ଆଇନ ପରେ ବି ବଦଳୁ ନାହିଁ ଶ୍ରମିକଙ୍କ ଭାଗ୍ୟ

ନୟାଗଡ଼ ଅଫିସ,୨୫ା୫: ଶୋଷଣରୁ ରକ୍ଷା କରିବାକୁ ଆଇନ ରହିଥିଲେ ହେଁ ଶ୍ରମିକମାନେ ବିଭିନ୍ନ କ୍ଷେତ୍ରରେ ନିର୍ଯାତନା ସହି ଚାଲିଛନ୍ତି। ଶିକ୍ଷାର ଅଭାବ ତଥା ଅଭିଯୋଗ କରିବାର ସାହାସ ନ ଥିବାରୁ ନୀରିହ ଶ୍ରମିକମାନେ ଅଭିଶପ୍ତ ଜୀବନଯାପନ କରୁଛି। କେଉଁଠି ଶାରୀରିକ ନିର୍ଯାତନା ଦିଆଯାଉଛି ତ ଆଉ କେଉଁଠି ବିନା ପାରିଶ୍ରମିକରେ ଗୋତି ଖଟୁଛନ୍ତି। ଶ୍ରମିକଙ୍କୁ ସେମାନଙ୍କ ଉଚିତ୍‌ ପ୍ରାପ୍ୟ ଦେବା ଓ ଶୋଷଣରୁ ମୁକ୍ତ କରିବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆଇନ ବାଟବଣା ହୋଇ ଯାଇଛି। ଶ୍ରମିକ ନିର୍ଯାତନା ବଢ଼ୁଛି ସିନା ହ୍ରାସ ପାଇବାର କୌଣସି ସଙ୍କେତ ମିଳୁନାହିଁ। ସରକାରୀ ଯୋଜନା ଅପହଞ୍ଚ ହେଉଥିବାରୁ ଶ୍ରମିକ ଅସୁରକ୍ଷିତ ହୋଇ ପଡୁଥିବା ଅଭିଯୋଗ ରହିଛି।
ପ୍ରତିବାଦ କଲେ ଛଟେଇ
ଜିଲାର ବିଭିନ୍ନ ଦୋକାନ, ଗୋଦାମ, ନର୍ସିଂହୋମ, ସୋରୁମ୍‌୍‌ ଆଦି ବାଣିଜି୍ୟକ ପ୍ରତିଷ୍ଠାନରେ ନିୟୋଜିତ ଶ୍ରମିକମାନେ ସର୍ବନିମ୍ନ ମଜୁରୀ ଆଇନ ଅନୁଯାୟୀ ପାଉ ନାହାନ୍ତି। ଅଣକୁଶଳୀ ଶ୍ରମିକ ୩୪୫, ଅର୍ଦ୍ଧକୁଶଳୀ ଶ୍ରମିକ ୩୮୫, କୁଶଳୀ ଶ୍ରମିକ ୪୩୫, ଅତିକୁଶଳୀ ଶ୍ରମିକ ୪୯୫ ଟଙ୍କା ପାଇବା ପାଇଁ ସରକାରୀ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ୨୦୨୩ ଏପ୍ରିଲ ୧ରୁ ରାଜ୍ୟ ସରକାର ଏହି ଶ୍ରମିକ ମଜୁରୀ ଘୋଷଣା କରିଥିବା ଜିଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି। ତେବେ ଏହି ମଜୁରୀ ସବୁ ଶ୍ରମିକମାନେ ପାଉ ନ ଥିବା ଅଭିଯୋଗ ରହିଛି। ଅନ୍ୟପକ୍ଷେ ମାସକୁ ୪ଟି ସାପ୍ତାହିକ ଛୁଟି ଓ ବର୍ଷକୁ ଅଗଷ୍ଟ ୧୫, ଜାନୁୟାରୀ ୨୬, ଶ୍ରମିକ ଦିବସ ଓ ଗାନ୍ଧୀ ଜୟନ୍ତୀ ପରି ୪ଟି ଜାତୀୟ ଛୁଟି ବି ଦିଆଯାଉନି। ଦୈନିକ ୮ଘଣ୍ଟା କାମ କରିବାର ନିୟମ ଥିବାବେଳେ ୧୦ରୁ ୧୨ ଘଣ୍ଟା ଖଟା ଯାଉଛି। ଓଭର୍‌ଟାଇମ ମଜୁରୀ ୨ ଗୁଣ ପାଇବାକୁ ନିୟମ ଥିବାବେଳେ ସେ ବ୍ୟବସ୍ଥାକୁ କେହି ଗ୍ରହଣ କରୁ ନାହାନ୍ତି। ଜଣେ ଶ୍ରମିକ/କର୍ମଚାରୀ ବର୍ଷକୁ ଅତି କମରେ ୮.