କ୍ଷେପଣାସ୍ତ୍ରଠୁ ବି ଭୟଙ୍କର ଏହି ଡ୍ରୋନ୍‌, ବିମାନଠୁ ଅଧିକ ଉପରେ ଉଡ଼େ

ନୂଆଦିଲ୍ଲୀ,୭ା୮: ଭାରତୀୟ ବାୟୁସେବା ଜମ୍ମୁ ଏୟାରବେସ୍‌ରେ ଜୁନ୍‌ରେ ଡ୍ରୋନ୍‌ ହମଲା ହୋଇଥିଲା। ଏହା ପରେ ଡ୍ରୋନ୍‌ ଆକ୍ରମଣକୁ ନେଇ ଖୁବ୍‌ ଚର୍ଚ୍ଚା ହୋଇଥିଲା। ଏଥିସହିତ ଭାରତ ସରକାର ଦେଶରେ ଡ୍ରୋନ୍‌ ଉଡ଼ାଣକୁ ନେଇ ନିୟମ ଲାଗୁ କରିବାକୁ ଯାଉଛନ୍ତି। ମାତ୍ର ଜାଣନ୍ତି କି ବର୍ତ୍ତମାନ ପର୍ଯ୍ୟନ୍ତ ଦୁନିଆର ସବୁଠାରୁ ବିପଜ୍ଜନକ ଡ୍ରୋନ୍‌ ବିକଶିତ ହୋଇଛି। ଯାହା ବାଣିଜି୍ୟକ ବିମାନଠାରୁ ଅଧିକ ଉଚ୍ଚରେ ଉଡ଼ି ପାରିବ। ଖାଲି ଏତିକି ନୁହେଁ ଏହା ଶତ୍ରୁମାନଙ୍କ ଉପରେ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ପରି ମଧ୍ୟ ଧ୍ୱଂସ କରିପାରେ।

ଏହି ଡ୍ରୋନ୍‌ର ନାମ MQ-9 Reaper। ଏହାକୁ ପ୍ରିଡେଟର ମଧ୍ୟ କୁହାଯାଏ। ଆମେରିକାର ବାୟୁସେନା ନିକଟରେ ଅତି କମ୍‌ରେ 93 MQ-9 Reaper ଅଛି। ଏହି ଡ୍ରୋନ୍‌ AGM-ହେଲଫାୟାର କ୍ଷେପଣାସ୍ତ୍ରକୁ ବି ନଷ୍ଟ କରିଦେବ।

Share