ନରେନ ପଲେଇ ବି ପଦ୍ମ ଧରିବେ

ଭଦ୍ରକ,୪।୩ (ସନାତନ ରାଉତ):ଭଦ୍ରକର ପୂର୍ବତନ ବିଧାୟକ ନରେନ ପଲେଇ ସୋମବାର ବିଧିବଦ୍ଧ ଭାବେ ଭାଜପାରେ ଯୋଗଦେବେ ବୋଲି ସୂଚନା ଦେଇଛନ୍ତି। ଭାଜପା ରାଜ୍ୟ କାର୍ଯ୍ୟାଳୟରେ ତାଙ୍କ ସମର୍ଥକଙ୍କ ସହ ଦଳରେ ସାମିଲ ହେବେ। ଧାମନଗର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଭାଜପାରେ ମିଶିବା ସହ ନରେନଙ୍କ ମିଶ୍ରଣ ଭଦ୍ରକର ରାଜନୈତିକ ସମୀକରଣକୁ ଓଲଟ ପାଲଟ କରିବ ବୋଲି ଚାରିଆଡ଼େ ଚର୍ଚ୍ଚା ଆରମ୍ଭ ହେଲାଣି। ନରେନ ୨୦୦୪ରୁ ୨୦୦୯ କଂଗ୍ରେସରୁ ବିଧାୟକ ଥିଲେ। ଏବେ ପୁରୁଣାବଜାର କିମ୍ବା ଚନ୍ଦନବଜାରରେ ଷ୍ଟେଟବ୍ୟାଙ୍କ ପ୍ରତିଷ୍ଠା, ମେମୁ ଟ୍ରେନ୍‌ ଚଳାଚଳ ଦାବି, ଭଦ୍ରକରେ ମେଡିକାଲ କଲେଜ ଓ ବିଶ୍ୱବିଦ୍ୟାଳୟ ପାଇଁ ନବୀନ ନିବାସରେ ୧୦ ଥର ଦାବିପତ୍ର ଦେବା ସହ ଭଦ୍ରକର ବିକାଶ ଲାଗି ଆନ୍ଦୋଳନ କରି ଚର୍ଚ୍ଚାରେ ଅଛନ୍ତି।

Share