ଭିଜିଲାନ୍ସ ମାମଲା ବିଚାରାଧୀନ ଥିଲେ ବି ମିଳିବ ବକେୟା ଛୁଟିର ଦରମା: ହାଇକୋର୍ଟ

କଟକ,୧୮ା୩(କାର୍ତ୍ତିକ ସାହୁ): ସରକାରୀଙ୍କ କର୍ମଚାରୀଙ୍କ ବିରୋଧରେ ଭିଜିଲାନ୍ସ ମାମଲା ବିଚାରାଧୀନ ଥିଲେ ବା କୌଣସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲେ ମଧ୍ୟ ତାଙ୍କୁ ଅବସର ପରେ ବକେୟା ଛୁଟିର ଦରମା ମିଳିବ। ବକେୟା ଛୁଟିର ଦରମା ପାଇବା ପାଇଁ ତାଙ୍କ ଆବେଦନକୁ ମାମଲା ଆଳରେ ଅଗ୍ରାହ୍ୟ କରାଯାଇପାରିବ ନାହିଁ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି।

ହାଇକୋର୍ଟ ବିଚାରପତି ଆଦିତ୍ୟ କୁମାର ମହାପାତ୍ର ମାମଲାର ବିଚାର କରି କୋର୍ଟ ରାୟ ପାଇବାର ୨ ମାସ ମଧ୍ୟରେ ଆବେଦନକାରୀଙ୍କୁ ତାଙ୍କ ବକେୟା ୩୦୦ ଦିନର ଦରମା ପ୍ରଦାନ ନିମନ୍ତେ ଆଦେଶ ଦେଇଛନ୍ତି।

ସୂଚନା ମୁତାବକ, ଓଡ଼ିଶା ଟ୍ରାନ୍ସପୋର୍ଟ ଇଞ୍ଜିନିୟରିଂ ସର୍ଭିସରୁ ମୋଟର ଯାନ ଇନ୍ସପେକ୍ଟର ଭାବେ ୨୦୨୪ ଏପ୍ରିଲ ୩୦ରେ ଅବସର ନେଇଥିବା ଚିତ୍ତରଞ୍ଜନ ସେନାପତି ହାଇକୋର୍ଟରେ ଏହି ଆବେଦନ କରିଥିଲେ। ସେ ତାଙ୍କ ଆବେଦନରେ ଦର୍ଶାଇଛନ୍ତି, ଅବସର ପରେ ସେ ତାଙ୍କ ବକେୟା ଛୁଟି ନିମନ୍ତେ ଦରମା ପ୍ରଦାନ କରିବାକୁ ବିଭାଗୀୟ ଅଧିକାରୀଙ୍କ ନିକଟରେ ଆବେଦନ କରିଥିଲେ। ମାତ୍ର ତାଙ୍କ ବିରୋଧରେ ଭିଜିଲାନ୍ସ ମାମଲା ଓ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଚାଲିଥିବା ଦର୍ଶାଇ ତାଙ୍କ ଆବେଦନକୁ ଅଗ୍ରାହ୍ୟ କରିଦିଆଯାଇଥିଲା।

ଫଳରେ ସେ ତାଙ୍କର ସେହି ବକେୟା ଛୁଟିର ଦରମା ପାଇବା ନିମନ୍ତେ ହାଇକୋର୍ଟରେ ଆବେଦନ କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ପ୍ରଶାନ୍ତ କୁମାର ମିଶ୍ର ମାମଲା ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ କାଲିଠୁ ସମସ୍ତ ସ୍କୁଲ ଓ କଲେଜ ବନ୍ଦ: ରାଜ୍ୟ ସରକାରଙ୍କ ଘୋଷଣା

ଭୁବନେଶ୍ୱର, ୨୨।୪: ରାଜ୍ୟରେ ଆରମ୍ଭ ହୋଇଥିବା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବୁଧବାରଠାରୁ ରାଜ୍ୟର ସମସ୍ତ ସ୍କୁଲ, କଲେଜ ବନ୍ଦ କରିବାକୁ ଓଡିଶା ସରକାର...

