ମାମଲା ରୁଜୁ ପରେ ବି ପୋଲିସ କାର୍ଯ୍ୟାନୁଷ୍ଠାନ ଶୂନ

ଢେଙ୍କାନାଳ,୧୮।୯(ରତନ ନାୟାର): ଢେଙ୍କାନାଳ ସହର ଉପକଣ୍ଠ ସଦର ଥାନା ଗୋବିନ୍ଦପୁର ଫାଣ୍ଡି ଅଞ୍ଚଳରେ ଜାଗୃତୀ-୧ନାମକ ଏକ ସର୍ଟଷ୍ଟେ ହୋମରୁ ୩ଜଣ ନାବାଳିକା ନିଖୋଜ ହେବା ଘଟଣା ସାଧାରଣରେ ଆଲୋଚନାର ବିଷୟ ହୋଇଛି। ମାମଲା ରୁଜୁ ହେବାର ଦୁଇ ସପ୍ତାହ ବିତିବା ପରେ ମଧ୍ୟ ମହିଳା ଓ ଶିଶୁ ବିକାଶ ଅଧୀନ ଜିଲା ସମାଜ କଲ୍ୟାଣ ବିଭାଗ ଏବଂ ଏହାର ଅଧିକାରୀଙ୍କ ନିକଟରେ ଖବର ନ ଥିବା ଜଣାପଡ଼ିଛି। ତେଣୁ ବିଭାଗୀୟ ଅଧିକାରୀମାନଙ୍କର ମହିଳା ଓ ଶିଶୁମାନଙ୍କ ପ୍ରତି କେତେ ଆନ୍ତରିକତା ତାହା ସ୍ପଷ୍ଟ ଅନୁମେୟ। ମାମଲା ରୁଜୁ କରିଦେଇ ସଦର ଥାନା ଓ ଗୋବିନ୍ଦପୁର ଫାଣ୍ଡି ପୋଲିସ ନିଖୋଜ ନାବାଳିକାଙ୍କୁ ଖୋଜିବା ପାଇଁ ତପତ୍ରତା ପ୍ରକାଶ କରୁନାହାନ୍ତି। କହିବାକୁ ଗଲେ ପୋଲିସ ମାମଲା ରୁଜୁ କରି ନୀରବ ବସିବା ଘଟଣାକୁ ନେଇ ଚର୍ଚ୍ଚା ଜୋରଧରିଛି। ଏ ସଂକ୍ରାନ୍ତରେ ସଦର ଥାନାରେ କେସ୍‌ ନଂ. ୬୯୨/୨୪ରେ ଏକ ମାମଲା ରୁଜୁ ହୋଇଛି। ଅନ୍ୟପକ୍ଷରେ ସର୍ଟଷ୍ଟେ ହୋମଗୁଡିକର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଶେଷକରି ଜିଲାର ବିଭିନ୍ନ ସ୍ଥାନରୁ ଉଦ୍ଧାର ହେଉଥିବା ନାବାଳିକା, ଯୁବତୀ ଓ ମହିଳାମାନଙ୍କୁ ରଖାଯାଉଥିବା ସର୍ଟଷ୍ଟେ ହୋମଗୁଡିକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହେବା ଜରୁରୀ। ଯେଉଁ ସର୍ଟଷ୍ଟେ ହୋମରୁ ସମ୍ପୃକ୍ତ ନାବାଳିକା ୩ଜଣ ନିଖୋଜ ହୋଇଛନ୍ତି, ଏହାର କର୍ମକର୍ତ୍ତାମାନେ ଅନୁଷ୍ଠାନରେ ସୁରକ୍ଷା କଡ଼ାକଡ଼ି ରହିଥିବା କହୁଛନ୍ତି। ତେବେ କପରି ସମ୍ପୃକ୍ତ ନାବାଳିକାମାନେ ନିଖୋଜ ହୋଇଗଲେ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି। ପୂର୍ବ ସରକାରଙ୍କ ନିଷ୍ପତି ଅନୁଯାୟୀ ଢେଙ୍କାନାଳ ସହରରେ ଥିବା ନିରାଶ୍ରୟ ମହିଳା, ଯୁବତୀ ଏବଂ ନାବାଳିକାମାନଙ୍କୁ ଉଦ୍ଧାର ପରେ ସେମାନଙ୍କୁ ରଖାଯାଉଥିବା ସର୍ଟଷ୍ଟେଗୁଡିକୁ ଜାଗୃତୀ ୧,୨ ଓ ୩ ନାମରେ ନାମିତ କରାଯାଇଛି। ମହିଳା ଓ ଶିଶୁ ଉପତ୍ୀଡ଼ନ ନିରାକରଣ ସମ୍ପର୍କିତ ଏହା ଏକ ପ୍ରକଳ୍ପ। ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ସହାୟତାରେ ଏହି ପ୍ରକଳ୍ପ କାର୍ଯ୍ୟ କରୁଛି। ଜାଗୃତୀ-୧ରୁ ସମ୍ପୃକ୍ତ ନାବାଳାକାମାନେ ନିଖୋଜ ହୋଇଛନ୍ତି। ସେହିପରି ଜିଲା ସମାଜ କଲ୍ୟାଣ ବିଭାଗ, ସମନ୍ବିତ ଶିଶୁ ବିକାଶ ବିଭାଗ ଏବଂ ଜିଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଏହି ସର୍ଟଷ୍ଟେ ହୋମଗୁଡ଼ିକର ସୁରକ୍ଷା ବ୍ୟବସ୍ଥା ଏବଂ କିପରି ସେଠାରେ ଅନ୍ତେବାସୀ ରହୁଛନ୍ତି, ସେ ସମ୍ପର୍କରେ ନିୟମିତ ସମୀକ୍ଷା ହେଉନାହିଁ। ଫଳରେ ଅନୁଷ୍ଠାନଗୁଡିକ ନିଜକୁ ସୁହାଇଲା ଭଳି ଅନୁଷ୍ଠାନ ପରିଚାଳନା କରୁଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ସଦର ଥାନା ଅଧିକାରୀ ଦୀପକ ଲେଙ୍କା କହିଛନ୍ତି ଯେ, ନିଖୋଜ ସମ୍ପର୍କରେ ସଦର ଥାନାରେ ମାମଲା ହୋଇଛି, ଯେହେତୁ ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ଭୁବନେଶ୍ୱରରେ ଡ୍ୟୁଟିରେ ଅଛନ୍ତି ସେଠାରୁ ଫେରିଲେ ନାବାଳିକାମାନଙ୍କୁ ଖୋଜିବା କାର୍ଯ୍ୟକ୍ରମ ହେବ। ଜିଲା ସମାଜ କଲ୍ୟାଣ ଅଧିକାରୀ ମୀତା ଶର୍ମା କହିଛନ୍ତି, ୩ ନାବାଳିକା ନିଖୋଜ ହେବା ଘଟଣା ସମ୍ପର୍କରେ ମୋତେ କେହି ଜଣାଇ ନାହାନ୍ତି କିମ୍ବା ମୁଁ ଜାଣିନାହିଁ। ସର୍ଟଷ୍ଟେ ହୋମର ସୁରକ୍ଷା ଦାୟିତ୍ୱ ଯେଉଁମାନେ ଅନୁଷ୍ଠାନ କରିଛନ୍ତି ତାଙ୍କର। ଆମର ଏଥିରେ କିଛି କରିବାର ନାହିଁ ବୋଲି କହି ଏଡ଼ାଇ ଯାଇଛନ୍ତି। ତେବେ ନିଖୋଜ ୩ ନାବାଳିକାଙ୍କ ମଧ୍ୟରୁ ମଙ୍ଗଳବାର ସନ୍ଧ୍ୟାରେ ଜଣଙ୍କୁ ଜଗତପୁର ଅଞ୍ଚଳରୁ ଉଦ୍ଧାର କରାଯାଇଛି। ଅନ୍ୟ ୨ଜଣଙ୍କୁ ଖୋଜାଚାଲିଛି ବୋଲି ସଦର ଥାନା ଅଧିକାରୀ ଦୀପକ ଲେଙ୍କା ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଏକ ସର୍ଟଷ୍ଟେ ହୋମରୁ ୩ ନାବାଳିକା ନିଖୋଜ ହେବା ଘଟଣା ଜିଲା ପ୍ରଶାସନ, ପୋଲିସ, ସମାଜ କଲ୍ୟାଣ ବିଭାଗ, ଶିଶୁ ସୁରକ୍ଷା ବିଭାଗ, ସମନ୍ବିତ ଶିଶୁ ବିଭାଗର ଦାୟିତ୍ୱହୀନତାକୁ ନେଇ ଆଲୋଚନାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାକ୍ଷୀଙ୍କୁ ଜେଲ୍‌ରୁ ମିଳିଥିଲା ଧମକ: ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲଦଣ୍ଡ

ବ୍ରହ୍ମପୁର,୧୯ା୯(ସୁବାସ ଚନ୍ଦ୍ର ପାଢ଼ୀ): ଗୋଶାଣିନୁଆଗାଁ ଥାନା ଅଧୀନ ହିଲପାଟଣା ବହୁ ଚର୍ଚ୍ଚିତ ହେରିଟେଜ କ୍ଷୀର କମ୍ପାନୀ ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ମାମଲାରେ ମୁଖ୍ୟ ସାକ୍ଷୀଙ୍କୁ...

ରାତିରେ ମିଳିଲାନି ଚିକିତ୍ସା: ମା’ କୋଳରେ ଚାଲିଗଲା ଶିଶୁର ଜୀବନ 

ଉଦଳା,୧୯ା୯(ସନ୍ତୋଷ କୁମାର ବାଛିନୀ): ରାତି ଅଧରେ ମିଳିଲାନି ଚିକିତ୍ସା ସୁବିଧା। ଗୁରୁତର ଥିବା ୫ ମାସର ଶିଶୁକୁ ମେଡିକାଲରେ ଡାକ୍ତର ଦେଖିବା ପରେ ଓ୍ବାର୍ଡକୁ ପଠାଇ...

ବିଜେଡିକୁ ଝଟକା: ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷାଙ୍କ ପଦ ରଦ୍ଦ କଲେ କୋର୍ଟ

ଭୁବନେଶ୍ୱର,୧୯।୯: ପୁରୀ ଜିଲାର ଏକ କୋର୍ଟ ଡେଲାଙ୍ଗ ପଞ୍ଚାୟତ ସମିତି (ବ୍ଲକ) ଅଧ୍ୟକ୍ଷା ବାସନ୍ତୀ ସାହୁଙ୍କୁ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନର ଦୁଇ ଶିଶୁଙ୍କ ନିୟମ...

ବୈଠକ ଅଧାରୁ ଉଠି ଆସିଲେ ବିଜେଡି ଜିଲାପରିଷଦ ସଭ୍ୟ

ଛତ୍ରପୁର,୧୯ା୯(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ପ୍ରାୟ ବର୍ଷେ ହେଲା ଜିଲା ପରିଷଦ ବୈଠକ ହୋଇ ନ ଥିବା, ୭ ଦିନ ପୂର୍ବରୁ ନୋଟିସ ନ ଦେଇ ବୈଠକକୁ...

ବିଜେଡି ଛାଡିଲେ: ଭାଜପାରେ ଯୋଗଦେଲେ ଦେବେନ୍ଦ୍ର

ରିଷିଡ଼ା,୧୯ା୯/ଭବାନୀପାଟଣା,(ଉତ୍ତମ କୁମାର ଦାଶ/ସୁଶାନ୍ତ ମଲ୍ଲିକ)- କିଛିଦିନ ତଳେ ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ଏହା ପରଠାରୁ ତାଙ୍କ...

ପ୍ରବଳ ବର୍ଷା: ଭୁଶୁଡ଼ିଲା ଘର କାନ୍ଥ

ରିଷିଡ଼ା,୧୯ା୯ (ସୁଶାନ୍ତ ମଲ୍ଲିକ): ପ୍ରବଳ ବର୍ଷା ଯୋଗୁ ମାଟିକାନ୍ଥ ଭୁଶୁଡିପଡ଼ିଲା। ଫଳରେ ପରିବାର ସଦସ୍ୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲା...

ଗାଁ ମୁହାଁ ଭାଲୁ, ଲୋକେ ଭୟଭିତ

କୋକସରା,୧୯।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କନ୍ଦାବୁଟ୍ରା ପଞ୍ଚାୟତ ଘୁର୍ଲୁଗୁଡା ନିକଟ ଚାଷଜମିକୁ ଲାଗି ରହିଥିବା ପଡ଼ିଆରେ ଏକ ଭାଲୁ ଖାଦ୍ୟ ଅନ୍ବେଷଣରେ...

ସ୍ତ୍ରୀଙ୍କୁ ହତ୍ୟା କରି ପ୍ରମାଣ ନଷ୍ଟ ପାଇଁ ମୃତଦେହ ଆଣି ରାସ୍ତାକଡ଼ରେ ଫିଙ୍ଗିଥିଲେ ସ୍ବାମୀ: ପୋଲିସ ହାତରେ ଲାଗିଲା ବଡ଼ ପ୍ରମାଣ

କୋଣାର୍କ,୧୯।୯: କୋଣାର୍କ ରାସ୍ତାକଡ଼ରୁ ମହିଳାଙ୍କ ମୃତଦେହ ଜବତ ଘଟଣାର ପୋଲିସ ଗୁରୁବାର ପର୍ଦ୍ଦାଫାଶ କରିଛି। ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ବାମୀ ହତ୍ୟାକାଣ୍ଡ ଘଟାଇଥିବା ଜଣାପଡିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri