Categories: ଜାତୀୟ

ମାତାପିତାଙ୍କ ଚରିତ୍ର ସମାଜରେ ଖରାପ ହେଲେ ବି ସନ୍ତାନଙ୍କ ସମ୍ମୁଖରେ ସବୁବେଳେ ସ୍ବଚ୍ଛ: ହାଇକୋର୍ଟ…

ଚଣ୍ଡିଗଡ,୧୬।୧୨ : ଡ୍ରଗ୍ସ ଉପରେ ନିର୍ଭରଶୀଳ ଥିବା ପିତା ତାଙ୍କ ୧୦ ବର୍ଷର ଝିଅଙ୍କୁ ଭେଟିପାରିବେ ବୋଲି ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ରାୟ ପ୍ରଦାନ କରିଛନ୍ତି। କୋର୍ଟ କହିଛନ୍ତି ଏହା ଜଣେ ପିତାଙ୍କ ଅଧିକାର ଏଥିରୁ ତାଙ୍କୁ କେହି ବଞ୍ଚିତ କରି ପାରିବେ ନାହିଁ। ମାତାପିତାଙ୍କ ଚରିତ୍ର ସମାଜରେ ଖରାପ ହୋଇଥାଇପାରେ ତଥାପି ଏହାର ଅର୍ଥ ନୁହେଁ ସେମାନେ ନିଜ ସନ୍ତାନଙ୍କ ପାଇଁ ଖରାପ । ସନ୍ତାନଙ୍କ ସମ୍ମୁଖରେ ମାତାପିତାଙ୍କ ଚରିତ୍ର ସବୁବେଳେ ସ୍ବଚ୍ଛ । ଟ୍ରାଏଲ କୋର୍ଟ ଜାଣିବାକୁ ପାଇଥିଲେ ଯେ ପିତା ଡ୍ରଗ୍ସ ଉପରେ ନିର୍ଭରଶୀଳ ଏବଂ ରେକର୍ଡ ଅନୁଯାୟୀ ତାଙ୍କର ଚିକିତ୍ସା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ।

ଏନେଇ ପିତାଙ୍କ ବିରୋଧରେ କୌଣସି ନକାରାତ୍ମକ ମତାମତ ଦିଆଯାଇପାରିବ ନାହିଁ । ତେବେ ବୟସକୁ ଦୃଷ୍ଟିରେ ରଖି କୋର୍ଟ ଝିଅଙ୍କର ହେପାଜତକୁ ମା’ଙ୍କୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇ କହିଛନ୍ତି େ ଏହି ପର୍ଯ୍ୟାୟରେ ଝିଅ ଜଣକ ପିତାଙ୍କ ଅପେକ୍ଷା ତାଙ୍କ ମା’ଙ୍କର ସାହାଯ୍ୟ ଆବଶ୍ୟକ କରୁଛନ୍ତି। ଅଦାଲତ ସ୍ପଷ୍ଟ କରିଛନ୍ତି,ଏହା ନୁହେଁ ଯେ ନାବାଳିକାଙ୍କ ପ୍ରତି ପିତାଙ୍କର କୌଣସି ପ୍ରେମ ଏବଂ ସ୍ନେହ ନାହିଁ, ତଥାପି ଶିଶୁର ବୟସକୁ ବିଚାରକୁ ନେଇ ସେ ମା’ଙ୍କ ସହ ଅଧିକ ଜଡିତ ହେବେ। କିନ୍ତୁ ପିତାଙ୍କୁ ଭେଟିବାରେ କୌଣସି ଅସୁବିଧା ନାହିଁ।

Share