କେମେଷ୍ଟ୍ରି ପେପର ଖରାପ ହୋଇଛି ୪ ହଜାର ଟଙ୍କା ଦେଲେ ପାସ ମାର୍କ ମିଳିବ: ଆସୁଛି ଫୋନ କଲ,

ଗଞ୍ଜାମ,୨୨ା୪(ବିଦ୍ୟାଧର ସାହୁ): ଗଞ୍ଜାମ ମହାବିଦ୍ୟାଳୟ ବିଜ୍ଞାନ ଛାତ୍ରୀଛାତ୍ରମାନଙ୍କ ଅଭିଭାବକମାନଙ୍କୁ ଗତ ଦୁଇଦିନ ହେଲା ଏକ ଫୋନ କଲ ଆସୁଛି। ତୁମ ପିଲାର କେମେଷ୍ଟ୍ରି ପେପର ଖରାପ...

ମାଙ୍କଡ଼ କାମୁଡ଼ାରେ ୪ ଆହତ

ଗଞ୍ଜାମ,୨୨ା୪(ବିଦ୍ୟାଧର ସାହୁ)-ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମରେ ପାଗଳ ମାଙ୍କଡ଼ ଆତଙ୍କ ଖେଳାଇଛି। ସେହି ମାଙ୍କଡ଼ କାମୁଡାରେ ସୋମବାର ଓ ମଙ୍ଗଳବାର ଦୁଇ ଦିନରେ ଗ୍ରାମର...

ଦିଗପହଣ୍ଡିରେ ଶ୍ରୀ ରାମଚରିତ ମାନସ କାର୍ଯ୍ୟକ୍ରମ: ଶ୍ରୀରାମଚରିତ ସମଗ୍ର ମାନବ ଜାତିର ମାର୍ଗଦର୍ଶକ

ଦିଗପହଣ୍ଡି,୨୨|୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ରାଜବାଟି ସିଂହଦ୍ଵାର ସମ୍ମୁଖରେ ଗତ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ...

ବିଶ୍ବ ଧରିତ୍ରୀ ଦିବସ ପାଳିତ

ଭଞ୍ଜନଗର,୨୨।୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଶିଳ୍ପ ତାଲିମ କେନ୍ଦ୍ର ରେ ମଙ୍ଗଳବାର ବିଶ ଧରିତ୍ରୀ ଦିବସ ପାଳିତ ହୋଇଯାଇଛି। ଏଥିରେ ପରିବେଶବିତ୍ ଶୁଳପାଣି ଶତପଥି...

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲାଗୁ ଦାବି

ଭଞ୍ଜନଗର,୨୨।୪(ବାବୁଲା ପ୍ରଧାନ): ବିଶ୍ବହିନ୍ଦୁ ପରିଷଦ ଓଡ଼ିଶା ପ୍ରଦେଶର ଆହ୍ବାନକ୍ରମେ ବିଶ୍ବହିନ୍ଦୁ ପରିଷଦ ଭଞ୍ଜନଗର ଶାଖା ପକ୍ଷରୁ ମଙ୍ଗଳବାର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଭଞ୍ଜନଗର ଉପଜିଲାପାଳ...

ପହଲଗାମ୍‌ରେ ଆତଙ୍କୀ ହମ୍‌ଲା: ଓଡ଼ିଆ ଯୁବକ ମୃତ

ନୂଆଦିଲ୍ଲୀ,୨୨।୪: ଜମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲାର ପହଲଗାମ୍‌ରେ ମଙ୍ଗଳବାର ଆତଙ୍କବାଦୀଙ୍କ ଆକ୍ରମଣରେ ଓଡ଼ିଶାର ପ୍ରଶାନ୍ତ ଶତପଥୀ ନାମକ ଯୁବକ ମୃତ୍ୟୁ ବରଣ କରିଛନ୍ତି। ସେ ପତ୍ନୀ ପ୍ରିୟଦର୍ଶିନୀଙ୍କ...

ହାତ ଗୋଡ଼ ବନ୍ଧା ଅବସ୍ଥାରେ ପୋଖରୀରୁ ମିଳିଲା ବୃଦ୍ଧାଙ୍କ ମୃତଦେହ, ହତ୍ୟା ସନ୍ଦେହ

ନୂଆପଡ଼ା/କୋମନା,୨୨ା୪ (ମକାରୁ ବେମାଲ/ସୋବିନ ଛତ୍ରିଆ): ନୂଆପଡ଼ା ଜିଲା କୋମନା ଥାନା ଟିକ୍ରାପଡ଼ା ଗାଁ ବଡ଼ବନ୍ଧ ପୋଖରୀରୁ ମଙ୍ଗଳବାର ପୋଲିସ ଜଣେ ବୃଦ୍ଧାଙ୍କ ଗଳିତ ମୃତଦେହ ଜବତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image