Posted inଖେଳ

ଆଫଗାନିସ୍ତାନଠାରୁ ହାରିବା ପରେ ବି ହୃଦୟ ଜିତିଲେ ପାକିସ୍ତାନ ଅଧିନାୟକ

ଚେନ୍ନାଇ,୨୪।୧୦: ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ପାକିସ୍ତାନକୁ ପରାସ୍ତ କରି ଆଫଗାନିସ୍ତାନ ୨୦୨୩ ଦିନିକିଆ ବିଶ୍ୱକପ୍‌ର ତୃତୀୟ ବିପର୍ଯ୍ୟୟ ସୃଷ୍ଟି କରିଛି। ଦିନିକିଆ କ୍ରିକେଟ ଇତିହାସରେ ପାକିସ୍ତାନ ବିପକ୍ଷରେ ଆଫଗାନିସ୍ତାନର ଏହା ହେଉଛି ପ୍ରଥମ ବିଜୟ। ଏହି ବିଜୟ ପରେ ଆଫଗାନିସ୍ତାନ ଖେଳାଳିମାନେ ଆନନ୍ଦିତ ହୋଇଥିଲେ। ତେବେ ମ୍ୟାଚ ପରେ ପାକିସ୍ତାନ ଅଧିନାୟକ ବାବର ଆଜମ ଏପରି କିଛି କରିଥିଲେ, ଯେଉଁଥିପାଇଁ ତାଙ୍କୁ ବହୁତ ପ୍ରଶଂସା କରାଯାଉଥିଲା।
ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ଆଫଗାନିସ୍ତାନକୁ ପରାସ୍ତ ହେବା ପରେ ପାକିସ୍ତାନ ଅଧିନାୟକ ବାବର ଆଜାମ ଆଫଗାନିସ୍ତାନ ଓପନର୍‌ ରହମାନୁଲ୍ଲା ଗୁରୁବାଜଙ୍କୁ ତାଙ୍କ ବ୍ୟାଟ ଉପହାର ଦେଇଛନ୍ତି। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଚେନ୍ନାଇରେ ପ୍ରଥମେ ଖେଳିବା ପରେ ଅବଦୁଲ୍ଲା ଶାଫିକ ୫୮ ଏବଂ ଅଧିନାୟକ ବାବର ଆଜାମ ୭୪ର ଚମତ୍କାର ଇନିଂସ ଯୋଗୁ ପାକିସ୍ତାନ ୫୦ ଓଭରରେ ୭ ଉଇକେଟ ହରାଇ ୨୮୨ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ବ୍ୟାଟିଂ କରିବାକୁ ଆସିଥିବା ଆଫଗାନିସ୍ତାନ ଦଳ ଏକ ଭଲ ଆରମ୍ଭ କରିଥିଲା। ଆଫଗାନିସ୍ତାନର ଓପନର୍‌ ରହମାନୁଲ୍ଲା ଗୁରୁବାଜ ଏବଂ ଇବ୍ରାହିମ ଜାଦ୍ରାନଙ୍କ ମଧ୍ୟରେ ୧୩୦ ରନ ର ଏକ ଓପନିଂ ଭାଗିଦାରୀ ହୋଇଥିଲା
୫୩ ବଲରେ ୬୫ ରନ ସ୍କୋର କରିବା ପରେ ରହମାନୁଲ୍ଲା ଗୁରୁବାଜ ଶାହିନ ଆଫ୍ରିଦିଙ୍କ ଶିକାର ହୋଇଥିଲେ। ସେ ତାଙ୍କ ଇନିଂସରେ ୯ ଚୌକା ଓ ଗୋଟିଏ ଛକା ମାରିଥିବା ବେଳେ ଇବ୍ରାହିମ ଜାଦ୍ରାନଙ୍କୁ ହାସନ ଅଲି ଆଉଟ୍‌ କରିଥିଲେ। ଇବ୍ରାହିମ ଜାଦ୍ରାନ ୧୧୩ ବଲରେ ୮୭ ରନ୍ର ଚମତ୍କାର ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ ୧୦ ଚୌକା ମାରିଥିଲେ। ଆଫଗାନିସ୍ତାନ ଦଳକୁ ଦ୍ୱିତୀୟ ଝଟକା ୧୯୦ ରନ ସ୍କୋରରେ ଆସିଥିଲା।
ଏହା ପରେ ଆଫଗାନିସ୍ତାନର ଅଧିନାୟକ ହାଶମତୁଲ୍ଲା ଶାହିଡି ଏବଂ ରହମତ ଶାହା ଏହି ଦାୟିତ୍। ଗ୍ରହଣ କରିଥିଲେ। ଦୁଇ ଖେଳାଳିଙ୍କ ମଧ୍ୟରେ ୯୬ ରନର ଭାଗିଦାରୀ ହୋଇଥିଲା। ରହମତ୍‌ ଶାହା ୮୪ ବଲରେ ୭୭ ରନ ସଂଗ୍ରହ କରିଥିଲେ। ସେ ତାଙ୍କ ଇନିଂସରେ ୫ ଚୌକା ଓ ୨ ଛକା ମାରିଥିଲେ। ଆଫଗାନିସ୍ତାନ ଅଧିନାୟକ ହାଶମତୁଲ୍ଲା ଶାହିଡି ୪୫ ବଲରେ ୪୮ ରନ ସଂଗ୍ରହ କରିଥିଲେ। ସେ ତାଙ୍କ ଇନିଂସରେ ୪ ଚୌକା ମାରିଥିଲେ। ଆଫଗାନିସ୍ତାନକୁ ବିଜୟ ଆଡକୁ ନେବା ପରେ ଦୁହେଁ ଅପରାଜିତ ଫେରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନ କ୍ରିକେଟରେ ପୁଣି ଡ୍ରାମା, ଏବେ ପୁଣି ବଦଳିବେ କ୍ୟାପଟେନ!

