ଆଜି ବି ବିଫଳତାକୁ ନେଇ କାନ୍ଦନ୍ତି ପ୍ରିୟଙ୍କା

ବଲିଉଡ୍‌ ପରେ ହଲିଉଡ୍‌ରେ ନିଜ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ପ୍ରିୟଙ୍କା ଚୋପ୍ରା ଜୀବନରେ ଅନେକ ସଫଳତା ପାଇଛନ୍ତି। ଏହି ସଫଳତା ଭିତରେ ବେଳେବେଳେ ତାଙ୍କୁ ବିଫଳତାର ସ୍ବାଦ ମଧ୍ୟ ଚାଖିବାକୁ ପଡିଛି। ଅଭିନୟ ମାଧ୍ୟମରେ କୋଟି କୋଟି ଲୋକଙ୍କ ଦୃଦୟ ଜିତିଥିବା ପିସି ଆଜି ବି ବିଫଳତା ପାଇଲେ କାନ୍ଦନ୍ତି।
ଏକ ସାକ୍ଷାତକାରରେ ପ୍ରିୟଙ୍କା କହିଛନ୍ତି ଯେ, ବର୍ତ୍ତମାନ ଜୀବନ ଏବଂ ବିଫଳତା ଦେଖିବାର ଦୃଷ୍ଟିକୋଣ ବହୁତ ବଦଳିଛି। ମୁଁ ମୋର ବିଫଳତା ଉପରେ ଧ୍ୟାନ ଦିଏ ନାହିଁ। ଜୀବନର ଏକା ଏକ ଅଂଶ। କିନ୍ତୁ ବେଳେବେଳେ ବିଫଳତା ମୋ କଷ୍ଟ ଦିଏ। ଏଥିପାଇଁ ମୁଁ କାନ୍ଦେ ମଧ୍ୟ। କିନ୍ତୁ ବିଫଳତାକୁ ସଙ୍ଗେ ସଙ୍ଗେ ଭୁଲିଯିବାକୁ ସବୁବେଳେ ପ୍ରୟାସ କରେ। ଏଥିରେ ସଫଳ ମଧ୍ୟ ହୁଏ।ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନାସ ଚଳିତ ବର୍ଷ ଜାନୁୟାରୀରେ ସରୋଗେସି ମାଧ୍ୟମରେ ମାତାପିତା ହୋଇଛନ୍ତି। ଉଭୟ ୨୦୧୮ରେ ଯୋଧପୁରର ବିବାହ କରିଥିଲେ।
ପ୍ରିୟଙ୍କା ଚୋପ୍ରା ଖୁବ ଶୀଘ୍ର ହଲିଉଡ ଫିଲ୍ମ ‘ଇଟସ ଅଲ କମ ବ୍ୟାକ ଟୁ ମି’ରେ ନଜର ଆସିବେ। ଏଥିସହ ତାଙ୍କୁ ଖୁବଶୀଘ୍ର ବଲିଉଡ ୱେବ ସିରିଜ ସିଟାଡେଲରେ ଦେଖିବାକୁ ମିଳିବ। ଏହାର ଶୁଟିଂ ସେ ଶେଷ କରିଛନ୍ତି।

Share