ଏଣିକି ଖରା ଛୁଟିରେ ପିଲା ପଢ଼ିବେ ପାଠ

ଭୁବନେଶ୍ୱର,୧୮।୪(ବ୍ୟୁରୋ) : ଚଳିତ ବର୍ଷଠାରୁ ଗ୍ରୀଷ୍ମକାଳୀନ ଛୁଟିରେ ମଧ୍ୟ ଛାତ୍ରୀଛାତ୍ରମାନେ ପାଠପଢ଼ିବେ। ପ୍ରଥମଥର ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଅବକାଶକାଳୀନ ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ଆସନ୍ତା ମେ ୪ରୁ ଗ୍ରୀଷ୍ମକାଳୀନ ଛୁଟି ଆରମ୍ଭ ହେବାକୁ ଯାଉଥିବାବେଳେ ପାଠପଢ଼ା ନେଇ ପ୍ରସ୍ତୁତି କରାଯାଉଛି। ଏଥିପାଇଁ ସ୍ବତନ୍ତ୍ର ପାଠ୍ୟକ୍ରମ ଆରମ୍ଭ କରାଯାଇଛି। ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ନେଇ ଗ୍ରୁପ କରାଯିବ। ପ୍ରତି ଗ୍ରୁପକୁ ଜଣେ ଶିକ୍ଷକ ମନିଟର କରିବେ। ସେମାନେ ଫୋନ୍‌ ମାଧ୍ୟମରେ ଅଭିଭାବକ ଓ ଛାତ୍ରୀଛାତ୍ରଙ୍କ ସହ ଆଲୋଚନା କରିବେ। ଅବକାଶକାଳୀନ ପାଠ୍ୟକ୍ରମ ଅନୁସାରେ କେତେ ପାଠ ପଢୁଛନ୍ତି ସେନେଇ ଶିକ୍ଷକ ତର୍ଜମା କରିବେ। ଛୁଟିଦିନରେ ପିଲାମାନେ ଶିକ୍ଷା ସହ ଜଡିତ ରହି ସମୟ କିପରି ଅପଚୟ ନ କରିବେ, ତାହା ଏହି ଶିକ୍ଷାକ୍ରମର ଉଦ୍ଦେଶ୍ୟ ବୋଲି ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

Share