Categories: ଫୁରସତ

କୋଟିପତି ହୋଇ ମଧ୍ୟ ଭିକ ମାଗନ୍ତି

ମୁମ୍ବାଇ: ଅନେକ ଲୋକ ପରିସ୍ଥିତିରେ ପଡ଼ି ଭିକ ମାଗିବାକୁ ବାଧ୍ୟ ହୋଇଥା’ନ୍ତି। ହେଲେ ଏବେ ଦେଖିବାକୁ ମିଳୁଛି କି, ଅଧିକାଂଶ ଏହାକୁ ପେସା ଭାବେ ମାନିନେଲେଣି। ଏଥିରେ ସେମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ି ନ ଥାଏ ଏବଂ ଲୋକେ ତାଙ୍କୁ ବଞ୍ଚତ୍ବା ପାଇଁ ଅର୍ଥ ମଧ୍ୟ ଯୋଗାଇ ଦିଅନ୍ତି। ଭିକାରୀମାନେ ଭିକ ମାଗି ମାଗି ମାଲାମାଲ ହେଉଥିବା ଦେଖିବାକୁ ମିଳୁଛି। ତେବେ ମୁମ୍ବାଇରେ ରହୁଥିବା ଭରତ ଜୈନ ଦୁନିଆର ସବୁଠୁ କୋଟିପତି ଭାବେ ଗଣାହୁଅନ୍ତି। ସେ ଘର ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ଭଡ଼ାରେ ଦେଇ ବ୍ୟବସାୟିକ ପରିସର ମଧ୍ୟ ତିଆରି କରିଛନ୍ତି। ଏଥିରୁ ତାଙ୍କର ଲକ୍ଷାଧିକ ଟଙ୍କା ରୋଜଗାର ହେଉଛି। ମୁମ୍ବାଇ ଭଳି ସହରରେ ତାଙ୍କର ଭଲ ସମ୍ପତ୍ତି ରହିଛି। ଲମ୍ବା ସମୟ ଧରି ଭିକ ମାଗିବା ପରେ ଭରତ ଏବେ ଆରାମଦାୟକ ଜୀବନ ବଞ୍ଚୁଛନ୍ତି। ସେ ଏବେ କୋଟିପତି ଏବଂ ତାଙ୍କର ପରିବାର ମଧ୍ୟ ଅଛି। ଭରତ ତାଙ୍କ ୨ ପୁଅ, ସ୍ତ୍ରୀ, ଭାଇ ଓ ବାପାଙ୍କ ସହିତ ଏକାଠି ରହୁଛନ୍ତି। ଭିକ ମାଗି ମାଗି ସେ ନିଜ ପରିବାର ଲୋକଙ୍କୁ ମଧ୍ୟ ରୋଜଗାରକ୍ଷମ କରାଇପାରିଥିଲେ। ପ୍ରତି ମାସରେ ଭରତଙ୍କ ରୋଜଗାର ୭୦-୭୫ ହଜାର। ଏହି ଅନୁସାରେ, ବର୍ଷକୁ ସେ ୯ ଲକ୍ଷ ଟଙ୍କା ରୋଜଗାର କରିଦିଅନ୍ତି। ସେ ମୁମ୍ବାଇରେ ଏକ ବଙ୍ଗଳା ମଧ୍ୟ କରିଛନ୍ତି। ତାଙ୍କ ୨ ପୁଅ କନ୍‌ଭେଣ୍ଟ ସ୍କୁଲରେ ପଢୁଛନ୍ତି। ଭରତଙ୍କର ଏବେ ୭.୫ କୋଟି ଟଙ୍କାର ସମ୍ପତି ରହିଛି। ଯେତେବେଳେ କି ତାଙ୍କର ମୁମ୍ବାଇରେ ୨ ବେଡ୍‌ରୁମ୍‌ ଥିବା ଏକ ଆପାର୍ଟମେଣ୍ଟ ରହିଛି। ଏତେ ସମ୍ପତ୍ତି ଥାଇ ମଧ୍ୟ ତାଙ୍କ ପରିବାର ତାଙ୍କୁ ଭିକ ମାଗିବା ବନ୍ଦ କରିବାକୁ କୁହନ୍ତି। ହେଲେ ଭରତ ସେମାନଙ୍କୁ ଏଥିପାଇଁ ମନା କରିଦିଅନ୍ତି। ସେ କହିଛନ୍ତି, ଏହି କାମ ତାଙ୍କୁ ଏପରି ସଫଳତା ଦେଇଥିବାରୁ ସେ ଏହାକୁ ଛାଡ଼ିପାରିବେନି।

Share