ସାଧାରଣ ବ୍ୟକ୍ତି ବି କରିପାରିବେ ଜଗତକୁ ନିୟନ୍ତ୍ରଣ, ଜାଣନ୍ତୁ କେମିତି

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଜୀବନର ଅନେକ ସମସ୍ୟାର ସମାଧାନ କରିବା ସହିତ ଜୀବନ ସହ ଜଡ଼ିତ ମୂଲ୍ୟବୋଧ ବିଷୟରେ ଆଲୋଚନା କରିଛନ୍ତି। ଏଥି ସହିତ ସେ ଅନେକ ଶ୍ଲୋକ ବର୍ଣ୍ଣନା କରିଛନ୍ତି ଏବଂ କହିଛନ୍ତି, ଜଣେ ବ୍ୟକ୍ତି ମଧୁର କଥା କହିବା ସହିତ ସତ୍ୟ କହିବା ଉଚିତ୍‌। ଏଥିସହ ସେ ଏହା ମଧ୍ୟ କହିଛନ୍ତି, କେଉଁ କାମ କରି ଜଣେ ବ୍ୟକ୍ତି ଜଗତକୁ ନିୟନ୍ତ୍ରଣ କରିପାରିବ।

ଏହି ଶ୍ଳୋକରେ ଚାଣକ୍ୟ କହିଛନ୍ତି, ଯଦି ଆପଣ ସମଗ୍ର ବିଶ୍ୱକୁ ବଶିଭୂତ କରିବାକୁ ଚାହୁଁଛନ୍ତି, ତେବେ ମନ୍ଦ କାର୍ଯ୍ୟକୁ ପରିତ୍ୟାଗ କରିବାକୁ ପଡିବ। ଏହାକୁ ତ୍ୟାଗ କଲେ ସମସ୍ତେ ଆପଣଙ୍କୁ ପସନ୍ଦ କରିବା ଆରମ୍ଭ କରିବେ। ବିଶ୍ୱକୁ ନିୟନ୍ତ୍ରଣ କରିବାର ଏକମାତ୍ର ଉପାୟ ହେଉଛି ଯେପରି ଆପଣଙ୍କ କଥାରେ କାହାକୁ କ୍ଷତି ନ ପହଞ୍ଚେ।

ଚାଣକ୍ୟ ଏହି ଶ୍ଳୋକରେ କଥାର ମହତ୍ତ୍ୱ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ, ବସନ୍ତ ଆସିବା ପର୍ଯ୍ୟନ୍ତ କୋଇଲି ଯେପରି ଚୁପ ରହିଥାଏ। ବସନ୍ତ ଆସିଲେ ସମସ୍ତେ ତାର ମଧୁର ସ୍ବର ଶୁଣନ୍ତି। ଯଦି ତୁମେ ମଧୁର କଥା କହିପାରିବ ନାହିଁ, ତେବେ ଚୁପ ରହିବା ଭଲ।

ଆଚାର୍ଯ୍ୟ ଚାଣକ୍ୟ ଏହି ଶ୍ଳୋକରେ କହିଛନ୍ତି ଯେ, ଜଣେ ଲୋଭୀ ବ୍ୟକ୍ତିଙ୍କୁ ଟଙ୍କା ଦ୍ୱାରା ବଶିଭୂତ କରିହେବ। ମାତ୍ର ଯଦି ଜଣେ ପଣ୍ଡିତ କିମ୍ବା ଜ୍ଞାନୀ ବ୍ୟକ୍ତିଙ୍କୁ ବଶିଭୂତ, କରିବାକୁ ଚାହାନ୍ତି ତେବେ ତାଙ୍କ ସାମ୍ନାରେ କେବଳ ସତ୍ୟ କହିବା ଉଚିତ୍‌। ଯଦି ଜଣେ ମୂର୍ଖକୁ ନିୟନ୍ତ୍ରଣ କରିବାକୁ ଚାହୁଁଛ, ତେବେ ସେ ଯେପରି କହୁଛନ୍ତି ଠିକ୍‌ ସେହିପରି କରିବା ଉଚିତ୍‌। ସେ କହିଛନ୍ତି ଯେ, ମୂର୍ଖ ଲୋକମାନେ ମିଥ୍ୟା ପ୍ରଶଂସାରେ ସନ୍ତୁଷ୍ଟ ହୁଅନ୍ତି। ଅହଂକାରୀ ବ୍ୟକ୍ତିଙ୍କୁ ହାତ ଜୋଡି କିମ୍ବା ଉପଯୁକ୍ତ ସମ୍ମାନ ଦେଇ ନିୟନ୍ତ୍ରଣ କରିହେବ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ମିଶିବେ ବିଜେଡି-କଂଗ୍ରେସର ୩୮ ବିଧାୟକ: ସାଂଘାତିକ ଖୁଲାସା କଲେ ଭାଜପା ବିଧାୟକ

ଭଞ୍ଜନଗର,୧୭।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ନିର୍ବାଚନମଣ୍ଡଳୀ ଭାଜପାର ସକ୍ରିୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଗୁରୁବାର ଭଞ୍ଜନଗରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭାଜପା ଘୁମୁସର ସାଂଗଠନିକ ଜିଲା ସଭାପତି...

