ବିବାହ ପରେ ମଧ୍ୟ ଏହି ଅଭିନେତ୍ରୀଙ୍କ ସହ ଶତ୍ରୁଘ୍ନଙ୍କ ଥିଲା ପ୍ରେମ ସମ୍ପର୍କ: ସବୁକିଛି ଜାଣିଥିଲେ ସ୍ତ୍ରୀ

ଶତ୍ରୁଘ୍ନ ସିହ୍ନା, ବଲିଉଡ୍‌ର ପ୍ରସିଦ୍ଧ ଅଭିନେତା। ପାରିବାରିକ ପୃଷ୍ଠଭୂମି ନଥିଲେ ମଧ୍ୟ ସେ ବଲିଉଡରେ ନାମ ଅର୍ଜନ କରିଥିଲେ,। ସେ ତାଙ୍କ ଅଭିନୟରେ ଦର୍ଶକଙ୍କୁ ବାନ୍ଧି ରଖୁଥିଲେ। କେବଳ ପରଦାରେ ନୁହେଁ, ରାଜନୀତିର ମଞ୍ଚରେ ମଧ୍ୟ ନାଁ କରିଛନ୍ତି। ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କ ସମ୍ପର୍କିତ ଅନେକ କଥା ଜାଣନ୍ତୁ …

ସେ ୧୯୪୫ ଡିସେମ୍ବର ୯ରେ ବିହାରର ପାଟନାରେ ଜନ୍ମଗ୍ରହଣ କରିଥିଲେ। ଦେବ୍‌ ଆନନ୍ଦଙ୍କ ଫିଲ୍ମ ‘ପ୍ରେମ ପୂଜାରୀ’ ସହିତ ବଲିଉଡରେ ଡେବ୍ୟୁ କରିଥିବା ଶତ୍ରୁଘ୍ନ ପାରାସ (୧୯୭୧), ଦୋସ୍ତ (୧୯୭୪), କଲା ପାଥର୍‌ (୧୯୭୯), ଦୋସ୍ତାନା (୧୯୮୦) ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ତାଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ବିଶେଷ ଚର୍ଚ୍ଚାରେ ରହିଥିଲା। ପୂର୍ବତନ ମିସ ୟଙ୍ଗ ଇଣ୍ଡିଆ ପୁନମ ଚଣ୍ଡିରମଣିଙ୍କ ସହ ତାଙ୍କର ୧୯୮୦ ବିବାହ ପରେ ମଧ୍ୟ ଅଭିନେତ୍ରୀ ରିନା ରୟଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ବେଶ୍‌ ଚର୍ଚ୍ଚାରେ ଥିଲା। ଯେତେବେଳେ ଶତ୍ରୁଘ୍ନଙ୍କ ନାମ ରିନାଙ୍କ ସହ ଯୋଡ଼ା ଯାଇଥିଲା, ସେତେବେଳେ ସେ ବିବାହିତ ଥିଲେ। ଏକ ସାକ୍ଷାତକାରରେ ଶ୍ରତ୍ରୁଘ୍ନ ଏହା ସ୍ବୀକାର ମଧ୍ୟ କରିଥିଲେ। ସେ କହିଥିଲେ ରିନାଙ୍କ ସହ ତାଙ୍କର ସମ୍ପର୍କ ୭ ବର୍ଷ ଧରି ଚାଲିଥିଲା। ସେହିପରି ଅନ୍ୟ ଏକ ସାକ୍ଷାତକାରରେ ପୁନମ୍‌ କହଥିଲେ ଯେ, ତାଙ୍କ ସ୍ବାମୀ ଏବଂ ରିନାଙ୍କ ବିଷୟରେ ସବୁ ଜାଣିଛନ୍ତି।

ପରେ ଶ୍ରତ୍ରୁଘ୍ନଙ୍କ ଝିଅ ତଥା ଅଭିନେତ୍ରୀ ସେନାକ୍ଷୀ ସିହ୍ନାଙ୍କ ଚେହେରା ରିନାଙ୍କ ସହ ମିସୁଥିବା ଚର୍ଚ୍ଚା ଉଠିଥିଲା। ସୋନାକ୍ଷୀ ଏହା ସ୍ବୀକାର କରିଥିଲେ।

Share