Categories: ଜାତୀୟ

ମରାଠଓ୍ବାଡାରେ ୫ ମାସରେ ୩୯୧ କୃଷକ କଲେଣି ଆତ୍ମହତ୍ୟା

ମୁମ୍ବାଇ,୧୮।୬: ମହାରାଷ୍ଟ୍ରର ମରାଠୱାଡା ଠାରେ କୃଷକ ଆତ୍ମହତ୍ୟା ଥମିବାର ନାଁ ନେଉନାହିଁ। ବର୍ତ୍ତମାନ ଏକ ଆଶ୍ଚର୍ଯ୍ୟଜନକ ଆକଳନ ସାମ୍ନାକୁ ଆସିଛି , ଯେ ହାରାହାରି ତିନିଜଣ କୃଷକ ପ୍ରତିଦିନ ଆତ୍ମହତ୍ୟା କରୁଛନ୍ତି।ଗତ ପାଞ୍ଚ ମାସ ମଧ୍ୟରେ ମରାଠୱାଡାରେ ୩୯୧କୃଷକ ଆତ୍ମହତ୍ୟା କରିଛନ୍ତି।
ଗତ କିଛି ଦିନ ହେବ ମରାଠୱାଡାରେ କୃଷକଙ୍କ ଆତ୍ମହତ୍ୟାରେ ବୃଦ୍ଧି ଘଟିଛି। ବିଡ ଜିଲ୍ଲାରୁ ସର୍ବାଧିକ ସଂଖ୍ୟକ କୃଷକ ଆତ୍ମହତ୍ୟା କରିଛନ୍ତି। ବିଣ୍ଡରେ, ଚଳିତ ମାସରେ୯୮ କୃଷକ ପ୍ରାଣ ହରାଇଥିଲେ। ଏହା ପରେ ଧାରାଶିଭ ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଛି ଯେଉଁଠାରେ ୮୦ଜଣ କୃଷକଙ୍କ ଆତ୍ମହତ୍ୟା ମାମଲା ପଞ୍ଜିକୃତ ହୋଇଛି। ଅତିକମରେ ୧୩ଜଣ କୃଷକ ହିଙ୍ଗୋଲିରେ ଜୀବନ ଦେଇଛନ୍ତି।

Share