Categories: ଜାତୀୟ

ତାଙ୍କ ବାପା ବି ମୋତେ ଗିରଫ କରିପାରିବ ନାହିଁ : ରାମଦେବ

ଡେରାଡୁନ, ୨୭।୫: ଏଲୋପାଥି ଓ ଆଧୁନିକ ମେଡିସିନ ଉପରେ ଅପମାନଜନକ ମନ୍ତବ୍ୟ ଦେଇଥିବା ଯୋଗଗୁରୁ ରାମଦେବଙ୍କ ଆଉ ଏକ ବିବାଦୀୟ ଭିଡିଓ ଭାଇରାଲ ହୋଇଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ‘ତାଙ୍କ ବାପା ବି ସ୍ବାମୀ ରାମଦେବଙ୍କୁ ଗିରଫ କରିପାରିବେ ନାହିଁ’ ବୋଲି କହିଛନ୍ତି।

ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ ହେଉଛି ‘ରାମଦେବଙ୍କୁ ଗିରଫ କର’। ଏହାକୁ ଚ୍ୟାଲେଞ୍ଜ କରି ରାମଦେବ କହିଛନ୍ତି, ସେମାନେ କେବଳ କୋଳାହଳ ସୃଷ୍ଟି କରୁଛନ୍ତି। ସେମାନେ ଠକ ରାମଦେବ, ମହାଠକ ରାମଦେବ, ରାମଦେବଙ୍କୁ ଗିରଫ କର ଭଳି ଟ୍ରେଣ୍ଡ ସୃଷ୍ଟି କରନ୍ତି। ସ୍ବାମୀ ରାମଦେବଙ୍କୁ ତାଙ୍କ ବାପା ମଧ୍ୟ ଗିରଫ କରିପାରିବ ନାହିଁ।

ଦେଶର ବୃହତମ କଞ୍ଜୁମର ଗୁଡ୍ସ ଓ ବିକଳ୍ପ ମେଡିସିନ ଏମ୍ପାୟର୍ସର ପ୍ରମୁଖ ରାମଦେବ ନିକଟରେ କରୋନା ମହାମାରୀ ସମୟରେ ଚିକିତ୍ସା ଓ ଅକ୍ସିଜେନ ଅଭାବ ଯୋଗୁ ହୋଇଥିବା ମୃତ୍ୟୁ ସଂଖ୍ୟାଠାରୁ ଏଲୋପାଥିକ ମେସିଡିସନ କାରଣରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ମନ୍ତବ୍ୟ ଦେଇଥିଲେ। ଏଲୋପାଥିକୁ ମୂର୍ଖ ଓ ଦେବାଳିଆ ବିଜ୍ଞାନ କହିଥିଲେ। ଏହି କାରଣରୁ ତାଙ୍କୁ ଖୁବ୍‌ ସମାଲୋଚିତ ହେବାକୁ ପଡ଼ିଥିଲା। ପୂରା ଦେଶର ଡାକ୍ତରମାନେ ଏହାକୁ ବିରୋଧ କରିବା ପରେ ରାମଦେବ ନିଜ ମନ୍ତବ୍ୟରୁ ଓହରି ଯାଇଥିଲେ।

Share