ପରିବାରର ପ୍ରତିଟି ସଦସ୍ୟଙ୍କୁ ମିଳିବ ଗୋଟିଏ ଲେଖାଏ ଆୟୁଷ୍ମାନ କାର୍ଡ: ସ୍ବାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର,୫।୪: ରାଜ୍ୟର ସାଢ଼େ ୩ କୋଟି ଲୋକଙ୍କୁ ଆୟୁଷ୍ମାନ କାର୍ଡ ମିଳିବ। ୧ କୋଟି ୩ ଲକ୍ଷ ପରିବାରକୁ ଯୋଜନାରେ ସାମିଲ କରାଯିବ। ପୂର୍ବରୁ ପ୍ରତି ପରିବାରକୁ ଗୋଟିଏ କାର୍ଡ ମିଳିଥିଲା। କିନ୍ତୁ ନୂଆ ଯୋଜନାରେ ପ୍ରତି ସଦସ୍ୟଙ୍କୁ ଗୋଟିଏ ଲେଖାଏ କାର୍ଡ ମିଳିବ। ପୂର୍ବରୁ କେବଳ ୯୦୦ ହସ୍ପିଟାଲରେ ଦେୟମୁକ୍ତ ଚିକିତ୍ସା ମିଳୁଥିଲା ଏବେ ଦେଶର ୨୯ ହଜାରରୁ ଅଧିକ ହସ୍ପିଟାଲରେ ଚିକିତ୍ସା ସୁବିଧା ମିଳିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି।

ପ୍ରକାଶ ଥାଉ କି, କଟକ ବାଲିଯାତ୍ରା ପଡ଼ିଆରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ ହେବ। ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ. ପି. ନଡ୍ଡା ଯୋଗ ଦେବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆନୁଷ୍ଠାନିକ ଭାବେ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ। ଏଥିସହ ୨ ଉପମୁଖ୍ୟମନ୍ତ୍ରୀ, ୩ କେନ୍ଦ୍ର ମନ୍ତ୍ରୀ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହି ଶୁଭାରମ୍ଭ କାର୍ଯ୍ୟକ୍ରମ ପାଇଁ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଛି। ଉପର ବାଲିଯାତ୍ରା ପଡ଼ିଆରେ ଶନିବାର ଏହି କାର୍ଯ୍ୟକ୍ରମର ପ୍ରସ୍ତୁତି ସମୀକ୍ଷା କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଟ୍ରାଫିକ , ପାର୍କିଂ, ଜଳ ଯୋଗାଣ , ବିଦ୍ୟୁତ ସଂଯୋଗୀକରଣ ଦିଗ ଉପରେ ଆଲୋଚନା କରାଯାଇଛି। ରାଜ୍ୟର ସମସ୍ତ ୧୪୦୫ ପିଏଚ୍‌ସିରେ ଏହାର ସିଧା ପ୍ରସାରଣ କରାଯିବ। ଆସନ୍ତା ୧୧ ତାରିଖରେ ଏହି ଶୁଭାରମ୍ଭ କାର୍ଯ୍ୟକ୍ରମ ହେବା ପାଇଁ ସୂଚନା ରହିଥିଲା। କିନ୍ତୁ ସମୟ ଓ ତାରିଖ ସମ୍ପର୍କରେ ବିଧିବଦ୍ଧ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଟସର୍କିଟରୁ ଅଗ୍ନିକାଣ୍ଡ: ସବୁକିଛି ଜଳିପୋଡ଼ି ପାଉଁଶ, ଜଣେ ଆହତ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ):ଭଞ୍ଜନଗର ଥାନା ଅନ୍ତର୍ଗତ ତୁରୁମୁ ପଞ୍ଚାୟତର ଜଡାହାଟୁଣିର ବିଜୟ ଚନ୍ଦ୍ର ପାଢ଼ୀଙ୍କ ଘରେ ଗୁରୁବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଛି ସଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଆଶଙ୍କା...