ଜବରଦସ୍ତ ସ୍କୁଟର ଲଞ୍ଜ କଲା Honda,ମନ ଜିଣିବ ଆଡଭାନ୍ସ ଫିଚର୍‌

ନୂଆଦିଲ୍ଲୀ,୧୭।୪: ହୋଣ୍ଡା ମୋଟରସାଇକେଲ ଏବଂ ସ୍କୁଟର ଇଣ୍ଡିଆ (HMSI) ଭାରତୀୟ ବଜାରରେ ୨୦୨୫ Dio ଲଞ୍ଚ କରିଛି। ଅପଡେଟ୍‌ ହୋଇଥିବା ସ୍କୁଟରଟି କସମେଟିକ୍‌ ପରିବର୍ତ୍ତନ, OBD୨...

UGC NET June 2025 ପାଇଁ ଆବେଦନ ଆରମ୍ଭ, ଜାଣନ୍ତୁ କେବେ ହେବ ପରୀକ୍ଷା, ଶେଷ ତାରିଖ…

ନୂଆଦିଲ୍ଲୀ,୧୭।୪: ଏନ୍‌ଟିଏ ଜୁନ ୨୦୨୫ ରେ UGC NET ର ବିଜ୍ଞପ୍ତି ପ୍ରକାଶ କରିଛି। ଏହା ସହିତ ଆବେଦନ ପୋର୍ଟାଲ ମଧ୍ୟ ଖୋଲିଛି। ପ୍ରାର୍ଥୀମାନେ ୧୬...

ବଡ଼ ନିଷ୍ପତ୍ତି: ପ୍ରଥମରୁ ୫ମ ଶ୍ରେଣୀ ଯାଏ ହିନ୍ଦୀ ଭାଷା ବାଧ୍ୟତାମୂଳକ; ଜାତୀୟ ଶିକ୍ଷା ନୀତି ଲାଗୁ

ମୁମ୍ବାଇ,୧୭।୪: ମହାରାଷ୍ଟ୍ର ସରକାର ୨୦୨୫-୨୬ ଶିକ୍ଷାବର୍ଷରୁ ଜାତୀୟ ଶିକ୍ଷା ନୀତି (NEP) ୨୦୨୦ କାର୍ଯ୍ୟକାରୀ କରିବା ପାଇଁ ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହି...

ସ୍ବାସ୍ଥ୍ୟମନ୍ତ୍ରୀ ବାଣ୍ଟିଲେ ଆୟୁଷ୍ମାନ କାର୍ଡ: ହିତାଧିକାରୀଙ୍କ ଘରେ ଚା ପିଇଲେ

ଅତାବିରା, ୧୭।୪(ଯୁଧିଷ୍ଠିର ମହାପାତ୍ର): ବରଗଡ ଜିଲା ଅତାବିରାକୁ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ପହଞ୍ଚି ଆଜି ପୂର୍ବାହ୍ନରେ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ ସହିତ ଆୟୁଷ୍ମାନ ଭାରତ...

‘ଆମେ ହିନ୍ଦୁମାନଙ୍କଠାରୁ ଭିନ୍ନ’: ସୈନିକମାନଙ୍କୁ ଏପରି ଆହ୍ୱାନ ଦେଲେ ପାକିସ୍ତାନ ସେନା ମୁଖ୍ୟ

ନୂଆଦିଲ୍ଲୀ,୧୭।୫: ପାକିସ୍ତାନର ସେନା ମୁଖ୍ୟ ଜେନେରାଲ ଆସିମ ମୁନିର, ସେନା ପ୍ରତିଷ୍ଠାନର ପୁରୁଣା ଭାବନାକୁ ପୁନରାବୃତ୍ତି କରି, ପାକିସ୍ତାନୀମାନଙ୍କୁ ସେମାନଙ୍କ ପିଲାମାନଙ୍କୁ “ହିନ୍ଦୁ ଓ ମୁସଲମାନମାନଙ୍କ...

ଭଡ଼ାରେ ରହୁଥିବା ଯୁବତୀଙ୍କ ପ୍ରେମରେ ପଡ଼ିଥିଲେ ଏହି ଭାରତୀୟ ଷ୍ଟାର କ୍ରିକେଟର; ମାତ୍ର ୧୩ ବର୍ଷ ବୟସରୁ ଦୌଡ଼ିଥିଲା ପ୍ରେମର ଗାଡ଼ି…

ନୂଆଦିଲ୍ଲୀ,୧୭।୪: ଜଣଙ୍କୁ ୧୧ ବର୍ଷ ତ ଆର ଜଣଙ୍କୁ ୧୩। ହଁ, ଏହି ବୟସରେ ଉଭୟ ପରସ୍ପରକୁ ଜାଣିଥିଲେ, ପ୍ରଥମ ଥର ପାଇଁ ପରସ୍ପରକୁ ଦେଖିଲେ।...

ବ୍ୟାଙ୍କକୁ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ, କ୍ୟାଶିୟର ଭାବେ କାମ କରୁଥିବା ଚପରାସୀଙ୍କୁ ମିଳିବ ଅଧିକ ଦରମା

ଭୁବନେଶ୍ୱର,୧୭।୫: ଓଡ଼ିଶା ହାଇକୋର୍ଟ ପୁରୀ-ନିମାପଡ଼ା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଲିମିଟେଡକୁ ଜଣେ ୫୪ ବର୍ଷୀୟ ମହିଳାଙ୍କୁ ଉଚ୍ଚ ଦରମା ସୁବିଧା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image