ପରିବର୍ତ୍ତିତ ଜୀବନ ଶୈଳୀରେ ଖାଦ୍ୟପେୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ ମେଦବହୁଳତା ଦେଖାଦେଇଥାଏ। ଏଥିରୁ ଦୂରେଇ ରହିବା ପାଇଁ କିଛି ଲୋକ ଡାଏଟିଂ କରିଥାନ୍ତି। ତେବେ ଡାଏଟିଂ ନ କରି ପ୍ରତିଦିନ ଥଣ୍ଡା ପାଣିରେ ଗାଧୋଇଲେ ମେଦବହୁଳତା ସମସ୍ୟା ଦୂର ହେବା ସହିତ ଜଣେ ସହଜରେ ସ୍ଲିମ୍ ହୋଇପାରିବେ ବୋଲି ଆମେରିକାନ ହାର୍ଟ ଆସୋସିଏଶନ୍ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି। ଥଣ୍ଡାପାଣିରେ ଗାଧୋଇବା ଏକ ବାୟୋକେମିକାଲ ପ୍ରକ୍ରିୟା। ଶରୀରରେ ଦୁଇ ପ୍ରକାରର ଚର୍ବି ରହିଥାଏ । ପ୍ରଥମଟି ହ୍ବାଇଟ୍ ଫ୍ୟାଟ୍ ଓ ଦ୍ୱିତୀୟ ହେଉଛି ବ୍ରାଉନ୍ ଫ୍ୟାଟ୍ । ହ୍ବାଇଟ୍ ଫ୍ୟାଟ୍ର ଶରୀରରେ କୌଣସି ଆବଶ୍ୟକତା ନ ଥାଏ । ଆବଶ୍ୟକତାଠାରୁ ଅଧିକ କ୍ୟାଲୋରୀ ଗ୍ରହଣ କଲେ ଶରୀରରେ ହ୍ବାଇଟ୍ ଫ୍ୟାଟ୍ ଜମା ହୋଇଥାଏ । ଏହା ଶରୀରର ଅଣ୍ଟା, ପିଠି, ପେଟ କିମ୍ବା ଗଳାରେ ଜମିଯାଇଥାଏ। ଅନ୍ୟପକ୍ଷରେ ବ୍ରାଉନ୍ ଫ୍ୟାଟ୍ ଶରୀର ପାଇଁ ଉପଯୋଗୀ। ଏହା ଶରୀରରେ ଉତ୍ତାପ ସୃଷ୍ଟି କରିଥାଏ। ଏହି ଫ୍ୟାଟ୍ ଯୋଗୁ ଶରୀର ଉଷୁମ ରହିଥାଏ । ଶୀତ ଲାଗିଲେ ବ୍ରାଉନ୍ ଫ୍ୟାଟ୍ ସକ୍ରିୟ ହୁଏ। ଥଣ୍ଡାପାଣିରେ ଗାଧୋଇଲେ ଶରୀରରେ ଜମା ହୋଇ ରହିଥିବା ହ୍ବାଇଟ୍ ଫ୍ୟାଟ୍ର ବିଘଟନ ଆରମ୍ଭ ହୁଏ ଫଳରେ ଧୀରେ ଧୀରେ ମେଦବହୁଳତାରୁ ମୁକ୍ତି ମିଳିଥାଏ ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି।