ଭାକ୍ସିନ୍‌ର ୨ ଡୋଜ୍‌ ନେଲା ପରେ ବି ସୃଷ୍ଟି ହେଉନି ଆଣ୍ଟିବଡ଼ି, ବିଶେଷଜ୍ଞଙ୍କ ଚିନ୍ତା ବଢ଼ିଲା…

ଲକ୍ଷ୍ନୌ,୮।୬: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ଲାଗି ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଜାରି ରହିଛି। ତେବେ ଭାକ୍ସିନ୍‌ର ୨ଟି ଡୋଜ୍‌ ନେବା ପରେ ବି ଶରୀରରେ ଆଣ୍ଟିବଡ଼ି ସୃଷ୍ଟି ହେଉ ନ ଥିବା ଘଟଣା ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଘଟିଛି। ଲକ୍ଷ୍ନୌ ମେଡ଼ିକାଲ କଲେଜ୍‌ରେ ଭାକ୍ସିନ୍‌ର ଉଭୟ ଡୋଜ୍‌ ନେଇଥିବା ବ୍ୟକ୍ତିଙ୍କ ସ୍କ୍ରିନିଂ ଟେଷ୍ଟ୍‌ରୁ ଏହା ଜଣାପଡ଼ିଛି। ଭାକ୍ସିନ୍‌ର ଦୁଇ ଡୋଜ୍‌ ନେଇଥିବା ୭ ପ୍ରତିଶତ ଲୋକଙ୍କଠାରେ ଆଣ୍ଟିବଡ଼ି ଜଣାପଡ଼ିଛି। ମେଡ଼ିକାଲ କଲେଜର ବ୍ଲଡ୍‌ ଆଣ୍ଡ୍‌ ଟ୍ରାନ୍ସଫ୍ୟୁଜନ ବିଭାଗରେ ଏହି ସ୍କ୍ରିନିଂ ଟେଷ୍ଟ୍‌ କରାଯାଇଥିଲା। ସ୍ଥାନୀୟ କିଙ୍ଗ ଜର୍ଜ ଚିକିତ୍ସା ବିଶ୍ୱବିଦ୍ୟାଳୟର ବ୍ଲଡ୍‌ ଆଣ୍ଡ୍‌ ଟ୍ରାନ୍ସଫ୍ୟୁଜନ ବିଭାଗରେ କାର୍ଯ୍ୟ କରୁଥିବା ସ୍ବାସ୍ଥ୍ୟକର୍ମୀଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ଆଣ୍ଟିବଡ଼ି ଯାଞ୍ଚ୍‌ କରାଯାଇଥିଲା। ଦେଶରେ ଏଭଳି ସ୍କ୍ରିନି ପ୍ରଥମ ଥର ପାଇଁ କରାଯାଇଥିବା କୁହାଯାଉଛି। ଇତିମଧ୍ୟରେ ୧,୦୦୦ ଜଣଙ୍କ ଆଣ୍ଟିବଡ଼ି ଟେଷ୍ଟ୍‌ କରାଯାଇଛି। ଆଗାମୀ ଦିନରେ ପ୍ରାୟ ୪,୦୦୦ ଲୋକଙ୍କର ଟେଷ୍ଟ୍‌ କରାଯିବ। ଏଭଳି କାହିଁକି ହେଉଛି ସେ ନେଇ ଅଧିକ ଗବେଷଣା କରାଯିବାର ଆବଶ୍ୟକତା ରହିଥିବା ବ୍ଲଡ୍‌ ଆଣ୍ଡ୍‌ ଟ୍ରାନ୍ସଫ୍ୟୁଜନ ବିଭାଗର ମୁଖ୍ୟ ତୁଲିକା ଚନ୍ଦ୍ରା ପ୍ରକାଶ କରିଛନ୍ତି। ଭାକ୍ସିନ୍‌ର ଦୁଇ ଡୋଜ୍‌ ନେବା ପରେ ଶରୀରରେ ଆଣ୍ଟିବଡ଼ି ସୃଷ୍ଟି ନ ହେବା ପଛରେ କୌଣସି ହରମୋନ୍‌ର ପ୍ରଭାବ ରହିଛି କି ନାହିଁ ସେ ସମ୍ପର୍କରେ ଅଧିକ ଗବେଷଣା କରାଯିବା ନେଇ ସେ ଗୁରୁତ୍ୱାରୋପ କରିଛନ୍ତି।

Share