ସଞ୍ଜୟଙ୍କ ଏକ ଝିଅ ଥାଇ ସୁଦ୍ଧା ତାଙ୍କ ପ୍ରେମରେ ପାଗଳ ଥିଲେ ମାଧୁରୀ, କାହିଁକି ଭାଙ୍ଗିଲା ସମ୍ପର୍କ

ବଲିଉଡ୍‌ରେ ଅନେକ ଯୋଡି ସଫଳ ହୋଇଥିଲେ ସୁଦ୍ଧା ବାସ୍ତବ ଜୀବନରେ ସେମାନଙ୍କ ପ୍ରେମ କାହାଣୀ ବିଫଳ ହୋଇଯାଇଛି। ସେହି ଯୋଡିଙ୍କ ମଧ୍ୟରୁ ସଞ୍ଜୟ ଦତ୍ତ ଏବଂ ମାଧୁରୀ ଦୀକ୍ଷିତ ଅନ୍ୟତମ। ଏକାଠି ସେଟ୍‌ରେ କାମ କରିବାବେଳେ ସେମାନେ ପରସ୍ପରକୁ ଭଲ ପାଉଥିଲେ। ଏହି ସମ୍ପର୍କ ବିବାହରେ ପହଞ୍ଚିବାକୁ ଯାଉଥିବା ବେଳେ ଦୁହେଁ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ। ପରେ ଉଭୟ ପରସ୍ପର ମୁହଁକୁ ଚାହିଁ ନ ଥିଲେ। ତେବେ ଏପରି କ’ଣ ଘଟିଥିଲା ଯାହା ସେମାନଙ୍କ ପ୍ରେମ ସମ୍ପର୍କକୁ ଭାଙ୍ଗି ଦେଇଥିଲା ଜାଣନ୍ତୁ ସେ ସମ୍ପର୍କରେ…

ସଞ୍ଜୟ ଏବଂ ମାଧୁରୀ ‘ସାଜନ’, ‘ଥାନେଦାର’, ‘କାନୁନ ଅପନା ଅପନା’ ଫିଲ୍ମରେ ଏକାଠି କାମ କରିଥିଲେ। ୧୯୯୧ରେ ‘ସାଜନର’ ଶୁଟିଂ ସମୟରେ ସଞ୍ଜୟ ଏବଂ ମାଧୁରୀ ନିକଟତର ହୋଇଥିଲେ । ଫିଲ୍ମ ‘ଖଳନାୟକ’ ସମୟରେ ଉଭୟ ପରସ୍ପରକୁ ଭଲ ପାଉଥିଲେ। ଏପରିକି ସେଟେ୍‌ରେ ଦୁହେଁ ପରସ୍ପର ସହିତ ଅଧିକରୁ ଅଧିକ ସମୟ ବିତାଇବା ଆରମ୍ଭ କରିଥିଲେ।

ସଞ୍ଜୟ ଦତ୍ତ ପୂର୍ବରୁ ବିବାହିତ ଥିଲେ ଏବଂ ତାଙ୍କର ଏକ ଝିଅ ଥିଲେ। ଏସବୁ ଜାଣିବା ପରେ ମଧ୍ୟ ମାଧୁରୀ ସଞ୍ଜୟ ଦତ୍ତଙ୍କୁ ବହୁତ ଭଲ ପାଉଥିଲେ। ଯେତେବେଳେ ମାଧୁରୀଙ୍କ ପରିବାର ଏହି ବିଷୟରେ ଜାଣିଲେ, ସେମାନେ ଏହି ସମ୍ପର୍କକୁ ବିରୋଧ କଲେ। କିନ୍ତୁ ଏହା ସତ୍ତ୍ୱେ ସେ ପରିବାର ବିରୋଧରେ ଯିବାକୁ ରାଜି ଥିଲେ।

୧୯୯୩ରେ ମୁମ୍ବାଇରେ ଏକ ବୋମା ବିସ୍ଫୋରଣ ହୋଇଥିଲା ଯେଉଁଥିରେ ଅନେକ ଲୋକ ପ୍ରାଣ ହରାଇଥିଲେ। ଏହି ବିସ୍ଫୋରଣରେ ସଞ୍ଜୟଙ୍କ ନାମ ଆସିଥିଲା। ଏହି ଘଟଣା ପରେ ମାଧୁରୀ ନିଜେ ସଞ୍ଜୟଙ୍କ ସହ ସମ୍ପର୍କ ଶେଷ କରିଥିଲେ। କୁହାଯାଏ ଯେ ଯେତେବେଳେ ସଞ୍ଜୟ ମାଧୁରୀଙ୍କୁ ଜେଲରେ ଥାଇ ଫୋନ କରିଥିଲେ ମାଧୁରୀ ତାଙ୍କ ଫୋନକୁ ଫିଙ୍ଗି ଦେଇଥିଲେ।

Share