୃତିକ ପର୍ଯ୍ୟଟନ ସ୍ଥଳି ରହିଛି। ମାଲକାନଗିରି-ଜୟପୁର ଜାତୀୟ ରାଜପଥ ଡ୍ୟାମ୍‌ ସାଇଡ୍‌ ଛକଠାରୁ ପର୍ଯ୍ୟଟନ ସ୍ଥଳୀ ଯିବା ପାଇଁ ୫ କି.ମି.ରାସ୍ତା ୪ ବର୍ଷ ହେଲା ଶୋଚନୀୟ ହୋଇପଡିଛି। ବହୁବର୍ଷ ପୂର୍ବେ ଡ୍ୟାମ୍‌ସାଇଡ ଛକଠାକୁ ଏମ୍‌.ଭି. ୧୧୧ ପର୍ଯ୍ୟନ୍ତ ଅଣ ଓସାରିଆ ପିଚୁ ରାସ୍ତା ହୋଇଥିଲେ ମଧ୍ୟ ତାହା ନଷ୍ଟ ହୋଇଯାଇଛି। ଡ୍ୟାମ ଉପର ଦେଇ ପାର୍କକୁ ଯିବା ରାସ୍ତା ମଧ୍ୟ ଖାଲ ଖମାରରେ ଭର୍ତ୍ତି ହୋଇ ରହିଛି। ଏମ୍‌.ଭି. ୧୧୧ରୁ ଡ୍ୟାମ୍‌ ତଳ ରାସ୍ତା କାଦୁଅ ଏବଂ ବର୍ଷା ପାଣି ଜମି ରହିଛି। ଯାହାଦ୍ୱାରା ଚାଲି ଯିବା ମଧ୍ୟ ସମ୍ଭବ ହେଉନି। ଏହି ପାର୍କ ସିନ୍ଧ୍ରିମାଳ ପଞ୍ଚାୟତ ଅଧୀନରେ ଥିବା ବେଳେ ସରପଞ୍ଚ ଘାସି ନାୟକ ଏବଂ ସେହି ପଞ୍ଚାୟତ ଗ୍ରାମବାସୀ ଏହି ରାସ୍ତାର ପୁନଃ ନିର୍ମାଣ ପାଇଁ ବିଭିନ୍ନ ସମୟରେ ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। କେବଳ ତିଆରି କରାଯିବ ବୋଲି ପ୍ରତିଶ୍ରୁତି ମିଳିଛି, କିନ୍ତୁ ୫ ବର୍ଷ ହେଲା କାମ ହେଉନାହିଁ। ମାର୍ଚ୍ଚ ୨୯ରେ ୫-ଟି ସଚିବ ଭି.କେ. ପାଣ୍ଡିଆନ୍‌ ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ ପରିଦର୍ଶନ ସହ ଏହାର ଉନ୍ନତି କରାଯିବ ବୋଲି କହିଥିଲେ। ଉକ୍ତ ଦିନ ପଞ୍ଚାୟତବାସୀ ୫-ଟି ସଚିବଙ୍କୁ ଏହି ରାସ୍ତା ସମ୍ବନ୍ଧରେ ଅବଗତ ସହ ଏକ ଲିଖିତ ଅଭିଯୋଗ କରିଥିଲେ।
କିନ୍ତୁ ସଚିବଙ୍କ ଗସ୍ତପରେ ମାଲକାନଗିରି ଜିଲାକୁ ଶିକ୍ଷା ବିଭାଗ, ବିଭିନ୍ନ ଧର୍ମାନୁଷ୍ଠାନକୁ ଅର୍ଥ ମଞ୍ଜୁର ହୋଇଥିବା ବେଳେ ଉକ୍ତ ରାସ୍ତା ପାଇଁ ଅଦ୍ୟାବଧି କୌଣସି ଅର୍ଥ ମଞ୍ଜୁର ହୋଇନାହିଁ । ରାସ୍ତା କେବ ହେବ ଅଞ୍ଚଳବାସୀ ଅପେକ୍ଷା କରିଛନ୍ତି ବୋଲି ସରପଞ୍ଚ ଘାସି ନାୟକ ଓ ଯୁବ ନେତା ସଦାନନ୍ଦ ଖରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ନିଆଁ ଲଗାଇବା ଘଟଣା: ପ୍ରତିବାଦ କଲା ଗଞ୍ଜାମ ବିଜେଡି

ଗଜପତି,୧୫।୪(ଗିରିଧାରୀ ପରିଛା): ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପେଟ୍ରୋଲ ଢାଳି ନିଆଁ ଲଗାଇବା ଘଟଣାରେ ବିଜେଡି ବିରୋଧ ପ୍ରଦର୍ଶନ କରିଛି। ମଙ୍ଗଳବାର ବଲାଙ୍ଗୀର ଜିଲା ପାଟଣାଗଡରେ ଗଜପତି...

