ବ୍ରେକ୍‌ଅପ୍‌ ପରେ ବି ଏକ୍ସ-ବୟଫ୍ରେଣ୍ଡଙ୍କ ହାତ ଛାଡିନାହାନ୍ତି ମିସ ୟୁନିଭର୍ସ

ପୂର୍ବତନ ମିସ ୟୁନିଭର୍ସ ସୁସ୍ମିତା ସେନ ହୃଦଘାତ ପରେ ପ୍ରଶଂସକଙ୍କ ଗହଣକୁ ପୁଣି ଫେରିଛନ୍ତି। ସେ ତାଙ୍କ ପୂର୍ବତନ ପ୍ରେମିକା ରୋହମାନ ଶଲଙ୍କ ସହ ନଜର ଆସିଛନ୍ତି। ଦୁହିଁଙ୍କୁ ଏକାଠି ଦେଖି ତାଙ୍କ ପ୍ରଶଂସକମାନେ ବହୁତ ଖୁସି ଅଛନ୍ତି। ଏହି ଅବସରରେ ମୁମ୍ବାଇରେ ଲାକ୍‌ମୀ ଫ୍ୟାଶନ ଓ୍ବିକ୍‌ ଥିଲା। ଏଠାରେ ଉଭୟ ରୋହମାନ ଏବଂ ସୁସ୍ମିତା ଏକାଠି ନଜର ଆସିଥିଲେ। ବ୍ରେକଅପ ପରେ ରୋହମାନ ଏବଂ ସୁସ୍ମିତାଙ୍କ ଏକାଠି ହେବା ଖବର ଚର୍ଚ୍ଚାକୁ ଆସିଛି।
ରୋହମାନ ଏବଂ ସୁସ୍ମିତାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ଉଭୟ ବହୁତ ଖୁସି ଦେଖାଯାଉଛନ୍ତି, ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି କାର୍ଯ୍ୟକ୍ରମରେ ସୁସ୍ମିତାଙ୍କୁ ହଳଦିଆ ଲେହେଙ୍ଗାରେ ଦେଖିବାକୁ ମିଳିଥିଲା। ରୋହମାନଙ୍କୁ ଏକ ଧଳା ବ୍ଲେଜରରେ ଦେଖିବାକୁ ମିଳିଥିଲା। ଦୁହେଁ ଏକାଠି ବୁଲୁଥିବାର ନଜର ଆସିଥିଲେ। ନିକଟରେ ସୁସ୍ମିତା ଏକ ପୋଷ୍ଟ ଜରିଆରେ ହୃଦ୍‌ଘାରର ଶିକାର ହୋଇଥିବା କହିଥିଲେ।

Share