୩୦୦ କୋଟି ଆୟ ପରେ ବି ସଞ୍ଜୁକୁ କାଟିପାରିଲାନି ‘ବ୍ରହ୍ମାସ୍ତ୍ର’

ଫିଲ୍ମ ‘ବ୍ରହ୍ମାସ୍ତ୍ର’ ବକ୍ସ ଅଫିସରେ ହିଟ୍‌ ହେବାରେ ଲାଗିଛି। ଏହା ପ୍ରଥମ ସପ୍ତାହରେ ଭାରତୀୟ ବକ୍ସ ଅଫିସରେ ୧୭୩.୨୨ କୋଟି ଟଙ୍କା ଆୟ କରିଛି। ନେଗେଟିଭ୍‌ ରିଭ୍ୟୁ ସତ୍ତ୍ୱେ ଏହି ଫିଲ୍ମ ୭ ଦିନ ମଧ୍ୟରେ ସାରା ବିଶ୍ୱରେ ୩୦୦ କୋଟି ଟଙ୍କା ଅତିକ୍ରମ କରିଛି। ଆଲିଆ ଭଟ୍ଟଙ୍କ ୧୦ ବର୍ଷର କ୍ୟାରିୟରରେ ଏହା ହେଉଛି ପ୍ରଥମ ହିନ୍ଦୀ ଫିଲ୍ମ, ଯାହା ବକ୍ସ ଅଫିସରେ ୩୦୦ କୋଟି ଅତିକ୍ରମ କରିଛି।
ଏଥି ସହିତ ରଣବୀର କପୁରଙ୍କ କ୍ୟାରିୟରରେ ୩୦୦ କୋଟି ଟଙ୍କା ଆୟ କରିଥିବା ଫିଲ୍ମ ମଧ୍ୟରୁ ‘ବ୍ରହ୍ମାସ୍ତ୍ର’ ହେଉଛି ଦ୍ୱିତୀୟ । ଏହାପୂର୍ବରୁ ୨୦୧୮ରେ ସଞ୍ଜୁ ବିଶ୍ୱରେ ୫୮୮.୫୦ କୋଟି ଟଙ୍କା ଆୟ କରିଥିଲା। ସଞ୍ଜୁ ପ୍ରଥମ ସପ୍ତାହରେ ଭାରତୀୟ ବକ୍ସ ଅଫିସରେ ୨୦୨.୫୧ କୋଟି ଟଙ୍କା ରୋଜଗାର କରିଥିଲା। ଅନ୍ୟପକ୍ଷରେ ସାତ ଦିନ ମଧ୍ୟରେ ‘ବ୍ରହ୍ମାସ୍ତ୍ର’ ୨୦୦ କୋଟି ଟଙ୍କା ଛୁଇଁବାରେ ସଫଳ ହୋଇନାହିଁ।

Share