Categories: ଫୁରସତ

ଯାଆଁଳା ହୋଇ ମଧ୍ୟ ଉଚ୍ଚତା ଭିନ୍ନ

ଟୋକିଓ: ମା’ ଗର୍ଭରୁ ଏକାସାଙ୍ଗରେ ଜନ୍ମିତ ଶିଶୁଙ୍କୁ ଯାଆଁଳା ବୋଲି କୁହାଯାଏ। ସେମାନେ ଦେଖିବାକୁ ମଧ୍ୟ ଏକାଭଳି ହୋଇଥାନ୍ତି। ହେଲେ କିଛି କ୍ଷେତ୍ରରେ ଏକାସାଙ୍ଗରେ ଜନ୍ମ ହୋଇଥିଲେ ମଧ୍ୟ ଦେଖିବାକୁ ଏକାଭଳି ହୋଇ ନ ଥାନ୍ତି। କେବଳ ସେମାନଙ୍କୁ ଟୁଇନ୍ସ କୁହାଯାଏ। ଜାପାନରେ ୨ ଭଉଣୀ ଏକ ସମୟରେ ଜନ୍ମ ହୋଇଥିଲେ ମଧ୍ୟ ସେମାନଙ୍କ ଉଚ୍ଚତା ସମ୍ପୂର୍ଣ୍ଣ ଭିନ୍ନ। ଦୁହିଙ୍କର ଏପରି ଉଚ୍ଚତା ଅସମାନତା ଯୋଗୁ ସେମାନେ ଗିନିଜ୍‌ ୱାଲର୍‌ଡ ରେକର୍ଡ ହାସଲ କରିଛନ୍ତି। ନିକଟରେ ଗିନିଜ୍‌ ବୁକ୍‌ ଅଫ୍‌ ୱାଲର୍‌ଡ ରେକର୍ଡ ତା’ ଟୁଇଟର ପେଜ୍‌ରେ ଏନେଇ ଏକ ଭିଡିଓ ଜାରି କରିଛି। ରିପୋର୍ଟ ମୁତାବକ, ୟୋଶି ଏବଂ ମିଶି ଜାପାନର ଓକାୟାମା ସହରରେ ରୁହନ୍ତି। ଦୁହିଙ୍କ ଜନ୍ମ ୧୯୮୯ରେ ଏକାସାଙ୍ଗରେ ହୋଇଥିଲେ ମଧ୍ୟ ଦୁହେଁ ପରସ୍ପରଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଜଣଙ୍କର ଉଚ୍ଚତା ୫ ଫୁଟ ୪ ଇଞ୍ଚ ହୋଇଥିବାବେଳେ ଅନ୍ୟ ଜଣେ ୨ ଫୁଟ ୧୦.୫ ଇଞ୍ଚ ଉଚ୍ଚତାର। ସେମାନଙ୍କ ଉଚ୍ଚତା ବ୍ୟବଧାନ ୨ ଫୁଟ ୫.୫. ଇଞ୍ଚ ହୋଇଥିବାରୁ ସେମାନଙ୍କ ନାମ ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡରେ ସାମିଲ କରାଯାଇଛି।

Share