Categories: ଜାତୀୟ

ପରକୀୟା ପ୍ରୀତି ଥିଲେ ବି ମା’ ନେଇପାରିବେ ପିଲାଙ୍କ ଦାୟିତ୍ୱ

ଚଣ୍ଡିଗଡ଼, ୪ା୬: ପରକୀୟା ପ୍ରୀତି ଥିଲେ ବି ଜଣେ ମହିଳା ଭଲ ମା’ ନୁହନ୍ତି ବୋଲି ସିଦ୍ଧାନ୍ତ ହୋଇପାରିବ ନାହିଁ। ଏହି ଆଧାରରେ ସନ୍ତାନର ସୁରକ୍ଷା ଦାୟିତ୍ୱ ତାଙ୍କୁ ନ ଦିଆଯିବାକୁ ନିଷ୍ପତ୍ତି ନିଆଯାଇପାରିବନି ବୋଲି ପଞ୍ଜାବ ଓ ହରିୟାଣା ହାଇକୋର୍ଟ କହିଛନ୍ତି।
ପଞ୍ଜାବର ଜଣେ ମହିଳା ଅଷ୍ଟ୍ରେଲିଆ ନାଗରିକ ଥିବା ତାଙ୍କ ପୂର୍ବତନ ସ୍ବାମୀଙ୍କଠାରୁ ୪ ବର୍ଷୀୟ ଝିଅଙ୍କ ଲାଳନପାଳନ ଦାୟିତ୍ୱ ନେବା ପାଇଁ କୋର୍ଟରେ ପିଟିଶନ ଦାଖଲ କରିଥିଲେ। ଜଷ୍ଟିସ୍‌ ଅନୁପିନ୍ଦର ସିଂ ଗ୍ରଓ୍ବୋଲ ପିଟିଶନ ଗ୍ରହଣ କରି ମହିଳା ଜଣକ ଅଷ୍ଟ୍ରେଲିଆରେ ରହୁଥିବା ତାଙ୍କ ଝିଅର ଦାୟିତ୍ୱ ନେଇପାରିବେ ବୋଲି ରାୟ ଦେଇଥିଲେ। ମହିଳାଙ୍କ ଅନ୍ୟ କାହା ସହ ସମ୍ପର୍କ ରହିଥିବା ନେଇ ତାଙ୍କ ସ୍ବାମୀ ଅଭିଯୋଗ ଆଣିଥିଲେ। ପୁରୁଷ ପ୍ରଧାନ ସମାଜରେ ନାରୀଙ୍କ ଚରିତ୍ର ଉପରେ କଥା ଉଠିବା ସାଧାରଣ କଥା ଏବଂ ଅନେକ ସମୟରେ ଏହା ଭିତ୍ତିହୀନ ହୋଇଥାଏ। ମହିଳାଙ୍କ ଅନ୍ୟ କାହା ସହ ସମ୍ପର୍କ ଥିଲେ ମଧ୍ୟ ସେ ଜଣେ ଭଲ ମା’ ହୋଇପାରିବେନି ବୋଲି କହିବା ଉଚିତ ନୁହେଁ ବୋଲି କୋର୍ଟ କହିଛନ୍ତି।

Share