Categories: ଜାତୀୟ

୫୦ ଥର ମୋ ଘର ନେଇଗଲେ ବି ମୁଁ ଓ୍ବାୟନାଡ-ଭାରତର ଲୋକଙ୍କ ସମସ୍ୟା ପ୍ରସଙ୍ଗରେ କହିବି: ରାହୁଲ…

ଓ୍ବାୟନାଡ,୧୧।୪ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ୱାୟନାଡରେ ଏକ ସାଧାରଣ ସଭାରେ ସମ୍ବୋଧିତ କରି ଭାଜପା ଉପରେ ବର୍ଷିଛନ୍ତି। ସେ କହିଛନ୍ତି,. ମୋ ଘରକୁ ୫୦ ନେଇଗଲେ ବି ମୁଁ ୱାୟନାଡ ଏବଂ ଭାରତର ଲୋକଙ୍କ ସମସ୍ୟା ପ୍ରସଙ୍ଗ ଉଠାଇବି। ଚାରି ବର୍ଷ ପୂର୍ବେ ମୁଁ ଏଠାକୁ ଆସି ଏମ୍‌ପି ହୋଇଥିଲି । ମୋ ପାଇଁ ଏହି ଅଭିଯାନ ଏକ ଭିନ୍ନ ପ୍ରକାରର ଅଭିଯାନ ଥିଲା। ଭାଜପା ସରକାର ଭାବୁଛନ୍ତି ଯେ, ମୋ ଘରକୁ ପୋଲିସ ପଠାଇ କିମ୍ବା ମୋ ଘରକୁ ନେଇ ମୋତେ ଭୟଭୀତ କରିବେ। କିନ୍ତୁ ମୁଁ ଖୁସି ଯେ ସେମାନେ ମୋ ଘରକୁ ନେଇଛନ୍ତି।

 

ଏମ୍‌ପି ପଦ କେବଳ ଏକ ଟ୍ୟାଗ। ଏହା ଏକ ପୋଷ୍ଟ ତେଣୁ ଭାଜପା ଟ୍ୟାଗ ହଟାଇ ପାରିବ, ସେମାନେ ଏହି ପୋଷ୍ଟ ନେଇ ପାରିବେ, ଘର ନେଇପାରିବେ ଏବଂ ମୋତେ ଜେଲରେ ମଧ୍ୟ ରଖିପାରିବେ, କିନ୍ତୁ ସେମାନେ ମୋତେ ୱାୟନାଡର ଲୋକଙ୍କ ପ୍ରତିନିଧିତ୍ୱ କରିବାରେ ଅଟକାଇ ପାରିବେ ନାହିଁ। ଆଦାନୀଙ୍କ ସହ ତାଙ୍କର ସମ୍ପର୍କ କ’ଣ ବୁଝାଇବାକୁ ମୁଁ ସଂସଦରେ ଏକ ପ୍ରଶ୍ନ ପଚାରିଥିଲି। ପ୍ରଥମ ଥର ଆପଣ ଦେଖିଲେ ସଂସଦ କାର୍ଯ୍ୟ କରିବାକୁ ସରକାର ନିଜେ ଅନୁମତି ଦେଉ ନାହାଁନ୍ତି। ଯାହା ବି ହୋଇଯାଉ ମୁଁ ମୋର କାର୍ଯ୍ୟ ବନ୍ଦ କରିବି ନାହିଁ। ଏହାକୁ ଜାରି ରଖିବି।

ଏହି ସାଧାରଣ ସଭାରେ ସମ୍ବୋଧିତ କରି  କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଜଣେ ବ୍ୟକ୍ତି ଗୌତମ ଆଦାନୀଙ୍କୁ ବଞ୍ଚାଇବା ପାଇଁ ଆମ ସରକାର ଆମ ଗଣତନ୍ତ୍ରକୁ ତଳେ ପକାଇବାକୁ ଚେଷ୍ଟା କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଦାନୀଙ୍କୁ ରକ୍ଷା କରିବା ପାଇଁ ନିଜର ଦାୟିତ୍ୱ ବୋଲି ଅନୁଭବ କରୁଛନ୍ତି। କିନ୍ତୁ ଭାରତବାସୀଙ୍କ ପ୍ରତି ତାଙ୍କର କ’ଣ କିଛି ଦାୟିତ୍ୱବୋଧ ନାହିଁ।

Share