ଏ ସାର୍ଟିଫିକେଟ ଥିଲେ ବି ଆନିମଲରୁ କଟିବ ୫ ସିନ୍‌, ସାର୍ଟିଫିକେଟ ଭାଇରାଲ…

ମୁମ୍ବାଇ : ରଣବୀର କପୁରଙ୍କ ଅଭିନୀତ ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ଚଳଚ୍ଚିତ୍ର ଆନିମଲ ଏ ସାର୍ଟିଫିକେଟ ସହିତ ସେନସର ବୋର୍ଡ ଦ୍ୱାରା ପାସ ହୋଇଛି, କିନ୍ତୁ ଏହା ସତ୍ତ୍ୱେ ସିବିଏଫସି ୫ ଟି ସିନ କାଟିଛି। ସେନ୍ସର ବୋର୍ଡ ଅଫ ଫିଲ୍ମ ସାର୍ଟିଫିକେସନ (ସିବିଏଫସି) ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କୁ ଫିଲ୍ମର ମୁଖ୍ୟ ଚରିତ୍ରମାନଙ୍କ ଅନ୍ତରଙ୍ଗ ଦୃଶ୍ୟରେ କ୍ଲୋଜ ଅପ ସିନ୍‌ ହଟାଇବାକୁ କହିଛନ୍ତି। ସୋସିଆଲ ମିଡିଆରେ ଆନିମଲର ଏ ସାର୍ଟିଫିକେଟ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଫିଲ୍ମରୁ ହଟାଇବାକୁ କୁହାଯାଇଥିବା ସେହି ପାଞ୍ଚଟି ସିନ୍‌ ବିଷୟରେ ମଧ୍ୟ ସୂଚନା ଦିଆଯାଇଛି।

ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭଙ୍ଗା ଫିଲ୍ମକୁ ଏ ସାର୍ଟିଫିକେଟ ଦିଆଯାଇଥିବାରୁ ସେନ୍ସର ବୋର୍ଡ ଉପରେ ଅସନ୍ତୁଷ୍ଟ ହୋଇସାରିଛନ୍ତି। ଚଳଚ୍ଚିତ୍ରରେ ଅନେକ ହିଂସାତ୍ମକ ଦୃଶ୍ୟ ଅଛି। ଯେଉଁଥିପାଇଁ ୧୮ ବର୍ଷରୁ କମ ବୟସର ଲୋକମାନେ ଏହି ଚଳଚ୍ଚିତ୍ର ଦେଖିପାରିବେ ନାହିଁ। ବର୍ତ୍ତମାନ ସେନ୍ସର ବୋର୍ଡ ଏହି ଚଳଚ୍ଚିତ୍ରକୁ ବୟସ୍କ ପ୍ରମାଣପତ୍ର ଦେଇଛି, କିନ୍ତୁ ପାଞ୍ଚଟି ଦୃଶ୍ୟ ହଟାଇବାକୁ ମଧ୍ୟ କହିଛି, ଯାହା ଆଶ୍ଚର୍ଯ୍ୟଜନକ ଅଟେ।

 

Share