Advertisement

ଏଣିକି ଛୋଟ ପିଲାଙ୍କ ସାକ୍ଷୀ ଗ୍ରହଣଯୋଗ୍ୟ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬ା୨: ସୁପ୍ରିମକୋର୍ଟ ବୁଧବାର ଏକ ବଡ଼ ରାୟ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ଏଣିକି ଛୋଟ ପିଲାଙ୍କୁ ସାକ୍ଷୀ ଭାବେ ଗ୍ରହଣ କରାଯିବ। ଯଦି ସାକ୍ଷ୍ୟ ଦେଉଥିବା ପିଲାଠୁ ନିର୍ଭରଯୋଗ୍ୟ ତଥ୍ୟ ମିଳୁଛି ଗ୍ରହଣ କରାଯିବ। ନିର୍ଭରଯୋଗ୍ୟ ତଥ୍ୟ ସଂଗ୍ରହରେ ପିଲାର ସର୍ବନିମ୍ନ ବୟସ ଗ୍ରହଣୀୟ ନୁହେଁ। ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ରାୟକୁ ଖାରଜ କରି ଉଦାହରଣ ରଖିଛନ୍ତି ମାନ୍ୟବର କୋର୍ଟ। ହାଇକୋର୍ଟରେ ଦୋଷମୁକ୍ତ ବ୍ୟକ୍ତିକୁ ଆଜୀବନ ସଜା ଶୁଣାଇଛନ୍ତି। ୭ ବର୍ଷୀୟ ଝିଅର ସାକ୍ଷ୍ୟ ଗ୍ରହଣ କରି ବାପାକୁ ଆଜୀବନ ସଜା ଦେଇଛନ୍ତି। ଘରେ ଝିଅ ଉପସ୍ଥିତିରେ ସ୍ତ୍ରୀଙ୍କୁ ହତ୍ୟା ପାଇଁ ଏହି ସଜା ଶୁଣାଇଛନ୍ତି କୋର୍ଟ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share