ଆମେ ପ୍ରତିଦିନ ଗାଧୋଇ ଥାଉ। ଗାଧୋଇଲେ ଦେହ ଓ ମନ ସୁସ୍ଥ ରହିଥାଏ ବୋଲି କୁହାଯାଇଥାଏ। ଏହାଦ୍ୱାରା ଶରୀରର ଲୋମ ଛିଦ୍ରରେ ଥିବା ମଇଳା ସଫା ହୋଇଥାଏ। ଫଳରେ ଦୁର୍ଗନ୍ଧ ନାଶ ହୁଏ। ତେବେ ପ୍ରତିଦିନ ଗାଧୋଇବା ସ୍ବାସ୍ଥ୍ୟ ଲାଗି ହାନୀକାରକ। ସାବୁନ ଲଗାଇ ପ୍ରତିଦିନ ଗାଧୋଇଲେ ଶରୀରର କେତେକ କ୍ଷତି ହୋଇଥାଏ ବୋଲି ଚିକିତ୍ସକ ପରାମର୍ଶ ଦେଇଥାନ୍ତି। ଏହା ଯୋଗୁ ତ୍ୱଚାର ପ୍ରାକୃତିକ ଚମକ ନଷ୍ଟ ହୋଇଯାଏ। ସେହିପରି ତ୍ୱଚାରେ ଥିବା କେତେକ ଉପକାରୀ ବ୍ୟାକ୍ଟେରିଆ, ଭୂତାଣୁ ତଥା ଅଣୁଜୀବ ପ୍ରତିଦିନ ଗାଧୋଇଲେ ନଷ୍ଟ ହୋଇଯାଆନ୍ତି। ଏହାର କୁପ୍ରଭାବ ଶରୀର ଉପରେ ପଡ଼ିଥାଏ। ତେଣୁ ସବୁଦିନ ନ ଗାଧୋଇ ହାତଗୋଡ଼ ଧୋଇବା, ଉଷୁମ ପାଣିରେ ସ୍ପଜିଂ କରିବା ତଥା ପୋଷାକ ପରିବର୍ତ୍ତନ କରିବା ଆବଶ୍ୟକ। ମାତ୍ର ମଇଳା ପୋଷାକ ନ ପିନ୍ଧି ସଫା ପୋଷାକ ପିନ୍ଧିଲେ ମାନସିକ ଶାନ୍ତି ମିଳିବା ସହିତ ବିଭିନ୍ନ ପ୍ରକାର ସଂକ୍ରମଣରୁ ମୁକ୍ତି ମିଳିଥାଏ ବୋଲି ଚିକିତ୍ସକ କହିଥାନ୍ତି।