ରାଜ୍ୟରେ ବଢୁଛି ନାରୀ ନିର୍ଯାତନା: ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ତଳେ କଂଗ୍ରେସର ପ୍ରତିବାଦ

ବରଗଡ଼,୧୫।୪(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଆହ୍ବାନ କ୍ରମେ ମଙ୍ଗଳବାର ସଂଧ୍ୟାରେ ବରଗଡ଼ ନଗର ଓ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଓଡିଶାରେ ବଢୁଥିବା...

ଦୈତାରୀ ଥାନା ଅଞ୍ଚଳରେ ମାଓ ଚଳପ୍ରଚଳକୁ ମିଥ୍ୟା ସୂଚନା ଦେଇଥିବା ବନ କର୍ମଚାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠନ

କେନ୍ଦୁଝର,୧୫।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ଦୈତାରୀ ଥାନା ଅଞ୍ଚଳରେ ମାଓ କାର୍ଯ୍ୟକଳାପକୁ ନେଇ ମିଥ୍ୟା ପ୍ରଚାରକୁ ନେଇ କେନ୍ଦୁଝର ପୋଲିସ ତଦନ୍ତ ଆରମ୍ଭ କରିଛି। ଏନେଇ...

ଗାଈ ଚରାଇବାକୁ ଯାଇଥିଲେ,ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ପଟ୍ଟାଙ୍ଗି,୧୫ା୪(ଶରତ କୁମାର ଧଳ)-ଭାଲୁ ଆକ୍ରମଣରେ ଗୁରୁତର ହୋଇଥିବା କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅନ୍ତର୍ଗତ ରାଲେଗଡ଼ା ପଞ୍ଚାୟତର ମିରିଆଲପାଡୁ ଗ୍ରାମର ପାମିଆ ବଲୁଙ୍କୁ ଗ୍ରାମବାସୀ ଉଦ୍ଧାର...

ମାରୱାଡୀ ଯୁବ ମଞ୍ଚର କର୍ମକର୍ତ୍ତା ଚୟନ

କେସିଙ୍ଗା,୧୫.୪(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହର ସ୍ଥିତ ଅଗ୍ରଣୀ ଅନୁଷ୍ଠାନ ମାରୱାଡ଼ୀ ଯୁବାମଞ୍ଚର କର୍ମକର୍ତ୍ତା ଗୌରୀ ଶଙ୍କର ମନ୍ଦିର ପରିସରରେ ମଙ୍ଗଳବାର ଅନୁଷ୍ଠିତ ହୋଇ...

କେରଳରେ ବସ୍‌ ଧକ୍କାରେ ଦାଦନ ଶ୍ରମିକଙ୍କ ମୃତ୍ୟୁ

ମୋହନା,୧୫ା୪ (ମନ୍ମଥ ମିଶ୍ର): ଗଜପତିରେ ପୁଣି ଦାଦନ ଦୁଃଖ। କେରଳରେ ବସ ଧକ୍କାରେ ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ସେ ହେଲେ ମୋହନା ଥାନା...

ନାରୀ ନିର୍ଯାତନା-ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତିବାଦ: ଦାରିିଙ୍ଗବାଡ଼ିରେ କଂଗ୍ରେସର ମଶାଲ ଶୋଭାଯାତ୍ରା

ଦାରିଙ୍ଗବାଡି,୧୫।୪ (ଅରୁଣ ସାହୁ)- ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ଓ ରନ୍ଧନ ଗ୍ୟାସର ଦରବୃଦ୍ଧି ପ୍ରତିବାଦରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ କଂଗ୍ରେସ ପକ୍ଷରୁ ମଶାଲ...

ପଞ୍ଚାୟତ ଉପ-ନିର୍ବାଚନ ପୂର୍ବରୁ ଅଗ୍ନିପରୀକ୍ଷା, କ’ଣ କରିବ ବିଜେଡି? କଂଗ୍ରେସ ପାଇଁ ବଡ଼ ଚ୍ୟାଲେଞ୍ଜ

ଭୁବନେଶ୍ୱର,୧୫।୪: ଲୋକପ୍ରିୟତାର ପରୀକ୍ଷା ହେବ ଉପ ନିର୍ବାଚନ। ଛୋଟ ନିର୍ବାଚନ ହେଲେ ଦେଖେଇବ ବଡ଼ ପ୍ରଭାବ। ଆଗକୁ ରାଜ୍ୟର ପ୍ରମୁଖ ୩ଦଳ ବିଜେଡି ଭାଜପା ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image