ଜଙ୍ଗଲରେ ନିଆଁ ଲିଭାଇଲା ବେଳେ ପୋଡ଼ି ଯାଇଥିଲେ କର୍ମଚାରୀ: ଆନ୍ଦେଳନ ପରେ ମିଳିଲା ୧୦ ଲକ୍ଷ କ୍ଷତିପୂରଣ

କୁଆଁରମୁଣ୍ଡା,୧୦ା୪(ମହେନ୍ଦ୍ର କୁମାର ସାହୁ): ଇସ୍ପାତ ଜେନେରାଲ ହସ୍ପିଟାଲରେ ବୁଧବାର ଚିକିତ୍ସାଧୀନ ଅବସ୍ଥାରେ ଠିକା ବନ କର୍ମଚାରୀ ସମରା ଓରାମ(୩୮)ଙ୍କ ମୃତ୍ୟୁ ଘଟିଥିଲା। ଗୁରୁବାର ମୃତକଙ୍କ ଗ୍ରାମ...

ହାସିନାଙ୍କୁ ଯିବାକୁ ପଡ଼ିବ ବାଂଲାଦେଶ? କୋର୍ଟ ଜାରି କଲେ ଓ୍ବାରଣ୍ଟ

ଢାକା,୧୦।୪: ବାଂଲାଦେଶର ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ବିରୋଧରେ ଆଉ ଏକ ଗିରଫଦାରୀ ୱାରେଣ୍ଟ ଜାରି କରାଯାଇଛି। ରାଜଧାନୀ ଢାକାର ଏକ କୋର୍ଟ ଗୁରୁବାର ଏକ...

ରାଜ୍ୟ ରାଜପଥରେ ହାତୀ ଉପଦ୍ରବ

ଜି.ଉଦୟଗିରି,୧୦।୪,(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ଠାରୁ କଳିଙ୍ଗା ଯିବା ରାଜ୍ୟ ରାଜପଥ ନିକଟ ରାଇପଦାଠାରେ ଗୁରୁବାର ସା ୮ ଘଣ୍ଟିକା ଠାରୁ ହାତୀପଲ...

ଇତିହାସ ରଚିଲେ ବିରାଟ କୋହଲି: ଏପରି କାରନାମା କରିବାରେ IPLର ପ୍ରଥମ ଖେଳାଳି

ନୂଆଦିଲ୍ଲୀ,୧୦।୪: ବିରାଟ କୋହଲି IPL 2025 ରେ ଇତିହାସ ରଚିଛନ୍ତି। ସେ ଗୁରୁବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ୨୨ ରନର ଏକ ଇନିଂସ ଖେଳିଥିଲେ। ଏହି...

ବଳାତ୍କାରୀଙ୍କୁ ୨୦ବର୍ଷ ଜେଲ

ସମ୍ବଲପୁର,୧୦ା୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଶାସନ ଥାନା ଅଞ୍ଚଳରେ ୨୦୨୩ରେ ଘଟିଥିବା ଶିଶୁକନ୍ୟା ବଳାତ୍କାର ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି। ସମ୍ବଲପୁର ପୋକ୍‌ସୋ ଅଦାଲତ...

ପ୍ରତ୍ୟର୍ପଣ ପରେ ଆତଙ୍କବାଦୀ ରାଣାଙ୍କ ପ୍ରଥମ ଫଟୋ ଆସିଲା ସାମ୍ନାକୁ, NIA କୋର୍ଟରେ ହେବେ ହାଜର

ନୂଆଦିଲ୍ଲୀ,୧୦।୪: ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତହୱୁର ରାଣାକୁ ଗୁରୁବାର (୧୦ ଏପ୍ରିଲ, ୨୦୨୫) ଭାରତ ଅଣାଯାଇଛି। ଏନଆଇଏ ଟିମ ଏକ ସ୍ବତନ୍ତ୍ର ବିମାନ ଯୋଗେ...

ବ୍ୟାଙ୍କ କର୍ମଚାରୀ ନିଯୁକ୍ତିରେ ଏକ ବଡ଼ଧରଣର ଜାଲିଆତି: ଜଣେ କର୍ମଚାରୀ ନିଲମ୍ବିତ

ବରଗଡ଼,୧୦।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ ସମ୍ବଲପୁର ଜିଲା ସମବାୟ କେନ୍ଦ୍ର (ଏସ୍‌ଡ଼ିସିସି) ବ୍ୟାଙ୍କ କର୍ମଚାରୀ ନିଯୁକ୍ତିରେ ଏକ ବଡ଼ଧରଣର ଜାଲିଆତି ଅଭିଯୋଗ ହୋଇଛି। ଅତାବିରା ବିଧାୟକ ନିହାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image