ଆଜି ବି ୬ ହଜାର ଉପରେ ରହିଛି ଆକ୍ରାନ୍ତଙ୍କ ସଂଖ୍ୟା: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୨୯।୪(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁଛି। ଗୁରୁବାର ରାଜ୍ୟରେ ୬୯୯୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅପରପକ୍ଷେ, ଲଗାତାର କିଛି ଦିନ ଧରି ଖୋର୍ଦ୍ଧା ଜିଲାରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଆଜି ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୯୧୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବଲାଙ୍ଗିର ଜିଲାରୁ ୨୩୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ନୂଆପଡ଼ାରୁ ୪୨୦, ସୁନ୍ଦରଗଡ଼ରୁ ୪୭୪, ଝାରସୁଗୁଡ଼ାରୁ ୩୯୬, ବରଗଡ଼ରୁ ୩୩୦, କଳାହାଣ୍ଡି ଜିଲାରୁ ୨୯୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କେନ୍ଦୁଝର ଜିଲାରୁ ୧୬୦, ଅନୁଗୋଳ ଜିଲାରୁ ୩୨୫, ପୁରୀରୁ ୨୮୮, ଗଞ୍ଜାମରୁ ୧୨୮, ନବରଙ୍ଗପୁରରୁ ୨୫୫, କଟକରୁ ୫୧୭, ସମ୍ବଲପୁରରୁ ୩୨୩, ମୟୂରଭଞ୍ଜରୁ ୩୦୮, ନୟାଗଡ଼ରୁ ୧୨୧, ଯାଜପୁରରୁ ୨୨୬, ରାୟଗଡ଼ାରୁ ୧୮୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗଜପତି ଜିଲାରୁ ୧୨୧, କୋରାପୁଟ ଜିଲାରୁ ୫୭, ସୁବର୍ଣ୍ଣପୁରରୁ ୧୩୧, ଷ୍ଟେଟ ପୁଲ- ୧୮୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୩୫ ହଜାର ୫୧୩କୁ ବୃଦ୍ଧି ପାଇଛି। ଆକ୍ଟିଭ ୫୭୭୧୦ ଥିବା ବେଳେ ସୁସ୍ଥ ହେଲେଣି ୩ ଲକ୍ଷ ୭୫ ହଜାର ୭୨୧। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

 

 

Share