ଇସଲାମାବାଦ,୭।୯: ବାଂଲାଦେଶ ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ପାକିସ୍ତାନ ପରାଜୟ ପରେ ସମାଲୋଚନାର ବଜାର ସରଗରମ ହୋଇଛି। ସବୁଠାରୁ ଖରାପ କଥା ହେଉଛି ଏହି ପରାଜୟ...

ଟ୍ୟାକ୍ସି ଚାଳକଙ୍କ ପୁଅ ଜିତିଲେ ବ୍ରୋଞ୍ଜ୍‌

ପ୍ୟାରିସ୍‌,୭ା୯ଭାରତର ପ୍ରଥମ ଜୁଡୋକା ଭାବରେ ପ୍ୟାରିସ୍‌ ପାରାଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି କପିଲ ପରମାର। ୨୩ ବର୍ଷୀୟ କପିଲ ବ୍ରୋଞ୍ଜ ପଦକ...

୪ ଓଭର, ଗୋଟିଏ ମେଡେନ୍‌, ୪ ରନ୍‌…. ଛାଇଗଲେ ଭୁବି

ନୂଆଦିଲ୍ଲୀ,୭।୯: ଭୁବନେଶ୍ୱର କୁମାର ୟୁପି ଟି-୨୦ ଲିଗ ୨୦୨୪ରେ ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଛନ୍ତି। ଭୁବନେଶ୍ୱର କୁମାରଙ୍କ ବୋଲିଂ ଆଗରେ ବିରୋଧୀ ବ୍ୟାଟ୍ସମ୍ୟାନମାନେ ଅସହାୟ...

୧୪୭ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ପ୍ରଥମଥର ଘଟିଲା ଏମିତି, ଓଲି ପୋପ ବଡ଼ କାରନାମା

ନୂଆଦିଲ୍ଲୀ,୭।୯: ଇଂରାଜୀ ବ୍ୟାଟ୍ସମ୍ୟାନ ଓଲି ପୋପ ଏବେ ଚମତ୍କାର ଫର୍ମରେ ଅଛନ୍ତି। ସେ ଶ୍ରୀଲଙ୍କା ବିପକ୍ଷରେ ୧୦୩ ରନ୍‌ର ଇନିଂସ ଖେଳି ଅପରାଜିତ ଅଛନ୍ତି। ତେବେ...

ରାହୁଲ ଦ୍ରାବିଡଙ୍କ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୭।୯: ଶୁକ୍ରବାର ରାଜସ୍ଥାନ ରୟାଲ୍ସ ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଦ୍ରାବିଡଙ୍କୁ ଏହାର ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରିଛି। ବାସ୍ତବରେ, ଟି -୨୦ ବିଶ୍ୱକପ୍‌...

ପ୍ରବୀଣଙ୍କୁ ସ୍ବର୍ଣ୍ଣ

ପ୍ୟାରିସ୍‌, ୭।୯(ପି.ଟି.): ଭାରତର ପ୍ରବୀଣ କୁମାର ପ୍ୟାରିସ୍‌ ପାରାଲିମ୍ପିକ୍ସରେ ଶୁକ୍ରବାର ସ୍ବର୍ଣ୍ଣ ପଦକ ଜିତି ଦେଶକୁ ଗର୍ବିତ କରିଛନ୍ତି। ପୁରୁଷ ହାଇଜମ୍ପ ଟି୬୪ ଇଭେଣ୍ଟରେ ସେ...

ଲେଜେଣ୍ଡ୍ସ ଲିଗ୍‌ରେ ପ୍ରଥମ ଥର ଓଡ଼ିଶା ଟିମ୍ କୋଣାର୍କ ସୂର୍ଯ୍ୟ: ଇର୍ଫାନ୍‌ ପଠାନ କ୍ୟାପଟେନ୍‌

ପ୍ୟାରିସ୍‌,୬ା୯: ଲେଜେଣ୍ଡ୍ସ ଲିଗ୍‌ କ୍ରିକେଟରେ ଓଡ଼ିଶାର ପ୍ରଥମ ଦଳ ଭାବେ କୋଣାର୍କ ସୂର୍ଯ୍ୟ ସାମିଲ ହୋଇଛି। ଶୁକ୍ରବାର ଭୁବନେଶ୍ୱରରେ ଟିମ ଲଞ୍ଚ ହେବା ସହ, ସମସ୍ତ...

କେବେ ଦେଖି ନ ଥିବେ ଏମିତି ମ୍ୟାଚ୍‌: ଟି-୨୦ ବିଶ୍ୱକପ୍‌ କ୍ୱାଲିଫାୟର୍ସରେ ମାତ୍ର ୧୦ ରନ୍‌ରେ ଅଲଆଉଟ୍‌ ହେଲା ଏହି ଦଳ

ନୂଆଦିଲ୍ଲୀ,୬।୯: ମଙ୍ଗୋଲିଆ ଏବଂ ସିଙ୍ଗାପୁର ମଧ୍ୟରେ ମ୍ୟାଚ ଟି-୨୦ ବିଶ୍ୱକପ ଏସୀୟ କ୍ୱାଲିଫାୟର୍ସରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମଙ୍ଗୋଲିଆ ନାମରେ ଏକ ଲଜ୍ଜାଜନକ ରେକର୍ଡ ଯୋଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri