ଭୁବନେଶ୍ୱର,୮।୧: ବାଘକୁ ନେଇ ବଢ଼ୁଛି ରାଜନୀତି। ବାଘ ଏବେ ପୁରୁଲିଆରେ ଅଛି, ତାକୁ ଓ ସରକାର ନେଇଯାଆନ୍ତୁ ବୋଲି ମମତା କହିବା ପରେ ରାଜନୀତି ଉଷ୍ମ ହୋଇଛି। ତେବେ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ଖୁଣ୍ଟିଆ କହିଛନ୍ତି, ଜିନ୍ନତ୍ ଓ ‘ଯମୁନା’ ଓଡ଼ିଶାରେ ଅଛନ୍ତି। ଯମୁନା ପଶ୍ଚିମବଙ୍ଗ ଯିବା ଏକ ଗୁଜବ ବୋଲି ସେ କହିଛନ୍ତି । ସେମାନଙ୍କ ବିଷୟରେ ମୁଁ ବରିଷ୍ଠ ବନ ଅଧିକାରୀମାନଙ୍କ ସହ ନିୟମିତ କଥା ହେଉଛି।
ତେବେ ମହାରାଷ୍ଟ୍ରରୁ ମୟୂରଭଞ୍ଜର ଶିମିଳିପାଳ ଅଭୟାରଣ୍ୟକୁ ଆସିଥିବା ବାଘୁଣୀ ଜିନ୍ନତ୍ ଏବେ ଉତ୍ତର ଶିମିଳିପାଳର ଏନ୍କ୍ଲୋଜରରେ ରହିଥିବା ବେଳେ ବାଘୁଣୀ ‘ଯମୁନା’ ଦକ୍ଷିଣ ଶିମିଳିପାଳର ଲ୍ୟାଣ୍ଡସ୍କେପ୍ରେ ରହିଛି। ଉଭୟଙ୍କ ପାଇଁ ସ୍ବତନ୍ତ୍ର ଟିମ୍ ନିୟୋଜିତ ହୋଇଛନ୍ତି। ଉଭୟଙ୍କୁ କ୍ୟାମେରା ଓ କଲାର୍ ଆଇଡି ଜରିଆରେ ନଜରରେ ରଖାଯାଇଛି।
ଅନ୍ୟପକ୍ଷେ ବାଘ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହୋଇଛନ୍ତି ଓଡ଼ିଶା ଏବଂ ଓ ପଶ୍ଚିମବଙ୍ଗ।ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକତାରେ ଆୟୋଜିକ ଏକ ରାଜନେତିକ ସମାବେଶରେ ଯୋଗଦେଇ ଓ ସରକାରଙ୍କୁ ସମାଲୋଚନା କରିଛନ୍ତି। ଏଭଳି ସ୍ଥିତିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଏପରି ମନ୍ତବ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି। ଏହାକୁ ନେଇ ରାଜନେତିକ ବୟାନବାଜି ଆରମ୍ଭ ହୋଇଛି।