Posted inଜାତୀୟ

ବିଶ୍ୱରେ ପ୍ରତି ୧୩ ମିନିଟ୍‌ରେ ଜଣେ ପିଲା ହତ୍ୟାର ଶିକାର

ନୂଆଦିଲ୍ଲୀ,୯ା୧୧:ବିଶ୍ୱର ୧ ବିଲିୟନ୍‌ (୧୦୦ କୋଟି)ରୁ ଊର୍ଦ୍ଧ୍ୱ ଶିଶୁ ବିଭିନ୍ନ ପ୍ରକାର ହିଂସା ଦ୍ୱାରା ପ୍ରଭାବିତ। ପିଲାମାନେ ବିଶେଷକରି ଦୁର୍ବ୍ୟବହାର, ଠକେଇ, ଶାରୀରିକ ଓ ମାନସିକ ନିର୍ଯାତନା, ଯୌନ ହିଂସା ପୀଡ଼ିତ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ)ର ଏକ ସଦ୍ୟ ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ ଗୁରୁବାର ପ୍ରକାଶିତ ରିପୋର୍ଟ ଅନୁସାରେ ପ୍ରତି ୧୩ ମିନିଟ୍‌ରେ ଜଣେ ଶିଶୁ କିମ୍ବା କିଶୋର ହତ୍ୟାର ଶିକାର ହେଉଛନ୍ତି। ଏଭଳି ଭାବେ ବର୍ଷକୁ ପ୍ରାୟ ୪୦,୦୦୦ ପିଲାଙ୍କୁ ହତ୍ୟା କରାଯାଉଛି। ହିଂସା ପ୍ରଭାବିତ ପିଲାଙ୍କ ମଧ୍ୟରୁ ମାତ୍ର ଅଧା ସେମାନଙ୍କ ସହ ବିତିଥିବା ଘଟଣା ସମ୍ପର୍କରେ ମୁହଁ ଖୋଲି ତିକ୍ତ ଅନୁଭୂତି ବଖାଣିପାରନ୍ତି। ମାତ୍ର ୧୦% ପିଲାଙ୍କୁ ସହାୟତା ମିଳିଥାଏ ବୋଲି ଏଥିରେ ଦର୍ଶାଯାଇଛି।
ଡବ୍ଲ୍ୟୁଏଚ୍‌ଓ ରିପୋର୍ଟରେ ଆହୁରି କୁହାଯାଇଛି ଯେ, ପ୍ରତି ୧୦ ଶିଶୁଙ୍କ ମଧ୍ୟରୁ ୯ ଜଣ ଏବେ ମଧ୍ୟ ଏଭଳି ଦେଶଗୁଡ଼ିକରେ ବସବାସ କରୁଛନ୍ତି, ଯେଉଁଠି ଶାରୀରିକ ଦଣ୍ଡ, ଯୌନ ଉତ୍ପୀଡ଼ନ ଭଳି ଶିଶୁ ବିରୋଧୀ ହିଂସାକୁ ଆଇନତଃ ନିଷିଦ୍ଧ କରାଯାଇ ନାହିଁ। ସମସ୍ତ ପିଲାଙ୍କ ମଧ୍ୟରୁ ଅର୍ଦ୍ଧାଧିକଙ୍କ ବୟସ ୨ରୁ ୧୭ ବର୍ଷ ହେବ। ଏହି ବୟସର ୧୦୦ କୋଟିରୁ ଅଧିକ ପିଲା ପ୍ରତିବର୍ଷ ବିଭିନ୍ନ ପ୍ରକାର ହିଂସାର ସମ୍ମୁଖୀନ ହେଉଛନ୍ତି। ଏଥିଯୋଗୁ ସେମାନଙ୍କଠାରେ ଉଦାସୀନତା, ଅବସାଦ, ଅସୁରକ୍ଷିତ ଯୌନକ୍ରିୟା ଭଳି ବିପଦପୂର୍ଣ୍ଣ ବ୍ୟବହାର, ଧୂମପାନ ଓ ଶିକ୍ଷାରେ ଅବନତି ଦେଖିବାକୁ ମିଳୁଛି।
ଶାରୀରିକ ଦଣ୍ଡ ଭଳି ହିଂସା ବଢ଼ିବାରେ ଲାଗିଥିବାରୁ ଏଥିରେ ରୋକ ଲଗାଇବା ପାଇଁ କଲମ୍ବିଆର ବୋଗୋଟାରେ ଗୁରୁବାର ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ୧୦୦ରୁ ଅଧିକ ସରକାର ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି। ପ୍ରତି ୫ ପିଲାଙ୍କ ମଧ୍ୟରୁ ୩ ଜଣ ନିଜ ଘରେ ନିୟମିତ ଭାବେ ଶାରୀରିକ ହିଂସାର ଶିକାର ହେଉଥିବାରୁ ୯ ସରକାର ଏଭଳି ଦଣ୍ଡକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବେ ବୋଲି ସ୍ପଷ୍ଟ କରିଛନ୍ତି।
ଡବ୍ଲ୍ୟୁଏଚ୍‌ଓ ମହାନିର୍ଦ୍ଦେଶକ ଟେଡ୍ରୋସ୍‌ ଅଧନୋମ୍‌ ଘେବ୍ରେୟେସସ୍‌ କହିଛନ୍ତି, ଏଭଳି ହିଂସା ନିବାରଣଯୋଗ୍ୟ। ଏହାସତ୍ତ୍ୱେ ବିଶ୍ୱରେ ଅନେକ ନିୟୁତ ଶିଶୁ ଏହାର ଶିକାର ହେବା ଦୁର୍ଭାଗ୍ୟଜନକ। ଆଜି ଦେଶଗୁଡ଼ିକ ଏକ ଗୁରୁତ୍ୱପୂର୍ଣ୍ଣ ଶପଥ ନେଇଛନ୍ତି। ହିଂସା ନିବାରଣ ଆଇନ ପ୍ରଣୟନ ହେଲେ ଏହାକୁ ରୋକାଯାଇପାରିବ। ପରିବାରଗୁଡ଼ିକୁ ଜୀବନ-ପରିବର୍ତ୍ତନକାରୀ ସହଯୋଗଠାରୁ ନେଇ ସ୍କୁଲଗୁଡ଼ିକୁ ସୁରକ୍ଷିତ କରିବା ଓ ଅନ୍‌ଲାଇନ୍‌ ଉତ୍ପୀଡ଼ନରୁ ପିଲାଙ୍କୁ ସୁରକ୍ଷା ଦେବା ପର୍ଯ୍ୟନ୍ତ ପଦକ୍ଷେପକୁ ଗୁରୁତ୍ୱ ଦିଆଯିବା ଉଚିତ ବୋଲି ଘେବ୍ରେୟେସସ୍‌ ମତ ଦେଇଛନ୍ତି। ପ୍ରତି ୫ ପିଲାଙ୍କ ମଧ୍ୟରୁ ୩ ଜଣ ନିଜ ଘରେ ଶାରୀରିକ ଦଣ୍ଡ ପାଉଛନ୍ତି। ସେହିପରି ପ୍ରତି ୫ ଝିଅଙ୍କ ମଧ୍ୟରୁ ଜଣେ ଏବଂ ୭ ପୁଅଙ୍କ ମଧ୍ୟରୁ ଜଣେ ଯୌନ ହିଂସାର ଶିକାର ହେଉଛନ୍ତି। ୨୫ରୁ ୫୦ ପ୍ରତିଶତ ପିଲା ଠକେଇର ଶିକାର ହେଉଛନ୍ତି। ଏଭଳି ହିଂସା ପିଲାମାନଙ୍କ ସ୍ବାସ୍ଥ୍ୟ ଉପରେ ଦୀର୍ଘକାଳୀନ ନକାରାମତ୍କ ପ୍ରଭାବ ପକାଉଛି। ଗବେଷଣାରୁ ଆହୁରି ଜଣାପଡ଼ିଛି, ଦେଶଗୁଡ଼ିକ ଉପଯୁକ୍ତ ରଣନୀତି ଆପଣାଇ ତାକୁ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟକାରୀ କଲେ ପିଲାଙ୍କ ବିରୋଧରେ ହିଂସାକୁ ୨୦ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ଏଡ଼ାଯାଇପାରିବ ବୋଲ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଜାରି ରିପୋର୍ଟରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ

ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) :  ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...

ୱାଙ୍ଖଡେ ଷ୍ଟାଡିୟମ୍‌ରେ କିମ୍ବଦନ୍ତି ତାରକା, ମେସିଙ୍କୁ ୧୦ ନଂ ଜର୍ସି ଉପହାର ଦେଲେ ସଚିନ

ନୂଆଦିଲ୍ଲୀ,୧୪।୧୨: ଆଜି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ଏବଂ ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସିଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଦୁଇ କିମ୍ବଦନ୍ତୀ ଜର୍ସି...

ଶିଶୁ ମନ୍ଦିରରେ ରକ୍ତଦାନ ଶିବିର, ୯୬ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୧୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶ୍ରୀଧାମ ଆବାସିକ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ...

୮ମ ବେତନ କମିଶନ ଭାର ସମ୍ଭାଳିବ ଭାରତୀୟ ରେଳବାଇ, ଖର୍ଚ୍ଚ କାଟିବାକୁ ସରକାରଙ୍କ ଅଭିଯାନ ଆରମ୍ଭ

ନୂଆଦିଲ୍ଲୀ,୧୪।୧୨: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ୮ମ କେନ୍ଦ୍ରୀୟ ବେତନ କମିଶନ ଲାଗୁ ହେବା ପୂର୍ବରୁ, ବୃଦ୍ଧି ହେବାକୁ ଥିବା ଦରମା ଓ ପେନ୍‌ସନ୍ ଭାରକୁ...

ପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସରେ ଭଙ୍ଗାରୁଜା, ଏକାଧିକ ଆହତ ସୂଚନା

ଧର୍ମଶାଳା,୧୪।୧୨(ଶିବପ୍ରସାଦ ମହାନ୍ତି): ଧର୍ମଶାଳାରେ ପୁଣିଥରେ ହିଂସା ଦେଖିବାକୁ ମିଳିଛି । ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା କରାଯାଇଥିବା ସୂଚନା ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri