କୋର୍ଟ କାର୍ଯ୍ୟାନୁଷ୍ଠାନ ପରେ ବି ପ୍ରଚାର ମଇଦାନରେ ଟ୍ରମ୍ପ୍‌…

ଓ୍ବାଶିଂଟନ,୩।୮ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଏକ ନୂଆ ଅଭିଯୋଗ ସାମ୍ନାକୁ ଆସିଛି। ଏହାପୂର୍ବରୁ ଟ୍ରମ୍ପଙ୍କୁ ଦୁଇଟି ଅପରାଧିକ ମାମଲାରେ ଅଭିଯୁକ୍ତ କରାଯାଇଥିଲା। ତାଙ୍କ ବିରୋଧରେ କୋର୍ଟରେ ବିଚାର ଚାଲିଛି, କିନ୍ତୁ ସେ ପ୍ରଚାର ମଇଦାନରେ ରହିଛନ୍ତି।

ମଙ୍ଗଳବାର ଦିନ ଟ୍ରମ୍ପଙ୍କ ବିରୋଧରେ ୨୦୨୦ ନିର୍ବାଚନ ଫଳାଫଳକୁ ବଦଳାଇବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଥିଲା। ଚାରିମାସ ମଧ୍ୟରେ ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ତୃତୀୟ ଥର ପାଇଁ ଅପରାଧିକ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ତେବେ ଏହା ସତ୍ତ୍ୱେ ଟ୍ରମ୍ପ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ରହିଛନ୍ତି।

ବୁଧବାର ଡୋନାଲ୍ଡ ଟ୍ରମ୍ପ ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ସମ୍ପର୍କରେ ପ୍ରଚାର ସମୟରେ ପ୍ରକାଶ କରିଥିଲେ। ଏଥିପାଇଁ ତାଙ୍କୁ ତୀବ୍ର ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଥିଲା।

ପୂର୍ବତନ ଉପରାଷ୍ଟ୍ରପତି ମାଇକ ପେନ୍ସ ଟ୍ରମ୍ପଙ୍କୁ ନିନ୍ଦା କରିଛନ୍ତି। ମାଇକ ପେନ୍ସ କହିଛନ୍ତି ଯିଏ ନିଜକୁ ସମ୍ବିଧାନଠାରୁ ଅଧିକ ରଖେ ସେ ଆଉଥରେ ଆମେରିକାର ରାଷ୍ଟ୍ରପତି ହେବା ଉଚିତ ନୁହେଁ।

 

Share