ଦୋଷୀ ସାବ୍ୟସ୍ତ ହେଲେ ବି ନିର୍ବାଚନ ଲଢ଼ିବେ ଟ୍ରମ୍ପ୍‌…

ଓ୍ବାଶିଂଟନ,୧୪।୬ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଗୁପ୍ତପ୍‌ତଥ୍ୟ ବେଆଇନ ଭାବେ ରଖିଥିବାର ଅଭିଯୋଗ ହୋଇଛି। ଜୁନ ୧୩ ରେ ଟ୍ରମ୍ପ ମିଆମିର ଏକ ଫେଡେରାଲ କୋର୍ଟରେ ନିଜକୁ ନିର୍ଦ୍ଦୋଷ କହିଛନ୍ତି।

ସୂଚନାଯୋଗ୍ୟ ଯେତେବେଳେ ଜାନୁଆରୀ ୨୦୨୧ରେ ଟ୍ରମ୍ପ ହ୍ବାଇଟ ହାଉସ ଛାଡିଥିଲେ, ସେତେବେଳେ ସେ ତାଙ୍କ ସହ ପେଣ୍ଟାଗନ, ସିଆଇଏ, ନ୍ୟାଶନାଲ ସିକ୍ୟୁରିଟି ଏଜେନ୍ସି ଏବଂ ଅନ୍ୟାନ୍ୟ ଗୁପ୍ତଚର ସଂସ୍ଥାର ଅତ୍ୟଧିକ ସମ୍ବେଦନଶୀଳ ଗୁପ୍ତତଥ୍ୟପ୍ତଥାଗୋପନୀୟ ଡକ୍ୟୁମେଣ୍ଟ ସାଙ୍ଗରେ ନେଇଯାଇଥିଲେ। ସେ ବର୍ତ୍ତମାନ ପ୍ରାୟ ୭ ଟି ମାମଲାର ସମ୍ମୁଖୀନ ହୋଇଛନ୍ତି। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ହାସ୍ୟାସ୍ପଦ ଏବଂ ଭିତ୍ତିହୀନ ବୋଲି ସେ କହିଛନ୍ତି।

ଆସନ୍ତା ବର୍ଷ ୨୦୨୪ ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନକୁ ନେଇ ଡୋନାଲ୍ଡ ଟ୍ରମ୍ପ ଅନେକ ଆହ୍ବାନର ସମ୍ମୁଖୀନ ହୋଇପାରନ୍ତି। ପ୍ରଶ୍ନ ହେଉଛି, ଏହି ଅଭିଯୋଗ ଟ୍ରମ୍ପଙ୍କୁ ପ୍ରଚାରରୁ ନିବୃତ୍ତ କରିପାରିବ କି? ଟ୍ରମ୍ପଙ୍କ ର୍ନିବାଚନ ପ୍ରଚାର ଏହି ମାମଲାରେ କୌଣସି ପ୍ରଭାବ ପକାଇବ କି? ମାମଲା ବିଚାରାଧୀନ ଥିବାବେଳେ ଯଦି ଟ୍ରମ୍ପ ପୁଣି ରାଷ୍ଟ୍ରପତି ହୁଅନ୍ତି ତେବେ କଣ ହେବ? ତେବେ ଆମେରିକା ଆଇନ ବ୍ୟବସ୍ଥା ଅନୁସାରେ ଟ୍ରମ୍ପ ଦୋଷୀ ସାବ୍ୟସ୍ତ ହେଲେ ମଧ୍ୟ ନିର୍ବାଚନ ପ୍ରଚାର କରି ପାରିବେ ଏବଂ ନିର୍ବାଚନ ଲଢ଼ିବାରେ ତାଙ୍କର କୌଣସି ଅସୁବିଧା ହେବ ନାହିଁ।

Share