ନବୀନ ନିବାସ ବୈଠକରେ ବି ପାଣ୍ଡିଆନ ଅନୁପସ୍ଥିତ, ୨ ବିଜେଡି ବିଧାୟକ କହିଲେ…

ଭୁବନେଶ୍ୱର,୫।୬: ବିଜେଡି ପ୍ରଚାରର ମଙ୍ଗ ଧରିଥିଲେ, ହେଲେ ନିର୍ବାଚନ ଫଳାଫଳ ଆସିବା ପରେ କେଉଁଆଡେ ଉଭାନ। ଆମେ କହୁଛୁ ବିଜେଡି ନେତା ଭି କେ ପାଣ୍ଡିଆନଙ୍କ କଥା। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ତାଙ୍କୁ ଦେଖିବାକୁ ମଧ୍ୟ ମିଳୁନାହିଁ। ଏଣୁ ନାନାଦି ଚର୍ଚ୍ଚା ମୁଣ୍ଡ ଟେକିଛି।

ବୁଧବାର ନବୀନ ନିବାସରେ ଦଳୀୟ ନେତାଙ୍କ ବୈଠକ ଅନୁଷ୍ଠିତ ହୋଇଥିଲେ ହେଁ ସେଠାରେ ପାଣ୍ଡିଆନ ନ ଥିଲେ। ଏନେଇ ଗଣମାଧ୍ୟମକୁ ଦୁଇ ବିଧାୟକ ଗଣେଶ୍ୱର ବେହେରା ଏବଂ ଅରୁଣ ସାହୁ ସୂଚନା ଦେଇଛନ୍ତି। ଏମିତିରେ ସେ ଏବେ କେଉଁଠାରେ ଏବଂ ଏଭଳି ଗାଏବ ହେବା ପଛରେ କି କାରଣ ରହିଛି ସେ ନେଇ ଆଲୋଚନା ବଢ଼ିବାରେ ଲାଗିଛି।

Share