୩୩ ପ୍ରତିଶତ ବୋନସ ପାଇବାର ନିୟମ ରହିଛି। ଦଶହରା ଦୀପାବଳି ସମୟରେ କର୍ମଚାରୀଙ୍କୁ ବୋନସ ଦେବାର ନିୟମ ଥିବାବେଳେ ମାଲିକମାନେ ଗୋଟିଏ ଟଙ୍କା ବି ଦେଉନାହାନ୍ତି। ପ୍ରତିବାଦ କଲେ ଚାକିରି ଛାଡିବାକୁ ମିଳୁଛି। ଏପରି କି କେତେକଙ୍କୁ ଚାକିରିରୁ ଛଟେଇ କରି ଦଆଯାଉଛି। ଆଉ କେତେକ ବାଧ୍ୟ ହୋଇ ଚାକିରି ଛାଡୁଛନ୍ତି।
ମିଳୁନି ପେନଶନ
ନୟାଗଡ଼ ଜିଲାର ଶ୍ରମିକମାନଙ୍କ ନାମ ଭବିଷ୍ୟନିଧି ପାଣ୍ଠିରେ ପଞ୍ଜିକୃତ କରାଯାଉନି। ଫଳରେ ଶ୍ରମିକମାନେ ବାର୍ଦ୍ଧକ୍ୟ ସମୟରେ ପେନଶନ ପାଇବାରୁ ବଞ୍ଚିତ ହେଉଛନ୍ତି। ଭବିଷ୍ୟନିଧି ପାଣ୍ଠିର ବିଭାଗୀୟ ନିରୀକ୍ଷକଙ୍କ ଅଣଦେଖା ଯୋଗୁ ନୟାଗଡ଼ର ଶ୍ରମିକମାନେ ଅଭିଶପ୍ତ ଜୀବନଯାପନ କରୁଛନ୍ତି। ଲାଭରେ ମାଲିକ ଅଥବା ପରିଚାଳନା ଗତ ସଂସ୍ଥା ରହୁଛନ୍ତି। ଭବିଷ୍ୟନିଧି ପାଣ୍ଠି କାର୍ଯ୍ୟାଳୟ ପକ୍ଷରୁ ଏହାର ଯାଞ୍ଚ କରାଯାଅନ୍ତା ତେବେ ଅନେକ ଶ୍ରମିକ ଲାଭବାନ ହୁଅନ୍ତେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ବିନା ବୀମାରେ ଶ୍ରମିକ କରୁଛନ୍ତି କାମ
ଅଧିକାଂଶ ଶ୍ରମିକ ବିପଦସଙ୍କୁଳ ଭାବେ କାମ କରୁଛନ୍ତି। ହେଲେ ସେମାନଙ୍କୁ ବୀମା ଭୁକ୍ତ କରାଯାଉନି। ଫଳରେ କିଛି ଘଟଣା, ଅଘଟଣ ଘଟିଲେ ସେମାନଙ୍କ ପରିବାର ବୀମାରାଶି ପାଇ ପାରୁ ନାହାନ୍ତି। ଆହତ ହେଲେ ବୀମା ବାବଦକୁ ଚିକିତ୍ସା ସହାୟତା ମିଳୁନି। ଏପରିକି ଉକ୍ତ ଶ୍ରମିକ କାମ କରୁ ନ ଥିବାରୁ ସଫେଇ ଦିଆଯାଉଛି। ବୀମା ସୁବିଧାରୁ ଶ୍ରମିକମାନଙ୍କୁ ବଞ୍ଚିତ କରାଯାଉଥିଲେ ମଧ୍ୟ ଜିଲା ଶ୍ରମ ଦପ୍ତର ଏ ଦିଗରେ ପଦକ୍ଷେପ ନେଉନି। ମାଲିକ ଅଥବା ପରିଚାଳନା ଗତ ସଂସ୍ଥା ଉପରେ ଶ୍ରମ ବିଭାଗର କାର୍ଯ୍ୟାନୁଷ୍ଠାନ ଜାରି ରହିଲେ ଶ୍ରମିକମାନେ ଉପେକ୍ଷିତ ହୁଅନ୍ତେ ନାହିଁ ବୋଲିି କେତେଜଣ ଶ୍ରମିକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୦୮ ଆମ୍ବୁଲାନ୍ସ ମହାସଙ୍ଘର ଚେତାବନୀ: ଦାବି ପୂରଣ ନ ହେଲେ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ

ଭବାନୀପାଟଣା,୨୮।୧୦(ଉତ୍ତମ କୁମାର ଦାଶ): ଅଲ୍‌ ଓଡ଼ିଶା ୧୦୮ କର୍ମଚାରୀ ମହାସଙ୍ଘ କଳାହାଣ୍ଡି ଶାଖା ପକ୍ଷରୁ ସୋମବାର ସ୍ଥାନୀୟ ଜିଲାପାଳ ଏବଂ ସିଡିଏମ୍‌ଓଙ୍କୁ ଏକ ୧୧ ଦଫା...

ଚାଲାଣ ପାଇଁ ୧୨ ଶ୍ରମିକଙ୍କୁ ଲୁଚାଇ ରଖିଥିଲେ ଦଲାଲ: ମାଡ଼ିବସିଲା ପୋଲିସ

ଲାଠୋର,୨୮।୧୦(ଭୁବନେଶ୍ୱର ବାରିକ): ଲାଠୋର ପୋଲିସ ସୋମବାର ସନ୍ଧ୍ୟାରେ ଲାଠୋର ଗ୍ରାମର ଏକ ପରିତ୍ୟକ୍ତ ଘରୁ ୧୨ ଜଣ ଦାଦନ ଶ୍ରମିକ ଓ ଜଣେ ଶିଶୁଙ୍କୁ ଉଦ୍ଧାର...

ପାରିଶ୍ରମିକ ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଅଭିଯୋଗ ଆଣିଲେ ସ୍ବେଚ୍ଛାଗ୍ରାହୀ

କୋକସରା,୨୮ା୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ପାରିଶ୍ରମିକ ବୃଦ୍ଧି ଓ ଥଇଥାନ ନେଇ କଳାହାଣ୍ଡି ଜିଲା ସ୍ବେଚ୍ଛାଗ୍ରାହୀ ସଂଘ ପକ୍ଷରୁ ସଭାପତି ତେଜରାଜ ଦୁରିଆଙ୍କ ନେତୃତ୍ୱରେ ଭୁବନେଶ୍ୱରଠାରେ ମୁଖ୍ୟମନ୍ତ୍ରୀଙ୍କ...

୧୪ ବର୍ଷ ପୂର୍ବେ ନାବାଳିକାଙ୍କୁ ଦେଇଥିଲେ ଯୌନ ନିର୍ଯାତନା: ଏବେ ମିଳିଲା ଦଣ୍ଡ

ଭବାନୀପାଟଣା,୨୮ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ ଥାନା ଅଞ୍ଚଳରେ ୨୦୨୦ରେ ଜଣେ ନାବାଳିକାଙ୍କୁ ଯୌନ ନିର୍ଯାତନା ମାମଲାର ରାୟ ସୋମବାର ପ୍ରକାଶ ପାଇଛି।...

ପ୍ରଣିତା ହେଲେ ହିଞ୍ଜିଳିକାଟୁ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ

ହିଞ୍ଜିଳିକାଟୁ, ୨୮।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ସୋମବାର ଦାୟିତ୍ୱ ନେଇଛନ୍ତି ପ୍ରବୋସନାରୀ ଆଇଏଏସ ପ୍ରଣିତା ଦାସ...

ବାପା ଗାଡି ଚାଳକ, ଝିଅ ପାଇଲେ ଓଏଏସ୍‌: ଏବେ ମିଳୁଛି ଗଦାଗଦା ପୁରସ୍କାର

ଦାରିଙ୍ଗବାଡି,୨୮।୧୦ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡିର ରୁନିତା ପ୍ରଧାନ ୨୦୨୨ ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଜିଲାରୁ ୭ ଜଣ ଏହି...

ଦୁର୍ନୀତିକୁ ଦିଆଯିବନି ପ୍ରଶୟ: ଅଙ୍ଗନାୱାଡି କର୍ମୀଙ୍କୁ ଶପଥ ପାଠ କରାଇଲେ ସିଡିପିଓ

ଦାରିଙ୍ଗବାଡି,୨୮।୧୦(ଅରୁଣ ସାହୁ): ରାଜ୍ୟରେ ଚାଲିଛି ଦୁର୍ନୀତି ନିବାରଣ ସଚେତନ କାର୍ଯ୍ୟକ୍ରମ। ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟରେ ଏନେଇ ସଚେତନ କରାଯାଉଛି। ଏହି କ୍ରମରେ ଦାରିଙ୍ଗବାଡିର ସମନ୍ବିତ ଶିଶୁ...

ରେଳ ମେଲ୍‌ସେବା ସ୍ଥାନାନ୍ତରଣକୁ ନେଇ ତେଜିଲା ବିରୋଧ

କେସିଙ୍ଗା,୨୮।୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ରେଳ ଷ୍ଟେଶନ ସ୍ଥିତ ରେଳ ଡାକସେବା(ଆର୍‌ଏମ୍‌ଏସ୍‌) ସ୍ଥାନାନ୍ତରଣକୁ ବିରୋଧ କରି କଳାହାଣ୍ଡି ଜିଲା ରେଳ ଯାତ୍ରୀ ସଙ୍ଘ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri