Categories: ଜାତୀୟ

ଅପରାଧିକ ମାମଲା ବିଚାରାଧୀନ ଥିଲେ ବି ନବୀକରଣ ହେବ ପାସପୋର୍ଟ,ବିଦେଶ ଯାତ୍ରା-ପାସପୋର୍ଟ ରଖିବା ବ୍ୟକ୍ତିଗତ ଅଧିକାର ବୋଲି କହିଲେ ହାଇକୋର୍ଟ…

ହାଇଦ୍ରାବାଦ,୧୧।୧୨ : ତେଲଙ୍ଗାନା ହାଇକୋର୍ଟ କହିଛନ୍ତି ଅପରାଧିକ ମାମଲା ବିଚାରାଧୀନ ଥିବାରୁ ପାସପୋର୍ଟ କର୍ତ୍ତୃପକ୍ଷ ଜଣେ ବ୍ୟକ୍ତିଙ୍କ ପାସପୋର୍ଟ ନବୀକରଣ ଆବେଦନକୁ ପ୍ରତ୍ୟାଖ୍ୟାନ କରିପାରିବେ ନାହିଁ। ଜଷ୍ଟିସ ସୁରେପାଲୀ ନନ୍ଦା କହିଛନ୍ତି, ଆବେଦନକାରୀଙ୍କ ପାସପୋର୍ଟ ନବୀକରଣକୁ ଅସ୍ବୀକାର କରିବା ତାଙ୍କ ବିରୋଧରେ ଜାରି ରହିଥିବା ଅପରାଧିକ ମାମଲା ଯୋଗୁ ହୋଇପାରିବ ନାହିଁ। ବ୍ୟକ୍ତିଗତ ସ୍ବାଧୀନତାର ଅଧିକାର ବିଦେଶ ଯାତ୍ରା କରିବାର ଅଧିକାର ସହିତ ପାସପୋର୍ଟ ରଖିବାର ଅଧିକାରକୁ ମଧ୍ୟ ଅନ୍ତର୍ଭୁକ୍ତକରିଥାଏ।

ତାଙ୍କ ପାସପୋର୍ଟ ନବୀକରଣ ପାଇଁ ସେ ଆଞ୍ଚଳିକ ପାସପୋର୍ଟ କାର୍ଯ୍ୟାଳୟ ନିକଟରେ ଆବେଦନ କରିଥିବା ଦାବି କରିଛନ୍ତି। ତେବେ ଆଇପିସିର ଧାରା ୪୨୦ ଏବଂ ଧାରା ୩୪ ଅନୁଯାୟୀ ଅପରାଧିକ ମାମଲା ତାଙ୍କ ବିରୋଧରେ ବିଚାରାଧୀନ ଥିବା ଆଧାରରେ ଉକ୍ତ ଆବେଦନକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା। ତେଣୁ ଆବେଦନକାରୀ ତାଙ୍କ ପାସପୋର୍ଟ ନବୀକରଣ ପାଇଁ ପାସପୋର୍ଟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ମାଗି ଏକ ଲିଖିତ ଆବେଦନ ମାଧ୍ୟମରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ତାଙ୍କ ବିରୋଧରେ ବିଚାରାଧୀନ ଅପରାଧିକ ମାମଲାକୁ ବିଚାରକୁ ନ ନେଇ ଏକ ସପ୍ତାହ ମଧ୍ୟରେ ତାଙ୍କ ପାସପୋର୍ଟ ନବୀକରଣ ଆବେଦନ ଉପରେ ବିଚାର କରିବାକୁ କୋର୍ଟ କହିଛନ୍ତି।

Share