ବିଗ୍‌ ବିଙ୍କ ପୁଅ ହୋଇ ବି କରିଥିଲେ ସଂଘର୍ଷ…

ମୁମ୍ବାଇ,୫।୨: ବଲିଉଡ ଷ୍ଟାର ଅଭିଷେକ ବଚ୍ଚନଙ୍କୁ ଶୁକ୍ରବାର ୪୫ ବର୍ଷ ପୂରଣ ହୋଇଛି। ରେ ପଦାର୍ପଣ କରିଛନ୍ତି। ୧୯୭୬ ଫେବୃୟାରୀ ୫ରେ ସେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ପୁଅ ହେଲେ ମଧ୍ୟ ତାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ସଫଳତା ପାଇଁ ଅନେକ ସଂଘର୍ଷ କରିବାକୁ ପଡ଼ିଥିଲା। ୨୦୦୦ରେ ସେ ଜେପି ଦତ୍ତାଙ୍କ ଫିଲ୍ମ ରିଫ୍ୟୁଜିରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ତେବେ ୨୦୦୪ରେ ଆକ୍ସନ ଫିଲ୍ମ ଧୁମ୍‌ ଏବଂ ରନ୍‌ରେ ତାଙ୍କୁ ବ୍ୟବସାୟିକ ସଫଳତା ମିଳିଥିଲା। ୨୦୧୪ରେ ତାଙ୍କ ଅଭିନୀତ ହାପି ନ୍ୟୁ ଇୟରକୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ। ୨୦୦୭ରେ ଫିଲ୍ମ ଗୁରୁରେ ଅଭିଷେକଙ୍କ ସହିତ ଐଶ୍ଚର୍ଯ୍ୟା ରାୟ ବଚ୍ଚନ ସ୍କ୍ରିନ ଶେୟାର କରିଥିଲେ। ଏହି ଫିଲ୍ମର ଶୁଟିଂ ସେଟରୁ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ଅଭିଷେକ ଐଶ୍ଚର୍ଯ୍ୟାଙ୍କୁ ଏକ ନକଲି ହୀରା ମୁଦି ଦେଇ ପ୍ରପୋଜ କରି କହି ଥିଲେ ‘ମୁଝେ୍‌ସେ ଶାଦି କରୋଗୀ’। ଏହାପରେ ଦୁହିଁଙ୍କ ବିବାହ ହୋଇଥିଲା।

Share